ନିବେଦକ ଯନ୍ତ୍ରୀ (କୃଷି) ଆନ୍ତର୍ଜାତୀୟ ଧାନ ଗବେଷଣା କେନ୍ଦ୍ର ବୈଜ୍ଞାନିକ, ଏ.ଡି. ଆର୍, ଆର୍. ଆର୍. ଟି. ଟି. ଏସ. ଭବାନୀପାଟଣା , କୀଟତତ୍ଵ ବିଭାଗ ଅଧ୍ୟାପକ ଓୟୁଏଟି ଭବାନୀପାଟଣା , ବ୍ଲକ ସ୍ତରୀୟ କୃଷି ଅଧିକାରୀ ଓ ଜଳ ସମ୍ପଦ ବିଭାଗର ଅଧକାରୀ ଉପସ୍ଥିତ ଥିଲେ । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ସେଠୀ ତାଲିମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଆଲୋଚନା କରିଥିଲେ । ଓଡ଼ିଶା ଜଳ ସେଚନ ପ୍ରକଳ୍ପ ଓ ଜଳବାୟୁ ସହନଶିଳ କୃଷି ବିଷୟରେ ଅଧିକ୍ଷଣ ଯନ୍ତ୍ରୀ କ୍ଷୁଦ୍ର ଜଳସେଚନ ବିଭାଗ ଅସିତ୍ ବରନ୍ ଚକ୍ରବର୍ତ୍ତୀ ଉପସ୍ଥିତ ଥିବା ସମସ୍ତ ସଦସ୍ୟ ମାନଙ୍କୁ ବୁଝାଇଥିଲେ । ଆନ୍ତର୍ଜାତୀୟ ଧାନ ଗବେଷଣା କେନ୍ଦ୍ରର ବୈଜ୍ଞାନିକ ଦିଲୀପ କୁମାର ରାଉତ ଶୁଷ୍କ ଧାନ ବୁଣା ଉପରେ ବିସ୍ତୃତ ଭାବେ ସୂଚନା ପ୍ରଦାନ କରିଥିଲେ ।
ଉଚ୍ଚା ଜମିରେ ରବି ଋତୁରେ ଧାନଚାଷ ପରିବର୍ତ୍ତେ ଅଣଧାନ ଫସଲ ଡାଲି ଓ ତୈଳବୀଜ ଜାତୀୟ ଫସଲ କରି ଅଧିକ ଲାଭବାନ ହୋଇପାରିବ ବୋଲି ଏଡିଆର, ଆରଆରଟିଟିଏସ ଭବାନୀପାଟଣା ଆଲୋକପାତ କରିଥିଲେ । ଏଥି ସହ ଧାଡ଼ି ବୁଣା ଧାନରେ ଲାଗୁଥିଲା କ୍ଷତିକାରକ କୀଟ ଓ ଏହାର ପରିଚାଳନା ବିଷୟରେ ଓୟୁଏଟି ଭବାନୀପାଟଣାର ଅଧ୍ୟାପକ ସନ୍ଦିପ୍ତ କୁମାର ନାୟକ ଚାଷୀ ମାନଙ୍କୁ ବୁଝାଇଥିଲେ । ସହକାରୀ କୃଷି ଯନ୍ତ୍ରୀ ନର୍ଲା ଧାନ ରୁଆ ଓ ଧାନବୁଣା ସମ୍ପର୍କରେ ଏକ ତୁଳନାତ୍ମକ ଆଲୋଚନା କରି ବର୍ତ୍ତମାନର ପରିବର୍ତ୍ତିତ ଜଳବାୟୁ ପରିପ୍ରେକ୍ଷୀରେ ଉଚ୍ଚା ଓ ମଧ୍ୟମ ଜମିରେ ଟ୍ରାକଟର ଓ ହାତଟଣା ଯନ୍ତ୍ର ବ୍ୟବହାର କରିବା , ଧାନର ଅମଳ ସମୟ କୁ ୧୦ ରୁ ୧୫ ଦିନ କମ କରିବା, ଜଳ ସଂରକ୍ଷଣତା ସହିତ ସମୟ, ଶକ୍ତି ସଞ୍ଚୟ କରି ହେବ ବୋଲି କହିଥିଲେ ।

© 2023 Odisha Taza News.