No Result
View All Result
୨ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ ଜିଲ୍ଲା :- ନିଆଳୀ ନିର୍ବାଚନ ମଣ୍ଡଳୀ ବିଜେପିର ଗବବସ୍ତ ମଣ୍ଡଳ ପକ୍ଷରୁ , ଶୁକ୍ରବାର ଦିନ ନଗରୀ ପଞ୍ଚାୟତର ମହିଧରପଡା ଠାରେ ଥିବା ଏକ ମଣ୍ଡପରେ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ଏବଂ ମିଶ୍ରଣ ପର୍ବ ମଣ୍ଡଳ ସଭାପତି ଧୀରେନ୍ଦ୍ର ବାରିକ (ଟୁକୁନା) ଭାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବିଜେପି କଟକ ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା , ପୂର୍ବତନ ସାଂସଦ ବିଭୁ ପ୍ରସାଦ ତରାଇ , ନିଆଳୀ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଛବି ମଲ୍ଲିକ,
ରାଜ୍ୟ ସମବାୟ ସେଲର ସଂଯୋଜକ ପବିତ୍ର ମୋହନ ଦାସ, ନିଆଳୀ ନିର୍ବାଚନ ମଣ୍ଡଳୀ ସମୟ ସେଲର ସଂଯୋଜକ ତଥା ପୂର୍ବତନ ଖଲର୍ଦ୍ଦା ପଞ୍ଚାୟତର ସରପଙ୍କ ବନ୍ଧୁ ଚରଣ ସାହୁ, ତ୍ରିନାଥ ବାବୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କହିଲେ ଯେ , ନିଆଳୀ ନିର୍ବାଚନ ମଣ୍ଡଳୀରେ ବିଜେଡି ବିଧାୟକଙ୍କ କାର୍ଯ୍ୟ କଳାପରେ ବିଜେଡ଼ିର ବହୁ କର୍ମୀ , ପୂର୍ବତନ ସରପଞ୍ଚ, ସମିତି ସଭ୍ୟ , ନାଏବ ସରପଞ୍ଚ , ୱ।ର୍ଡ଼ ସଭ୍ୟ ଏବଂ ସାଧାରଣ କର୍ମୀ ଅତିଷ୍ଠ ହୋଇ ବିଜେଡି ଦଳ ଛାଡି ଆଜି ସ୍ୱତ୍ତପୂତ ଭାବେ ଆସି ବିଜେପିରେ ସାମିଲ ହୋଇଛନ୍ତି ।
ଆଗାମୀ ବିଧାନସଭା ନିର୍ବାଚନରେ ନିଆଳୀ ନୀର୍ବାଚନ ମଣ୍ଡଳୀର ଭୋଟର ମାନେ ବିଜେଡି ବିଧାୟକଙ୍କୁ ଭୋଟ ଦେଇ ଯେଉଁ ଭୁଲ କରିଛନ୍ତି , ତାହା ଏଥର ସେଭଳି ଭୁଲ କରିବେ ନାହିଁ ବୋଲି ଏବେ ଠାରୁ ସ୍ପଷ୍ଟ ସୂଚନା ମିଳୁଛି ବୋଲି ବିଜେପିର କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରା କହିଛନ୍ତି । ଏହି ମିଶ୍ରଣ ପର୍ବରେ କୋରକରା ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଅକ୍ଷୟ ଦଳାଇ ( ସାନ୍ତୁଆ ) ଭାଇ ତାଙ୍କର ୫୦ରୁ ଉର୍ଦ୍ଧ୍ବ ସମର୍ଥକଙ୍କ ସହ ବିଜେଡି ଦଳ ଛାଡି ବିଜେପିରେ ମିଶିଥିଲେ । ସେହିପରି ମହିଧରପଡାର ଅଶୋକ କୁମାର ଦାସ ,
ବାଟପୁରଣ ଗ୍ରାମର ବିରଞ୍ଚି ନାରାୟଣ ସୁନ୍ଦରାୟ, କୃଷ୍ଣ ଚନ୍ଦ୍ର ଭୋଇ, ଅରଡିଆପଦା ଗ୍ରାମର ରମେଶ ଚନ୍ଦ୍ର ମହାପାତ୍ର ପ୍ରମୁଖ ବିଭିନ୍ନ ପଞ୍ଚାୟତରୁ ଆସିଥିବା ଶତାଧିକ ମହିଳା, ପୁରୁଷ ବିଜେଡି କର୍ମ ବିଜେପିରେ ଯୋଗ ଦେଇଥିଲେ । ବିଜେପି ଗବବସ୍ତ ମଣ୍ଡଳର ଉପ ସଭାପତି ଦିଲିପ କୁମାର ପାତ୍ର ପ୍ରମୁଖ କର୍ମକର୍ତ୍ତା ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

No Result
View All Result