ଓଡିଶା ତାଜା ନ୍ୟୁଜ୍ (୨୩ ଜୁନ୍ ମଙ୍ଗଳବାର) ପୁରୀ :- ରଥଯାତ୍ରା କୁ ନେଇ ସୁପ୍ରିମକୋର୍ଟ ଙ୍କ ଅନୁମତି ମିଳିବା ପରେ ଆଜି ଶ୍ରୀଜିଉ ଙ୍କ ର ରଥ ଯାତ୍ରା ଆରମ୍ଭ ହୋଇଛି । ଏ ନେଇ ପ୍ରସାଶନ ପକ୍ଷରୁ କଡାକଡି ବ୍ୟବସ୍ଥା ଲାଗି ହୋଇଛି ତିନି ଠାକୁର ଙ୍କୁ ରଥ ଉପରକୁ ଧାଡି ପହଣ୍ଡି କରଯାଇଛି । ରଥ ଟଣା ପାଈଁ ୭୫ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି । ସହର ର ସମସ୍ତ ପ୍ରବେଶ ପଥ , ଗଳି କନ୍ଦି କୁ ସିଲ କରି ଦିଆଯାଇ ପୁରୀ ସହର ରେ କର୍ଫ୍ୟୁ ଜାରି ହୋଇଛି । ସୁପ୍ରିମ କୋର୍ଟ ଙ୍କ ସର୍ତ୍ତ ଅନୁସାରେ
୧. ରଥଯାତ୍ରା ସମୟରେ ପୁରୀ ସହରର ସମସ୍ତ ପ୍ରବେଶ ପଥ, ବିମାନ ବନ୍ଦର, ରେଳଷ୍ଟେସନ, ବଡ଼ଦାଣ୍ଡ ଇତ୍ୟାଦି ବନ୍ଦ ।
୨.ରଥ ଗଡ଼ିବା ସମୟରେ ପୁରୀ ସହରରେ କର୍ଫ୍ୟୁ ଜାରି କରାଯିବ । ଆଉ ଯେତେବେଳେ ଆବଶ୍ୟକତା ହେବ ରାଜ୍ୟ ସରକାର କର୍ଫ୍ୟୁ ଜାରି କରିପାରିବେ । କର୍ଫ୍ୟୁ ସମୟରେ କେହି ସେମାନଙ୍କ ଘରୁ, ହୋଟେଲ, ଲଜିଂରୁ ବାହାରିପାରିବେ ନାହିଁ ।
୩. ସର୍ବାଧିକ ୫୦୦ ବ୍ୟକ୍ତି ପ୍ରତ୍ୟେକ ରଥକୁ ଟାଣି ପାରିବେ । ପ୍ରତ୍ୟେକ ୫୦୦ ବ୍ୟକ୍ତିଙ୍କର କରୋନା ପରୀକ୍ଷା କରାଯିବ । କୋଭିଡ୍ ପରୀକ୍ଷାରେ ନେଗେଟିଭ୍ ଆସିଲେ ସେମାନଙ୍କୁ ରଥ ଟାଣିବା ପାଇଁ ଅନୁମତି ଦିଆଯିବ । ୫୦୦ ଜଣଙ୍କ ମଧ୍ୟରେ ଅଧିକାରୀ ଓ ପୁଲିସ ରହିବେ ।
୪. ଦୁଇଟି ରଥ ମଧ୍ୟରେ ଗୋଟିଏ ଘଣ୍ଟାର ବିରତି ରହିବ
୫. ଯେଉଁମାନେ ରଥ ଟଣାରେ ସାମିଲ ହେବେ ସେମାନେ ରଥ ଟଣା ପୂର୍ବରୁ ଓ ପରେ ସାମାଜିକ ଦୂରତା ପାଳନ କରିବେ ।
୬. କରୋନା ପରୀକ୍ଷାରେ ନେଗେଟିଭ ଆସିଥିବା ବ୍ୟକ୍ତି ରୀତିନୀତିରେ ସାମିଲ ବେହା ସହ ସାମାଜିକ ଦୂରତାକୁ ବଜାୟ ରଖିବେ ।
୭. ରଥଯାତ୍ରା ଆୟୋଜନ କରିବାର ଦାୟିତ୍ବ ସର୍ତ୍ତ ଓ ଅନ୍ୟାନ୍ୟ ନିୟମ ସହିତ ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ଇନଚାର୍ଜ ଙ୍କର ରହିଛି । କମିଟିର ପ୍ରତ୍ୟେକ ସଦସ୍ୟ କୋର୍ଟଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ସର୍ତ୍ତଗୁଡ଼ିକୁ ପାଳନ କରିବା ସହିତ କେନ୍ଦ୍ର ସରକାରଙ୍କ ଜନସ୍ବାସ୍ଥ୍ୟ ସମ୍ପର୍କିତ ସାଧାରଣ ନିର୍ଦ୍ଦେଶାବଳୀକୁ ପାଳନ କରିବେ । ରଥଯାତ୍ରା ଆୟୋଜନ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଅଧିକୃତ ଅଧିକାରୀ ସେମାନଙ୍କ ଦାୟିତ୍ବ ପ୍ରତି ସଜାଗ ରହିଛନ୍ତି ।
୮. ବୈଦ୍ୟୁତିକ ଗଣମାଧ୍ୟମ ଦ୍ୱାରା ରଥଯାତ୍ରା ଓ ରୀତିନୀତିର ମାଗଣାରେ ଉତ୍ତୋଳନ କରାଯାଇପାରିବ। ଟିଭି କ୍ୟାମେରା ଲଗାଇବା ପାଇଁ ଅନୁମତି ରାଜ୍ୟ ସରକାର ଦେବେ ।
୯. ରାଜ୍ୟ ସରକାର ଆବଶ୍ୟକ ସାହାଯ୍ୟ କେନ୍ଦ୍ର ସରକାରଙ୍କ ପାଖରୁ ନେଇପାରିବେ ।
୧୦. ରାଜ୍ୟ ସରକାର ରଥଯାତ୍ରା ଓ ରୀତିନୀତିରେ ସାମିଲ ହୋଇଥିବା ବ୍ୟକ୍ତିମାନଙ୍କର ବିସ୍ତୃତ ରେକର୍ଡ ତଥା ସେମାନଙ୍କର ସ୍ବାସ୍ଥ୍ୟବସ୍ଥାର ସୂଚନା ରଖିବେ । ନ୍ୟୂନତମ ସଂଖ୍ୟାରେ ଲୋକଙ୍କ ସମେତ ଏହି ସମସ୍ତ ସର୍ତ୍ତ ଅନୁଯାୟି ରୀତିନୀତି ଅନୁଷ୍ଠିତ ହେଉଅଛି ।