No Result
View All Result
୪ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :- ଗଜପତି ଜିଲ୍ଲା ନୁଆଗଡ ପଞ୍ଚାୟତ ସମିତି ସଦଭାବନ ସଭାଗୃହରେ ` ମୋ ଘର’ ଯୋଜନା ଗ୍ରାମଞ୍ଚଳରେ ସଫଳତାର ସହ କାର୍ଯ୍ୟକାରୀ କରିବା ଉପରେ ବ୍ଳକ ସ୍ତରୀୟ ସଚେତନତା କର୍ମଶାଳ ଶନିବାର ଅନୁଷ୍ଠିତ ହୋଇଥିଲା । ଏହି କର୍ମଶାଳାରେ ରାଜ୍ୟ ସରକାରଙ୍କ ତରଫରୁ ମୋର ଘର ଯୋଜନା ମଧ୍ୟମରେ ଲୋକେ କି ଭଳି ଉପକୃତ ହେବେ, ଗରିବ ଓ ନିମ୍ନମଧ୍ୟବତ୍ତି ପରିବାରକୁ ଏହି ଯୋଜନାରେ ସାମିଲ କରାଇ ନୂତନ ଗୃହ ନିର୍ମାଣ ସମ୍ପସାରଣ, ସମ୍ପୂଣ୍ଣକରଣ ଓ ଉନ୍ନତିକରଣ ପାଇଁ ସବସିଡି ମାଧ୍ୟମରେ ଚାରି ପ୍ରକାର ମାଧ୍ୟମରେ ରଣ ପ୍ରଦାନ କରାଯିବ ବୋଲି କୁହାଯିବ ସହ ଯୋଜନା ସମ୍ପର୍କରେ ବିସ୍ତୁତ ଭାବେ ଆଲୋଚନା କରାଯାଇଥିଲା ।ଏହି କର୍ମଶାଳାରେ ବିଡିଓ ଲୋକନାଥ ଶବର, ବ୍ଳକ ଅଧ୍ୟକ୍ଷା ମାଳତୀ ପ୍ରଧାନୀ, ଉପାଧୟକ୍ଷ ନିହିମିୟା ରଇତ, ଅତିରିକ୍ତ ନିର୍ବାହୀ ଯନ୍ତୀ ପ୍ରଦ୍ୟୁମ୍ନ ଦାସ, ଗ୍ରାମୀଣ ଗୃହ ନିର୍ମାଣ ଗୋଷ୍ଠୀ ପ୍ରକଳ୍ପ ସଂଯୋଜକ, ବ୍ୟାଙ୍କ୍ କର୍ମଚାରୀ, କନିଷ୍ଠ ଯନ୍ତୀ, ଗ୍ରାମ ସେବକ,ସରପଞ୍ଚ ଓ ସମିତିସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ । । ଏହା ମଧ୍ୟ କହାଯାଥିଲା ଯେ ବ୍ୟକ୍ତି ଆବେଦନ କରିବ ତାହା ଗ୍ରାମର ଥିବା ଜନସେବାକେନ୍ଦ୍ର ଆବେଦନ କରିବାକୁ କୁହାଯାଥିଲା । ଏହା ପରେ ଅଞ୍ଚଳର ଲୋକଙ୍କ ମନରେ ଚିନ୍ତା ଘାରୀଛି ଯେ ଜନସେବା କେନ୍ଦ୍ରରେ ମୋ ଘର ଯୋଜନାରେ ରୁଣ ପାଇଁ ଆବେଦନ କଲେ ଜଣେ ବ୍ୟକ୍ତି ଠାରୁ ୧୫୦ ରୁ ୨୦୦ ଟଙ୍କା ଆଦୟା କରୁଛନ୍ତି ଜନସେବା କେନ୍ଦ୍ର ।
No Result
View All Result