ଏଥିଯୋଗୁ ପ୍ରକୃତିକୁ ବିପୁଳ କ୍ଷତି ହେଉଛି । ତେଣୁ ପରିବେଶକୁ ସୁରକ୍ଷିତ ରଖିବା ପ୍ରତିଟି ମଣିଷର କର୍ତ୍ତବ୍ୟ ଏବଂ ସଭିଏ ଏଥିପ୍ରତି ସଚେତନ ହେବା ଜରୁରି । ଏ ନେଇ ଜନସଚେତନତା ବୃଦ୍ଧି ପାଇଁ ପ୍ରତିବର୍ଷ ଜୁନ୍ ୫ରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଏ । ଏହି ଦିନ ସମଗ୍ର ବିଶ୍ୱରେ ବିଭିନ୍ନ ପ୍ରକାରରେ ଜନସଚେତନତା ବଣ୍ଟାଯାଏ ।
ଏହି ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ରଣପୁର ଶିକ୍ଷା ବ୍ଲକର ନରସିଂହପୁର କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟରେ ବିଭିନ୍ନ ଉପାୟରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇ ଯାଇଛି | ଏହା ସହ ବିଭିନ୍ନ ନୃତ୍ୟ, ନାଟକ, ବକ୍ତୃତା ପ୍ରତିଯୋଗିତା କରାଯାଇ ପିଲାମାନଙ୍କ ମଧ୍ୟରେ ପରିବେଶ ସଚେତନତା ସୃଷ୍ଟି କରାଯାଇଛି | କୃତି ଛାତ୍ରଛାତ୍ରୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି |
ଏହି ଅଵସରରେ ଆମ୍ବ, ଅମୃତଭଣ୍ଡା, ପଣସ, କଦଳୀ ଆଦି ବୃକ୍ଷ ରୋପଣ କରାଯାଇଛି | ସି.ଆର.ସି.ସି. ସୁଶୀଲ କୁମାର ରଣା ବିଭିନ୍ନ ବିଦ୍ୟାଳୟ ବୁଲି ଏହାର ପର୍ଯ୍ୟବେକ୍ଷଣ କରିଥିଲେ | ସେଗୁଡିକ ମଧ୍ୟରୁ ନରସିଂହପୁର ୟୁ.ଜି.ଏମ.ଇ ବିଦ୍ୟାଳୟ, ପାମ୍ପଡା ପ୍ରାଥମିକ ବିଦ୍ୟାଳୟ, ସାମନ୍ତରାୟପୁର ପ୍ରାଥମିକ ବିଦ୍ୟାଳୟ, ହଂସରା ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର କାର୍ଯ୍ୟକ୍ରମ ଅତ୍ୟନ୍ତ ସୁନ୍ଦର ହୋଇଥିଲା |
ସେହିପରି ମଝିଆଖଣ୍ଡ, ଗୌରାଙ୍ଗପୁର, ରଣପୁର, ସୁନାଖଳା, କାସନ୍ଦା, ସରଙ୍ଗାଧରପୁର ଆଦି କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟରେ ମଧ୍ୟ ବିଶ୍ୱ ପରିବେଶ ଦିବସ ପାଳିତ ହୋଇ ଯାଇଛି | ବିଶ୍ୱ ପରିବେଶ ଦିବସର ଆରମ୍ଭ ୧୯୭୨ରେ ହୋଇଥିଲା ।
ଜାତିସଂଘ ୧୯୭୨ ଜୁନ୍ ୫ରେ ପ୍ରଥମ କରି ପରିବେଶ ଦିବସ ପାଳନ କରିବା ନିମନ୍ତେ ନିଷ୍ପତ୍ତି ନେଇଥିଲା । ସୁଇଡେନ୍ର ରାଜଧାନୀ ଷ୍ଟକ୍ହୋମ୍ରେ ପ୍ରଥମେ ଏହି ଦିବସ ପାଳନ କରାଯାଇଥିଲା । ଏଠାରେ ଆୟୋଜିତ ପ୍ରଥମ ପରିବେଶ ସମ୍ମିଳନୀରେ ୧୧୯ ଦେଶ ଭାଗ ନେଇଥିଲେ ।

© 2023 Odisha Taza News.