ଓଡିଶା ତାଜା ନ୍ୟୁଜ୍ /ରିପୋର୍ଟ ସୋନାଲି ମହାରଣା (୨୩ ଜୁନ୍ ମଙ୍ଗଳବାର) ପୁରୀ :- ଚଳିତ ବର୍ଷ ପୁରୀ ଶ୍ରୀକ୍ଷେତ୍ର ରେ ଅନୁଷ୍ଠିତ ଭକ୍ତ ବିହୀନ ରଥଯାତ୍ରା ରେ ବଡଦାଣ୍ଡ ଭକ୍ତଶୂନ୍ୟ ହୋଇଥିବା ବେଳେ କରୋନା ନିୟମ ଓ ସୁପ୍ରିମକୋର୍ଟ ସର୍ତ୍ତ ଅନୁସାରେ ଦାରୁ ବ୍ରହ୍ମ ଶ୍ରୀ ଜୀଉ ଙ୍କ ର ସମସ୍ତ ରିତିନୀତି ହୋଇଛି । ଚତୁର୍ଦ୍ଧମୂର୍ତ୍ତି ଙ୍କ ସୀମିତ ସେବାୟତ ରେ ପହଣ୍ଡି ବିଜେ ହୋଇଥିଲା ।
ରଥାରୁଢ଼ କାଳିଆ ଠାକୁର ଭାଇ ବଳଭଦ୍ର ଭଉଣୀ ସୁଭଦ୍ରା ଙ୍କ ପରେ ରଥ ରେ ଅବସ୍ଥାନ କରିଥିଲେ । ମହାବାହୁ ଙ୍କ ପହଣ୍ଡି ପରେ ପୁରୀ ଗଜପତି ମହାରାଜା ଶ୍ରୀ ଦିବ୍ୟ ସିଂହ ଦେବ ପାଲିଙ୍କି ରେ ବିଜେ କରି ତିନି ରଥରେ ଛେରା ପହଁରା ନୀତି ସମ୍ପନ୍ନ କରିଥିଲେ ।
ପ୍ରଥମେ ବଡ଼ ଠାକୁର ବଳଭଦ୍ର ଜୀଉ ଙ୍କ ରଥ ତାଳଧ୍ୱଜ ରେ ରଥ ପରିକ୍ରମା କରି ସ୍ୱର୍ଣ୍ଣ ପହଁରା ରେ ଛେରା ପହଁରା ନୀତି ସମାପ୍ତ କରିବା ପରେ ଦେବୀ ସୁଭଦ୍ରା ଙ୍କ ରଥ ଦେବଦଳନ ଓ ଶେଷ ରେ ପତିତପବନ କାଳିଆ ଠାକୁର ଙ୍କ ନନ୍ଦିଘୋଷ ରଥରେ ଛେରା ପହଁରା ନୀତି ସମାପନ କରିଥିଲେ । ପରେ ବଳଭଦ୍ର ଙ୍କ ରଥ ବଡ଼ଦାଣ୍ଡରେ ଆଗକୁ ବଢ଼ିଲା ।