No Result
View All Result
୨ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :- ଶିଶୁ ସୁରକ୍ଷା ଏବଂ ଶିଶୁ ମାନଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ ସରକାର ନାନା ଯୋଜନା କରୁଛନ୍ତି l ଏବଂ ଏହି ଯୋଜନା ସବୁ କାର୍ଯ୍ୟକାରୀ ହେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି l କିନ୍ତୁ ପ୍ରଶାସନିକ ଅବହେଳା ପାଇଁ ଆଜି ବି ଶିଶୁ ଟିଏ ତା ଅଧିକାର ପାଇବା ରୁ ବଞ୍ଚିତ ହୋଇ ରହୁଛି l ଏହାର ଜ୍ୱଳନ୍ତ ଉଦାହରଣ ଦେଖିବା ପାଇଁ ମିଳିଛି ଗଜପତି ଜ଼ିଲ୍ଲା ର ମୋହନା ବ୍ଲକ ପରିସରରେ l ଖବର ପାଇ ଗଣମାଧ୍ୟମ ପ୍ରତନିଧି ସେଠାରେ ପହଞ୍ଚି ଦେଖିବା ବେଳେ ନୂତନ ବ୍ଲକ କୋଠା ନିର୍ମାଣ କାର୍ଯ୍ୟ ରେ ନିୟୋଜିତ ହୋଇଛନ୍ତି ଶିଶୁ ଶ୍ରମିକ, ସେମାନଙ୍କ ମଧ୍ୟରେ ଅଛନ୍ତି 10ମ ଶ୍ରେଣୀ ପାସ୍ କରିଥିବା ତିନି ଜଣ ନାବାଳିକା ଏବଂ ଅଷ୍ଟମ ଶ୍ରେଣୀ ର ଜଣେ ନାବାଳକ ଛାତ୍ର l ସମସ୍ତେ ପିଣ୍ଡିକି ପଞ୍ଚାୟତ ର ବୋଲି ଜଣାପଡିଛି l ତିନୋଟି ନାବାଳିକା ମଧ୍ୟରୁ ଜଣଙ୍କ ବାପା ନଥିବା ବେଳେ ଜଣଙ୍କ ମାଁ ନାହାନ୍ତି l
10 ମ ଶ୍ରେଣୀ ଉତୀର୍ଣ୍ଣ ହେବା ପରେ +2 ରେ ନାମ ଲେଖାଇବା ନିମନ୍ତେ ଟଙ୍କା ନଥିବା ଯୋଗୁଁ ଶ୍ରମିକ ଭାବେ ସେମାନେ ଖଟୁଥିବା କହିଥିଲେ l ତେଵେ ପରିତାପର ବିଷୟ ଘଟଣା ଟି ମୋହନା ବ୍ଲକ କାର୍ଯ୍ୟାଳୟ ପରିସରରେ ଏବଂ ବିଡ଼ିଓ ଙ୍କ କାର୍ଯ୍ୟାଳୟ ର ଅତିନିକଟରେ ଘଟୁଥିଲା ଏବଂ ଖୋଦ ବ୍ଲକ ସହକାରୀ ଯନ୍ତ୍ରୀ ମଧ୍ୟ ସେଠାରେ ଉପସ୍ଥିତ ଥିଲେ କିନ୍ତୁ କାହାର କୌଣସି ଦରଦ ନଥିଲା ଲକ୍ଷ ଥିଲା କେବଳ କାମ ଆଦାୟ କରିବା l ଏଭଳି ଘଟଣା କୁ ନିନ୍ଦା କରିଛନ୍ତି ମୋହନା ର ବୁଦ୍ଧିଜୀବି ମାନେ ଏବଂ ଶିଶୁ ଶ୍ରମିକ ନିରୋଧ ଆଇନ ଅନୁଯାୟୀ କାହିଁକି ସେମାନଙ୍କୁ କାର୍ଯ୍ୟ ରେ ନିୟୋଜିତ କରିଥିବା ବ୍ୟକ୍ତି ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବନାହିଁ ବୋଲି ପ୍ରଶ୍ନ ମଧ୍ୟ ଉଠାଇଛନ୍ତି ସ୍ଥାନୀୟ ଜନସାଧାରଣ l ଏନେଇ ମୋହନା ବିଡିଓ ଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ l

No Result
View All Result