ପୁରୀ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

୩୧ ମଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :- ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଓ ପ୍ରଶମନ ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନରେ ଓସ୍ୱ।ନ ସଭାଗୃହ ଠାରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ,ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର,ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ୱାପ୍ନାରାଣୀ ସ୍ୱାଇଁ,ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ ନାୟକ ପ୍ରମୁଖ ଯୋଗ ଦେଇ ବିଭିନ୍ନ ନଦୀ ବନ୍ଧ ସୁଦୃଢ କରିବା ସହ ବିପର୍ଯ୍ୟୟ ମୁକାବିଲା ପାଇଁ ବିବିଧ ମତାମତ ପ୍ରଦାନ କରିଥିଲେ । ଆଭାସୀ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ପ୍ରାକୃତିକ ବିପର୍ଯ୍ୟୟ ର ମୁକାବିଲା ପାଇଁ ସମସ୍ତ ବିଭାଗ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିଲେ ।ବିଶେଷ କରି ଜନସାଧାରଣ ଙ୍କୁ ସତର୍କ ଓ ସଚେତନ କରିବା ସହ ସ୍ୱାସ୍ଥ୍ୟ, ପାନୀୟ ଜଳ, ପଶୁ ସମ୍ପଦ, କୃଷି ଇତ୍ୟାଦି ବିଭାଗ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲାରେ ଚଳିତ ବର୍ଷ ଜୁନ ୧ ତାରିଖ ରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଅହୋରାତ୍ର ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ହେବ ଓ ବିଡ଼ିଓ, ତହସିଲଦାର ମାନେ ଦୈନିକ ପରିସ୍ଥିତି ବା ସିଚୁଏସନ ରିପୋର୍ଟ ପ୍ରଦାନ କରିବେ । ଜିଲ୍ଲାରେ ୨୯ ଟି ଏସ ଆର ସି ବୋଟ ରହିଛି । ଓସଡାମା ପକ୍ଷରୁ ୧୭୦ ଟି ବାତ୍ୟା ଆଶ୍ରୟ ସ୍ଥଳ ଓ ରେଡକ୍ରସ ପକ୍ଷରୁ ୯ ଟି ବାତ୍ୟା ଆଶ୍ରୟ ସ୍ଥଳ ରହିଛି । ସେହିପରି ୩୭୨ ଟି ବିକଳ୍ପ ଆଶ୍ରୟ ସ୍ଥଳ ମଧ୍ୟ ରହିଛି । ଇତି ମଧ୍ୟରେ ୨୬ ଜଣ ବୋଟ ଚାଳକ ଓ ଖଲାସୀ ଙ୍କୁ ନିଯୁକ୍ତ କରାଯାଇଛି ଯେଉଁ ମାନେ କି ବନ୍ୟା ସମୟରେ ସହଯୋଗ କରିବେ । ସରକାର ଓ ଏସଆରସି ଧାର୍ଯ୍ୟ କରିଥିବା ମାର୍ଗଦର୍ଶିକା କୁ ସଠିକ ଭାବେ ଅନୁପାଳନ କରିବାକୁ ଶ୍ରୀ ସାହୁ ପରାମର୍ଶ ଦେଇଥିଲେ ।

ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ ଗୁଡିକ ର ମରାମତି ଓ ବାସପୋଯୋଗୀ କରିବା, ବନ୍ୟା ଓ ବାତ୍ୟାର ମୁକାବିଲା ପାଇଁ ବିଭିନ୍ନ ସାମଗ୍ରୀ ମହଯୁଦ ରଖିବା, ନିୟନ୍ତ୍ରଣ କକ୍ଷ ପରିଚାଳନା କରିବା, ଜନପ୍ରତିନିଧି ଓ ପଞ୍ଚାୟତ ପ୍ରତିନିଧି ,ସ୍ୱଛାସେବୀ ମାନଙ୍କ ସହ ଯୋଗାଯୋଗ ମାଧ୍ୟମରେ ଜରୁରୀ ସୂଚନା ପ୍ରଦାନ କରିବା, ଖାଦ୍ୟ, ଔଷଧ, ଗୋ ଖାଦ୍ୟ ଇତ୍ୟାଦି ମହଯୁଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ କୈଳାସ ଚନ୍ଦ୍ର ନାୟକ,ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଡଃ ଶରତ ଚନ୍ଦ୍ର ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର, ଉପଜିଲ୍ଲାପାଳ ଭବତାରଣ ସାହୁ,ଅତିରିକ୍ତ ଏସ ପି ପ୍ରଫୁଲ୍ଲ ଚନ୍ଦ୍ର ବଡଜେନା ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ । ଜିଲ୍ଲା ଜରୁରୀ ବିଭାଗ ଡେପୁଟି କଲେକ୍ଟର ଜିତେନ୍ଦ୍ର ପାତ୍ର ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ ସହ ଆକ୍ସନ ପ୍ଲାନ ଅନୁସାରେ ମୁକାବିଲା ପାଇଁ ଅନୁରୋଧ କରିଥିଲେ।ଆଭାସୀ ମାଧ୍ୟମରେ ପ୍ରତ୍ୟେକ ବ୍ଲକରେ ବିଡ଼ିଓ, ତହସିଲଦାର, ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗ ଦେଇଥିଲେ। ରଥ,ଫିଲ୍ଡ ସୁପରଭାଇଜର ବେଣୁମାଧବ ସୁବୁଦ୍ଧି, ଗୋରୁଆଳ ସରପଂଚ ନିରଞ୍ଜନ ମିଶ୍ର, ସମିତି ସଭ୍ୟ ଜିତେନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇ ମତାମତ ପ୍ରଦାନ କରିଥିଲେ । ଉପସ୍ଥିତ ଜନ ସାଧାରଣ ମଧ କ୍ଷତି ପୂରଣ, ଥଇଥାନ,ନିଯୁକ୍ତି, ଶିକ୍ଷା, ଚିକିତ୍ସା ସୁବିଧା ଇତ୍ୟାଦି ସମ୍ପର୍କରେ ସେମାନଙ୍କ ମତାମତ ପ୍ରଦାନ କରିଥିଲେ। ନାୟକ, ସାଂସ୍କୃତିକ ସଂପାଦକ ଶ୍ୟାମ ପ୍ରକାଶ ସେନାପତି, ସଂଗ୍ରାମ କାନୁନଗୋ ମଞ୍ଚାସୀନ ଥିଲେ । ଏଥିରେ ସଂଗଠନ କମିଟି ଅଧ୍ୟକ୍ଷ ଶୁଭାଶିଷ ଖୁଣ୍ଟିଆ,ଉତ୍ସବର ସଫଳତା ପାଇଁ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ, ପୁରୀ ଗଣମାଧ୍ୟମ ସମେତ ଭାରତ ସରକାରଙ୍କ ସହଯୋଗ କୁ ଧନ୍ୟବାଦ ଦେଇଥିଲେ।ଅପରାହ୍ନ ରେ ଦେଶର ୨୨ଟି ରାଜ୍ୟ ରୁ ଆସିଥିବା ୪୦୦କଳାକାର, ଜିଲ୍ଲା ସଂସ୍କୃତି ପରିଷଦ ର କଳାକାରଙ୍କୁ ନେଇ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରା, ସିଂହଦ୍ବାର ଠାରୁ ବାହାରି ଶରଧାବାଲି ରେ ପହଞ୍ଚିବାପରେ, ନାଗାଲାଣ୍ଡ, ତାମିଲନାଡୁ,ଗୁଜୁରାଟ, ପଞ୍ଜାବ,କେରଳ, ରାଜସ୍ଥାନ ପ୍ରଭୃତି ରାଜ୍ୟର କଳାକାରମାନେ ସେମାନଙ୍କ ନୃତ୍ୟ ରେ ସମବେତ ଦର୍ଶକ-ଶ୍ରୋତାଙ୍କୁ ଅଭିଭୂତ କରିଥିଲେ।ଏହି ଅବସରରେ ଲୋକନୃତ୍ୟ ପାଇଁ ପଦ୍ମଶ୍ରୀ ଉତ୍ସବ ଚରଣ ଦାସଙ୍କୁ ରାଜ୍ୟପାଳ ଶ୍ରୀକ୍ଷେତ୍ର ସମ୍ମାନ ରେ ସମ୍ମାନିତ କରିଥିଲେ। ଭାରତବର୍ଷର ବିଭିନ୍ନ ଅଞ୍ଚଳ ରୁ ଆସି କୃଷିମେଳା ରେ ଯୋଗଦାନ କରିଥିବା ବିଭିନ୍ନ ବିଭାଗ ର ପ୍ରଦର୍ଶନ ସହ କଳାକାରମାନଙ୍କ ନୃତ୍ୟ ଆଗାମୀ ପାଞ୍ଚଦିନ ଧରି ଚାଲିବ ବୋଲି ସଂପାଦକ ରାଜେଶ କୁମାର ମହାନ୍ତି ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମ କୁ ପ୍ରଦ୍ୟୁମ୍ନ କୁମାର ସାଠୁଆ, ମଧୁସୂଦନ ମିଶ୍ର, ସତ୍ୟବ୍ରତ ଦାସ, ନାରାୟଣ ପାତ୍ର, ଦାମୋଦର ଶତପଥୀ, ଦେବେନ୍ଦ୍ର ମହାପାତ୍ର, ସୌମ୍ୟ ରଂଜନ ମିଶ୍ର, ପ୍ରତାପ ଦଳେଇ, ପୂର୍ଣ୍ଣ ଚନ୍ଦ୍ର ଓଝା, ପୁଷ୍କର ସାହୁ ଓ ଗୌତମ ମିଶ୍ର ପରିଚାଳନା କରିଥିଲାବେଳେ ଚନ୍ଦ୍ର ବିଜୟୀ ମିଶ୍ର ମଞ୍ଚ ପରିଚାଳନା କରିଥିଲେ ।