No Result
View All Result
୭ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ )କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରୁ ବାଇକ ଚୋରି ହେବା ଘଟଣା ଦୀର୍ଘ ଦିନ ଧରି ଲାଗି ରହିଥିଲା। ଚୋରି ଗାଡ଼ି ଓ ଚୋରଙ୍କୁ ଧରିବାରେ ନର୍ଲା ପୋଲିସ ସଫଳତା ହାସଲ କରିଛି। ଗତ ପାଞ୍ଚ ତାରିଖ ଦିନ ଲାଞ୍ଜିଗଡ଼ ରୋଡ ଠାରେ ନରେଶ ଜାଲଙ୍କ ବାଇକ ଟିଭିଏସ ଆପାଚି ୧୬୦ ଓଡି୦୮୨ ୨୧୯୫କୁ ଦୁର୍ବୃତ୍ତ ମାନେ ଚୋରି କରି ନେଇଥିଲେ। ପୋଲିସ ଏ ଘଟଣାରେ ନର୍ଲା ବ୍ଳକ କୁଟେନ ଗ୍ରାମର ରୋମାଞ୍ଚଳ ସାହୁ(୨୫)ଙ୍କୁ ପୋଲିସ ଗିରଫ କରିବା ସହ ପରବର୍ତ୍ତୀ ତଦନ୍ତ ଆରମ୍ଭ କରିଥିଲା।
ତଦନ୍ତରୁ କେସିଙ୍ଗା ଦୁର୍ଗା ମଣ୍ଡପ ପଡାରୁ ଲିଙ୍ଗରାଜ ସୁନା(୨୧) , ଗୈାରିଶଙ୍କର ମନ୍ଦିର ପଡ଼ାରୁ ଦୀପୁ ନାଏକ (୧୯),କୁରଲୁପଡା ଗ୍ରାମର ଅଭି ବାଗ(୨୧)ଓ ରୁପ୍ରା ଗ୍ରାମର ପିତାମ୍ବର ମେହେର(୩୨) ଚୋରକୁ ନର୍ଲା ପୋଲିସ ଧରିବାରେ ସଫଳତା ଲାଭକରି ପାଞ୍ଚୋଟି ବାଇକ , ତିନି ଗୋଟି ମୋବାଇଲ ଜବତ କରି ପାଞ୍ଚ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।ଏକ ପ୍ରେସ ମିଟ ମାଧ୍ୟମରେ ନର୍ଲା ପୋଲିସ ଲୁଟତରାଜ, ରାହାଜାନୀ ଓ ଚୋରିରେ ସଂପୃକ୍ତ ଥିବା ଚୋର ବିଷୟରେ ସୂଚନା ଦେଇଛି। ନର୍ଲା ଆଇଆଇସି ଗଙ୍ଗାଧର ମେହେରଙ୍କ ସୂଚନା ଅନୁସାରେ କେସ ନଂ ୧୨୩/୫୬/୨୩ ଅନୁଯାୟୀ ଧାରା ୩୭୯ ଆଇପିସିରେ ସଂପୃକ୍ତ ଚୋରମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।
No Result
View All Result