No Result
View All Result
୪ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନ :- ବିପୁଳ ଉତ୍ସାହ ଉଦ୍ଦୀପନା ଓ ଶ୍ରଦ୍ଧା ଭକ୍ତି ର ସହ ଭୁବନ ରେ ଚତୁର୍ଦ୍ଧା ମୂର୍ତ୍ତି ଙ୍କ ସ୍ନାନ ପୂର୍ଣ୍ଣିମା ପାଳିତ ହୋଇଯାଇଛି। ପୃତ୍ୟୁଷ ରେ ଚତୁର୍ଦ୍ଧା ମୂର୍ତ୍ତି ଙ୍କୁ ପହଣ୍ଡି କରି ରତ୍ନ ମଣ୍ଡପ ରୁ ସ୍ନାନ ମଣ୍ଡପ କୁ ଅଣାଯାଇଥିଲା ।ପରେ ସ୍ନାନ ମଣ୍ଡପ ରେ ସମସ୍ତ ନିତିକାନ୍ତି ଅନୁଷ୍ଠିତ ହୋଇ ୧୦୮ ଗରା ସୁବାସିତ ଜଳରେ ଚତୁର୍ଦ୍ଧା ମୂର୍ତ୍ତି ଙ୍କୁ ସ୍ନାନ କରାଯାଇଥିଲା ।
ଅପରାହ୍ନ ରେ ହାତୀ ( ଗଜାନନ ) ବେଶ ରେ ମହାପ୍ରଭୁ ଦର୍ଶନ ଦେଇଥିଲେ । ସ୍ନାନ ମଣ୍ଡପ ରେ ଗଜାନନ ବେଶ ଦେଖିବାକୁ ସହସ୍ରାଧିକ ଭକ୍ତ ଙ୍କ ଗହଳି ଲାଗିଥିଲା ।ମୁଖ୍ୟ ପୂଜକ ତୁଷାରକାନ୍ତି ମିଶ୍ର ,ଆଦ୍ୟ ସେବକ ରାମଚନ୍ଦ୍ର ରାଉତ ,ମନ୍ଦିର ପରିଚାଳନା କମିଟି ସଭାପତି ତଥା ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ତତ୍ତ୍ଵାବଧାନରେ ସୁଚାରୁ ରୂପେ ସମସ୍ତ କାର୍ଯ୍ୟ ସମ୍ପନ୍ନ ହୋଇଥିଲା ।

No Result
View All Result