୨ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ବାଣପୁର :- ଓଡ଼ିଶା ସରକାର ଙ୍କ ଅଧିନରେ ଥିବା ୫ଟି ଓଡ଼ିଶାର ସମସ୍ତ ମହାପୁରୁଷ ଏବଂ କବି ଙ୍କ ବାସଗୃହ , ପାଠାଗାର, ପ୍ରତିମୃତି ଇତ୍ୟାଦି ପୂର୍ଣ୍ଣଉଦ୍ଧାର କରୁଛନ୍ତି, ଚିଲିକା ନିର୍ବାଚନ ମଣ୍ଡଳୀ ବାଣପୁର ବ୍ଲକ ଅନ୍ତର୍ଗତ କୁମାରାଙ୍ଗ ଶାସନ ଗ୍ରାମ ପଞ୍ଚାୟତ ର କୁମାରାଙ୍ଗ ଶାସନ ଗ୍ରାମ ର ନିଆଁଖୁଣ୍ଟା ପତ୍ରିକାର ପ୍ରତିଷ୍ଠାତା ଏବଂ ସମ୍ପାଦକ √ସ୍ବର୍ଗତ କବି ଗୋଦାବରୀଶ ମହାପାତ୍ର ବାସ ଭବନ ର ମରାମତି
ଏବଂ ନୂତନ ପ୍ରତୀମୃତି ସ୍ଥାପନ କରାଯିବ ଏବଂ ବହୁ ପୁରାତନ କୁମାର ପାଠାଗାର ର ପୂର୍ଣ୍ଣଉଦ୍ଧାର ପାଇଁ ଖୋର୍ଦ୍ଧା ଜିଲ୍ଲା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ତଥା ବାଣପୁର ବ୍ଲକ ବିଧାୟକ ପ୍ରତିନିଧି ଶ୍ରୀଯୁକ୍ତ ମନୋଜ କୁମାର ପ୍ରଧାନ ଙ୍କ ସହୋଯୋଗରେ ଆଜି ପରିଦର୍ଶନ କରିଥିଲେ ଖୋର୍ଦ୍ଧା ଜିଲ୍ଲା ଅତିରିକ୍ତ ଜିଲ୍ଲା ପାଳ ପ୍ରତାପ ଚନ୍ଦ୍ର ବେଉରା,
ଖୋର୍ଦ୍ଧା ଡିଷ୍ଟ୍ରିକ କଲ୍ଚର ଅଫିସର ମହୋଦୟ ,ବାଣପୁର ବିଡ଼ିଓ ଶୀତଲ ଅଗ୍ରୱାଲ,ଏଇ ଆଦ୍ୟାସା ମିଶ୍ର, ଜେଇ ସୁରେଶ ମଲ୍ଲିକ,ଜି ଆର ଏସ ବନ୍ଦନା ପ୍ରଧାନ, ଗ୍ରାମ ର ସମସ୍ତ ନେତ୍ରୁ ବୃନ୍ଦ ଉପସ୍ଥିତ ଥିଲେ ପରିଶେଷରେ କୁମାରାଙ୍ଗ ଶାସନ ଗ୍ରାମ ପଞ୍ଚାୟତ କୁ ଯାଇଥିଲେ ଏବଂ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ସରପଞ୍ଚ ଶ୍ରୀମତୀ ସରୋଜିନୀ ପ୍ରଧାନ ଏବଂ ନାଏବ ସରପଞ୍ଚ ବ୍ୟୋତକେଶ ମହାପାତ୍ର ।

© 2023 Odisha Taza News.