ପିତୃହନ୍ତା ପୁଅର ସନ୍ଦେହ ଜନକ ଆତ୍ମହତ୍ୟା : ଏକ ନାଳରୁ ଉଦ୍ଧାର ହେଲା ଶବ

ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ଅନ୍ତର୍ଗତ କୁରମେଲ ଗ୍ରାମରେ ଗତ ମଙ୍ଗଳବାର ଦିନ ସନ୍ଧ୍ୟା ସମୟରେ ନବ କିଶୋର ମାଝୀଙ୍କୁ ନିଜ ପୁଅ ପୁରୁଷୋତ୍ତମ ମାଝୀ ଟାଙ୍ଗିଆରେ ହତ୍ୟା କରି ଘଟଣା ସ୍ଥଳରୁ ଫେରାର ହୋଇଥିଲା । ଏହି ଘଟଣାକୁ ନେଇ ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ଖୋଜାଖୋଜି କରୁଥିଲା । ତେବେ ଘଟଣାର ଗୋଟିଏ ଦିନ ପରେ ଗୁରୁବାର ଦିବା ୧୨ ଘଣ୍ଟା ସମୟରେ ନର୍ଲା ଥାନା ଅନ୍ତର୍ଗତ ବାଲିସିଙ୍ଗା ପଂଚାୟତର ବୋରିଙ୍ଗପଦର ଗ୍ରାମ ନିକଟରେ ଥିବା ନାଳରୁ ଏକ ମୃତ ଯୁବକଙ୍କ ଶବ ଭାସୁଥିବା ଗାଆଁ ଲୋକେ ଦେଖିଥିଲେ । ପରେ ନର୍ଲା ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବଟିକୁ ଉଦ୍ଧାର କରିଥିଲା ଓ ଉକ୍ତ ମୃତ ଯୁବକ ପୁରୁଷୋତ୍ତମ ମାଝୀ ବୋଲି ଚିହ୍ନଟ କରିଥିଲା । ଏଠାରେ ଅଭିଯୁକ୍ତ ନିଜର ବାପାଙ୍କୁ ନିର୍ମମ ଭାବେ ହତ୍ୟା କରି ନିଜେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି । ଏହି ଘଟଣାକୁ ନେଇ ଏକ ସନ୍ଧ ।ନୀ କୁକୁର ସହିତ ନର୍ଲା ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି ।