ନେତା ହେବ ତ ପ୍ରତାପ ଜେନାଙ୍କ ପରି
୮ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ମାହାଙ୍ଗା :- ମାହାଙ୍ଗା ନିର୍ଵାଚନ ମଣ୍ଡଳୀ, ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ମୈଦାନରେ ସେତିକି ଉଷ୍ମତା ବଢ଼ିବାରେ ଲାଗିଛି । ବିରୋଧୀ ଦଳ ଛାଡି ଏବେ ଶାସକ ଦଳରେ ମିସିଲେଣି ଅନେକ କର୍ମୀ । ଗୁରୁବାର ଅପରାହ୍ନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏବଂ ମାହାଙ୍ଗା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନାଙ୍କ ଆଦର୍ଶ ମୂଳକ ଚିନ୍ତାଧାରା ଏବଂ କାର୍ଯ୍ୟ ଦକ୍ଷତା ଉପରେ ଆଶା ପ୍ରକଟ କରି
ଆଜି ମାହାଙ୍ଗା ନିର୍ଵାଚନ ମଣ୍ଡଳୀର ନୁର୍ତ୍ତାଙ୍ଗ ପଞ୍ଚାୟତ ରୁ ବହୁ ବିଜେପି ଓ କଂଗ୍ରେସ କର୍ମୀ ବିଜେପି ଓ କଂଗ୍ରେସ ଦଳ ପରିତ୍ୟାଗ କରି ଆଜି ବିଧ ଭାବେ ବିଧାୟକ ପ୍ରତାପ ଜେନା ଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବସଭବନରେ ପଦ୍ମ ଓ ହାତ ଛାଡ଼ି ଶଙ୍ଖ ଫୁଙ୍କିଛନ୍ତି । ବିଧାୟକ ପ୍ରତାପ ଜେନା ସମସ୍ତ କର୍ମୀ ମାନଙ୍କୁ ପୁଷ୍ପ ଗଛ ଏବଂ ଉତ୍ତରୀୟ ପ୍ରଦାନ କରିଥଲେ ।
ବିଜେଡିରେ ମିଶିଥିବା କର୍ମୀ ମାନେ ହେଲେ :-
କରୁଣାକର ଜେନା, ଜୟଦେବ ଜେନା,ଅଶ୍ୱିନ ମଲ୍ଲିକ, ଭୋବନାନନ୍ଦ ଜେନା, ଅକ୍ଷୟ କୁମାର ଜେନା,ରଶ୍ମି ରଞ୍ଜନ ମଲ୍ଲିକ,ସନ୍ତୋଷ ମଲ୍ଲିକ, ଜୀବନ ଜେନା,ଶମ୍ଭୁନାଥ ବାରିକ,ଅମୁଲ୍ୟ ଜେନା, ଗଗନ ବିହାରୀ ଜେନା,ମଧୁସୂଦନ ଦାସ,ଜ୍ଞାନ ରଞ୍ଜନ ଜେନା,ଚିତ୍ତରଞ୍ଜନ ଜେନା,ଗୌତମ ଚରଣ ଜେନା,ପ୍ରଶାନ୍ତ ଜେନା,
ସନାତନ ଜେନା, ପ୍ରଶାନ୍ତ କୁମାର ସାମଲ,ସୁଶାନ୍ତ ମଲ୍ଲିକ, କବିକରଣ ସ୍ୱାଇଁ,ଦିପ୍ତୀ ରଞ୍ଜନ ଜେନା,ଶକ୍ତି ରଞ୍ଜନ ଜେନା ସମେତ ଅନ୍ୟ କର୍ମୀ ମାନେ ବିଜେଡିରେ ସାମିଲ ହୋଇଛନ୍ତି । ଆଗାମୀ ଦିନରେ ମାହାଙ୍ଗା ନୁର୍ତ୍ତାଙ୍ଗ ପଞ୍ଚାୟତ ରେ କେମିତି ଉର୍ଣ୍ଣତି ମୂଳକ କାର୍ଯ୍ୟ କରାଯିବ ସେଥି ପ୍ରତୀ ଧ୍ୟାନ ଦେବେ ବୋଲି ବିଧାୟକ ପ୍ରତାପ ଜେନା ପ୍ରତିଶ୍ରୁତି ଦେଇଛନ୍ତି ।
















