No Result
View All Result
୪ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନ :- ବାଲେଶ୍ଵର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣା ରେ ଭୁବନ ର ବିଶିଷ୍ଟ ଲୁଗା ବ୍ୟବସାୟୀ କ୍ରିଷ୍ଣା କୁମାର ଅଗ୍ରୱାଲ ଓରଫ କାହ୍ନୁ ଙ୍କ ର ଅକାଳ ବିୟୋଗ ହୋଇଯାଇଥିବା ଜଣାପଡ଼ିଛି।ଭୁବନ ଏନ୍ ଏ ସି ଅନ୍ତର୍ଗତ ୯ ନମ୍ୱର୍ ୱାର୍ଡ ଗୁଜୁରି ହାଟ ବାସିନ୍ଦା କାହ୍ନୁ ଙ୍କ ର ଲୁଗା ଦୋକାନ ରହିଛି । ସେ ବ୍ୟବସାୟ କାର୍ଯ୍ୟରେ କଲିକତା ଯାଇ କରମଣ୍ଡଳ ଏକ୍ସପ୍ରେସ ଟ୍ରେନ ରେ ଫେରୁଥିଲେ । ଦୁର୍ଘଟଣା ପରଠାରୁ ତାଙ୍କର କୌଣସି ଖୋଜ ଖବର ନଥିଲା । ସେ ନିଖୋଜ ହୋଇଯାଇଥିବା ଚର୍ଚ୍ଚା ହେଉଥିଲା ।
ପରେ ସେ ଭୁବନେଶ୍ୱର ସ୍ଥିତ ଏମ୍ସ ରେ ଚିକିତ୍ସିତ ହେଉଥିବା ସମ୍ପର୍କରେ ଖବର ଆସିଥିଲା ଓ ପରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଥିଲା । ସ୍ବର୍ଗତ କାହ୍ନୁ ଜଣେ ପରୋପକାରୀ , ସ୍ନେହୀ, ଦୟାଳୁ ବ୍ୟକ୍ତି ଥିଲେ । ବହୁ ସଂଘର୍ଷ କରି ତାଙ୍କ ସାନ ଭାଇ ମାନଙ୍କୁ ପାଠ ପଢ଼ାଇ ମଣିଷ କରିଥିଲେ । ଏୟାର ଫୋର୍ସ ଅଫିସର କମଳ ଅଗ୍ରୱାଲ ଏବଂ ବିଶିଷ୍ଟ ଅର୍ଥନୀତିଜ୍ଞ ରମଣ ଅଗ୍ରୱାଲ ଙ୍କ ବଡ଼ ଭାଇ ହେଉଛନ୍ତି କାହ୍ନୁ ଅଗ୍ରୱାଲ ।କାହ୍ନୁ ଙ୍କ ଦୁଃଖଦ ବିୟୋଗ ରେ ସାରା ଭୁବନ ରେ ଗଭୀର ଶୋକ ପ୍ରକାଶ ପାଇଛି

No Result
View All Result