ଓଡିଶା ତାଜା ନ୍ୟୁଜ୍ /ରିପୋର୍ଟ ସୋନାଲି ମହାରଣା (୨୩ ଜୁନ୍ ମଙ୍ଗଳବାର) ପୁରୀ :- କରୋନା କଟକଣା ଭିତରେ ଚାଲିଛି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଶ୍ରୀମନ୍ଦିର ଭିତରେ ସମସ୍ତ ନୀତିକାନ୍ତି ଶେଷ ହେବା ପରେ ଭୋର ୭ଟାରୁ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କ ପହଣ୍ଡି ନୀତି ।
ଚକ୍ରରାଜ ସୁଦର୍ଶନଙ୍କୁ ପ୍ରଥମେ ପହଣ୍ଡି ବିଜେ ନୀତି ସଂପନ୍ନ ହେବା ପରେ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରା ଏବଂ ଶେଷରେ ପତିତ ପାବନ ବିଶ୍ଵନିୟନ୍ତା ଶ୍ରୀ କାଳିଆ ଠାକୁରଙ୍କର ପହଣ୍ଡି ଶେଷ ହୋଇଥିଲା । ସରକାରଙ୍କ ନିର୍ଦ୍ଦେଶ କ୍ରମେ ରଥରେ ମାତ୍ର ୧୦ ଜଣ ସେବାୟତ ଅବସ୍ଥାନ କରିଛନ୍ତି ।
କୋଭିଡି-୧୯ ନିୟମ ପାଳନ କରି ସେବାୟତ ମାନେ ରଥଯାତ୍ରା ସମସ୍ତ ନୀତିକାନ୍ତି ସାରିଥିଲେ । ଗୋଟିଏ ରଥ କୁ ୫୦୦ ଜଣ ଟାଣିବାର ଅନୁମତି ମିଳିଥିବା ବେଳେ ବଡ଼ ଠାକୁର ବଳଭଦ୍ର ଙ୍କ ରଥ କୁ ୫୦୦ ଜଣ ବଡ଼ଦାଣ୍ଡ ରେ ଟାଣିଛନ୍ତି ।