ଓଡିଶା ତାଜା ନ୍ୟୁଜ୍ /ରିପୋର୍ଟ ସୋନାଲି ମହାରଣା (୨୩ ଜୁନ୍ ମଙ୍ଗଳବାର) ପୁରୀ :- ପୁରୀ, କିଛି ସମୟ ପୁର୍ବରୁ ଗୁଣ୍ଡିଚା ମନ୍ଦିରର ସିଂହ ଦ୍ୱାର ସମ୍ମୁଖ ପ୍ରାଙ୍ଗଣ ରେ ଲାଗିଛି ତିନି ରଥ , ସର୍ବ ପ୍ରଥମେ ବଳଭଦ୍ର ଙ୍କ ରଥ ତାଳଧ୍ୱଜ ଯାଇ ରଥ ଖଳା ରେ ପହଞ୍ଚିଥିଲେ ତାପରେ ଦେବୀ ସୁଭଦ୍ରା ଙ୍କ ରଥ ଦେବୋଦଳନ ରଥ ପହଞ୍ଚିଲା ପରେ ସର୍ବ ଶେଷ ରେ ପ୍ରଭୁ ଜଗନ୍ନାଥ ଙ୍କ ରଥ ନନ୍ଦିଘୋଷ ମାଉସୀ ମାଆ ମନ୍ଦିର ଖଳାରେ ପହଞ୍ଚିଛି । ପୋଲିସ ଓ ପ୍ରସାଶନ ପକ୍ଷରୁ ସୀମିତ ଲୋକ ରେ ଟଣା ହୋଇଥିଲା ରଥ । ଆଜି ଗୁଣ୍ଡିଚାଯାତ ପ୍ରଥମ ଦିନରେ ତିନି ଠାକୁରଙ୍କୁ ଗୁଣ୍ଡିଚା ମନ୍ଦିର ରଥ ଖଳାରେ ପହଞ୍ଚାଇ ଦିଆଯାଇଛି ।
ଲକ୍ଷାଧିକ ଭକ୍ତ ଙ୍କ ଦ୍ବାରା ଟଣା ଯାଉଥିବା ରଥ ଆଜି ବିନା ଭକ୍ତରେ ପୋଲିସ , ପ୍ରସାଶନ, ସେବାୟତ ଙ୍କ ଦ୍ବାରା ସୁରୁଖୁରୁ ରେ ଏହି କାର୍ଯ୍ୟ ସମ୍ପନ୍ନ ହୋଈଛି । ଆଜି ବିଶ୍ଵ ପ୍ରସିଦ୍ଧ ରଥ ଯାତ୍ରା କୁ ଲକ୍ଷାଧିକ ଲୋକ ଦୂରଦର୍ଶନ ମାଧ୍ୟମ ରେ ଦେଖିବାକୁ ପାଇଛନ୍ତି ।ଶ୍ରୀକ୍ଷେତ୍ର ନ ଯାଇବି ଭକ୍ତମାନେ ନିଜ ନିଜ ଘରେ ବସି କାଳିଆର ଅଲୌକିକ ଯାତ୍ରାର ଅପରୂପ ଦର୍ଶନ କରିଛନ୍ତି । ଏଥିପାଇଁ ଆଜି ଚଳଚଞ୍ଚଳ ହୋଇ ଉଠିଥିଲା ବଡ଼ଦାଣ୍ଡ ।
ପବିତ୍ର ରଥଯାତ୍ରା ରେ ତିନି ଠାକୁର ରଥାରୂଢ଼ ହୋଇ ବଡ଼ଦାଣ୍ଡରେ ଯାତ୍ରା କରିଛନ୍ତି । ଏହାପରେ ପ୍ରଭୂ ଙ୍କ ଗୁଣ୍ଡିଚା ମନ୍ଦିରର ଜନ୍ମ ବେଦୀ କୁ ବିଜେ କରିବେ । ରଥ ଯାତ୍ରା ନେଇ ଗୁଣ୍ଡିଚା ମନ୍ଦିରରେ ତିନି ରଥ ଲାଗିବା ପରେ ପୁରୀ ଜିଲ୍ଲାରେ ଲାଗୁ ହୋଇଥିବା କର୍ଫ୍ୟୁ ଏବେ ଉଠିଲା ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ମହାପ୍ରଭୁଙ୍କ ଶ୍ରୀ ଗୁଣ୍ଡିଚା ଯାତ୍ରା ଆଜି ସମସ୍ତ କାର୍ଯ୍ୟ କୁ ଶୃଙ୍ଖଳା ର ସହ ସମାପନ କରିଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ସମସ୍ତଙ୍କୁ ବିଶେଷକରି ସେବାୟତ, ପୁରୀ ଜିଲ୍ଲା ପଶାସନ, ଶ୍ରୀ ମନ୍ଦିର ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ ଓ ପୁଲିସ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ।
ଏହା ସହିତ ପୁରୀର ଜନସାଧାରଶକୁ ସେମାନଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ସାଧୁବାଦ ଜଣାଇଛନ୍ତି। ଏଥି ସହିତ ପୁରୀ ଜିଲ୍ଲାପାଳ ଆଜି ସନ୍ଧ୍ୟା ୭ ଟା ସୁଦ୍ଧା କର୍ଫ୍ୟୁ କୁ ଉଠାଇ ଦିଆଯିବ ଏବଂ କିଛି ଅଞ୍ଚଳରେ ଏବେ ବି କର୍ଫ୍ୟୁ ଲାଗିରହିବ ବୋଲି ଜିଲ୍ଲାପାଳ ଙ୍କ ସୂଚନା ।