No Result
View All Result
୭ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ସିକୋ :- ହାତୀ ଉପଦ୍ରବ ରୁ ଧନ ସମ୍ପତି ରକ୍ଷା କରିବା ପାଇଁ ବନ ବିଭାଗ ତରଫରୁ ବନ କର୍ମଚାରୀ ମାନେ ବିଭିନ୍ନ ଜଙ୍ଗଲରେ ପଇଁତରା ଦେଉଛନ୍ତି । କିନ୍ତୁ ହାତୀ ମାନେ ଜଙ୍ଗଳ କୁ ଫେରିବାର ନା ଧରୁ ନାହାନ୍ତି । ବିଭିନ୍ନ ଅଞ୍ଚଳ ରେ ଦନ୍ତା ହାତୀ ମାନଙ୍କ ଉତ୍ପାତ ଜାରି ରହିଛି । ଏବେ ହାତୀ ମାନେ ଗାଁ ମୁହୀ ଆଜି ସକାଳ ୫ ଟା ସମୟରେ ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଦଳକ ଗ୍ରାମର ଦେବରାଜ ହରିଚନ୍ଦନ (୬୫ବର୍ଷ) ବୃଦ୍ଧ ବାରିପଟେ ଯାଇ ମଳ ତ୍ୟାଗ କରୁଥିବା ସମୟରେ ଦନ୍ତା ହାତୀ ଆକ୍ରମଣରେ ମୃତ ହୋଇଛି ।
ଗ୍ରାମରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି । ଘଟଣା କୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି । ଏହି ବେଗୁନିଆ ପୋଲିସ ଉମାକାନ୍ତ ବେହେରା (ଏସ ଆଇ) ଘଟଣା ର ତଦନ୍ତ ଜାରି ରଖିଛନ୍ତି। ବନ ବିଭାଗର ଉଚ୍ଚ ପଦାଧିକାରୀ ମାନଙ୍କ ଦ୍ୱାରା ଶୋକାକୁଳ ପରିବାରକୁ ବୁଝା ସୁଝା କରି ଖୋର୍ଦ୍ଧା ଜିଲ୍ଲା ଚିକିତ୍ସାଳୟ କୁ ପଠାଇ ଥିଲେ । ସେଠାରେ ଡାକ୍ତର ଦେବରାଜ ହରିଚନ୍ଦନ ଙ୍କୁ ମୃତ ଘୋଷଣା କରିଥିଲେ । ବ୍ୟବଛେଦ ପରେ ପରିବାର କୁ ଶବ ହସ୍ତାନ୍ତର କରଯାଇଥିଲା। ଗ୍ରାମ ଶ୍ମଶାନରେ ଶବ ସତ୍କାର କରାଯାଇଥିଲା ।ମୃତକ ଙ୍କ ପରିବାରକୁ କ୍ଷତି ପୂରଣ ଦେବା ପାଇଁ ଜନସାଧାରଣ ଦାବି ହେଉଛି ।

No Result
View All Result