ଓଡିଶା ତାଜା ନ୍ୟୁଜ୍ (୨୩ ଜୁନ୍ ମଙ୍ଗଳବାର) ନୟାଗଡ :- କରୋନା ଭାଇରସର ମହାମାରୀ ପରିପ୍ରେକ୍ଷୀରେ ସମଗ୍ର ରାଜ୍ୟରେ ପୁରୀକୁ ଛାଡ଼ିଦେଇ ଅନ୍ୟ ସବୁ ଜାଗାରେ ରଥଯାତକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ନୟାଗଡ ଦେବୋତ୍ତର ବିଭାଗ ତରଫରୁ ଶାନ୍ତି ଶୃଙ୍ଖଳାର ସହ ସାମାଜିକ ଦୂରତ୍ୱ ମଧ୍ୟରେ ସେବାସୀ ମାନଙ୍କ ସହଯୋଗରେ ମନ୍ଦିର ପରିସରରେ ରେ କେବଳ ଚତୁର୍ଦ୍ଧା ମୂର୍ତ୍ତିଙ୍କର ନୀତିକାନ୍ତି ସହ କେବଳ ପହଣ୍ଡି କରଯାଇ ମନ୍ଦିର ମଧ୍ୟ ରେ ଠାକୁର ରହିଛନ୍ତି, ।
ଏହି ସବୁ ନୀତିକାନ୍ତି କେବଳ ଦେବୋତ୍ତର ବିଭାଗର କର୍ମଚାରୀ ଏବଂ ଠାକୁର ମାନଙ୍କ ସେବାସୀମାନେ କୋଭିଡ- 19 ମାର୍ଗ ଦର୍ଶିକାନୁଯାୟୀ ଘଣ୍ଟ, କାହାଳି, ହରିବୋଲ ମଧ୍ୟରେ ଏକ ଆଧ୍ୟାତ୍ମିକ ପରିବେଶ ଭିତରେ ସୁନ୍ଦର ଭାବେ ଅନୁଷ୍ଠିତ ହୋଇଛି ।
ଏ ସମସ୍ତ କାର୍ଯ୍ୟକ୍ରମ କୁ ଦେବୋତ୍ତର ବିଭାଗ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ଙ୍କ ନିର୍ଦେଶ କ୍ରମେ ଦେବୋତ୍ତର ବିଭାଗ ମ୍ୟାନେଜର, ସୁପରଭାଇଜରଙ୍କ ସମେତ ସମସ୍ତ କର୍ମଚାରୀ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସୁବିଧାରେ ହୋଇଯାଇଛି । (ରିପୋର୍ଟ –ରାମକୃଷ୍ଣ ରଥ)