No Result
View All Result
୫ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :- ପୃଥିବୀ ପୃଷ୍ଠକୁ ମଣିଷ ରହିବା ଯୋଗ୍ୟ କରିବାକୁ ହେଲେ ପ୍ରକୃତି ଏବଂ ପରିବେଶକୁ ସୁରକ୍ଷିତ ରଖିବାକୁ ପଡ଼ିବ । ଆମ ପରିବେଶ ଜୀବଜଗତକୁ ବଞ୍ଚାଇ ରଖିବା ପାଇଁ ପାଣି, ପବନ, ଖାଦ୍ୟ ଭଳି ଅନେକ ଜରୁରି ତତ୍ତ୍ୱ ଉପଲବ୍ଧ କରାଇଥାଏ । କିନ୍ତୁ ଏକାଧିକ ମନୁଷ୍ୟକୃତ କାରଣ ପାଇଁ ଆମ ପରିବେଶ ପ୍ରଦୂଷିତ ତଥା ନଷ୍ଟ ହେବାରେ ଲାଗିଛି । ଜଳବାୟୁ ବିଗିଡ଼ିବା ସହ ବିଶ୍ୱତାପନ ବଢ଼ୁଛି । ସାମୁଦ୍ରିକ ପରିବେଶ ମଧ୍ୟ ନଷ୍ଟ ହେଉଛି । ଏଥିଯୋଗୁ ପ୍ରକୃତିକୁ ବିପୁଳ କ୍ଷତି ହେଉଛି । ତେଣୁ ପରିବେଶକୁ ସୁରକ୍ଷିତ ରଖିବା ପ୍ରତିଟି ମଣିଷର କର୍ତ୍ତବ୍ୟ ଏବଂ ସଭିଏ ଏଥିପ୍ରତି ସଚେତନ ହେବା ଜରୁରି । ଏ ନେଇ ଜନସଚେତନତା ବୃଦ୍ଧି ପାଇଁ ପ୍ରତିବର୍ଷ ଜୁନ୍ ୫ରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଏ । ଏହି ଦିନ ସମଗ୍ର ବିଶ୍ୱରେ ବିଭିନ୍ନ ପ୍ରକାରରେ ଜନସଚେତନତା ବଣ୍ଟାଯାଏ ।ଏହି ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ରଣପୁର ଶିକ୍ଷା ବ୍ଲକର ନରସିଂହପୁର କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟରେ ବିଭିନ୍ନ ଉପାୟରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇ ଯାଇଛି | ଏହା ସହ ବିଭିନ୍ନ ନୃତ୍ୟ, ନାଟକ, ବକ୍ତୃତା ପ୍ରତିଯୋଗିତା କରାଯାଇ ପିଲାମାନଙ୍କ ମଧ୍ୟରେ ପରିବେଶ ସଚେତନତା ସୃଷ୍ଟି କରାଯାଇଛି | କୃତି ଛାତ୍ରଛାତ୍ରୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି | ଏହି ଅଵସରରେ ଆମ୍ବ, ଅମୃତଭଣ୍ଡା, ପଣସ, କଦଳୀ ଆଦି ବୃକ୍ଷ ରୋପଣ କରାଯାଇଛି | ସି.ଆର.ସି.ସି. ସୁଶୀଲ କୁମାର ରଣା ବିଭିନ୍ନ ବିଦ୍ୟାଳୟ ବୁଲି ଏହାର ପର୍ଯ୍ୟବେକ୍ଷଣ କରିଥିଲେ | ସେଗୁଡିକ ମଧ୍ୟରୁ ନରସିଂହପୁର ୟୁ.ଜି.ଏମ.ଇ ବିଦ୍ୟାଳୟ, ପାମ୍ପଡା ପ୍ରାଥମିକ ବିଦ୍ୟାଳୟ, ସାମନ୍ତରାୟପୁର ପ୍ରାଥମିକ ବିଦ୍ୟାଳୟ, ହଂସରା ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର କାର୍ଯ୍ୟକ୍ରମ ଅତ୍ୟନ୍ତ ସୁନ୍ଦର ହୋଇଥିଲା |ସେହିପରି ମଝିଆଖଣ୍ଡ, ଗୌରାଙ୍ଗପୁର, ରଣପୁର, ସୁନାଖଳା, କାସନ୍ଦା, ସରଙ୍ଗାଧରପୁର ଆଦି କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟରେ ମଧ୍ୟ ବିଶ୍ୱ ପରିବେଶ ଦିବସ ପାଳିତ ହୋଇ ଯାଇଛି | ବିଶ୍ୱ ପରିବେଶ ଦିବସର ଆରମ୍ଭ ୧୯୭୨ରେ ହୋଇଥିଲା ।ଜାତିସଂଘ ୧୯୭୨ ଜୁନ୍ ୫ରେ ପ୍ରଥମ କରି ପରିବେଶ ଦିବସ ପାଳନ କରିବା ନିମନ୍ତେ ନିଷ୍ପତ୍ତି ନେଇଥିଲା । ସୁଇଡେନ୍ର ରାଜଧାନୀ ଷ୍ଟକ୍ହୋମ୍ରେ ପ୍ରଥମେ ଏହି ଦିବସ ପାଳନ କରାଯାଇଥିଲା । ଏଠାରେ ଆୟୋଜିତ ପ୍ରଥମ ପରିବେଶ ସମ୍ମିଳନୀରେ ୧୧୯ ଦେଶ ଭାଗ ନେଇଥିଲେ ।
No Result
View All Result