୮ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ )ଭୁବନ :- ଭୁବନ ବ୍ଲକ ଅନ୍ତର୍ଗତ କୁନିନ୍ଦା ପଞ୍ଚାୟତ ରେ ବିଧାୟକ ଅନୁଦାନ ପାଣ୍ଠି,ଜିଲ୍ଲା ଖଣିଜ ପାଣ୍ଠି ଏବଂ ପଞ୍ଚାୟତ ସମିତି ପାଣ୍ଠି ରେ ନିର୍ମିତ ବିଭିନ୍ନ ପ୍ରକଳ୍ପ ର ଶିଳାନ୍ୟାସ ଓ ଉଦଘାଟନ କାର୍ଯ୍ୟକ୍ରମ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି । ବିଧାୟକ ପାଣ୍ଠି ରୁ ଏକ କମ୍ୟୁନିଟି ସେଣ୍ଟର,ଜିଲ୍ଲା ଖଣିଜ ପାଣ୍ଠି ରୁ ୨୦ ଲକ୍ଷ ଟଙ୍କା ବ୍ୟୟ ରେ କୁନିଦା ପଞ୍ଚାୟତ ର ନୂତନ ଗୃହ, ୧୦ ଲକ୍ଷ ଟଙ୍କା ବ୍ୟୟ ରେ ତପୋବନ ହାଇ ସ୍କୁଲ ରେ ନୂତନ ଶ୍ରେଣୀ ଗୃହ ଓ ୫ଲକ୍ଷ ଟଙ୍କା ବ୍ୟୟ ରେ ମିଶନ ଶକ୍ତି ସଭା ଗୃହ କୁ ସ୍ଥାନୀୟ ବିଧାୟକ
ତଥା ରାଜ୍ୟ ଖଣି , ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନଡ଼ିଆ ଭାଙ୍ଗି, ଫିତା କାଟି ଉଦଘାଟନ କରିଥିଲେ ।ପଞ୍ଚାୟତ ସମିତି ଏବଂ ଗ୍ରାମ ପଞ୍ଚାୟତ ପାଣ୍ଠି ରୁ ୪୦ ଲକ୍ଷ ଟଙ୍କା ବ୍ୟୟ ରେ ନିର୍ମାଣ ହେବାକୁ ଥିବା କଲ୍ୟାଣ ମଣ୍ଡପ ନିମନ୍ତେ ଶିଳାନ୍ୟାସ କରିଥିଲେ । ଏହି ଅବସର ରେ ଆୟୋଜିତ ଉଦଘାଟନୀ ସଭା ରେ ଯୋଗଦେଇ ମନ୍ତ୍ରୀ ଶ୍ରୀଯୁକ୍ତ ମଲ୍ଲିକ କହିଥିଲେ ଯେ , ଭୁବନ ଅଞ୍ଚଳର ବିକାଶ ପାଇଁ ଅର୍ଥ ର ଅଭାବ ରହିବ ନାହିଁ , ଉନ୍ନୟନ ମୂଳକ କାର୍ଯ୍ୟରେ ସମସ୍ତଙ୍କର ସହଯୋଗ ଜରୁରୀ ବୋଲି ମତ ବ୍ୟକ୍ତ କରିଥିଲେ ।