୩୧ ମଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ :- କଟକ ମହାନଗର ନିଗମ ୫୯ ନମ୍ବର ୱ।ର୍ଡ଼ ନୂଆ କାଚରାମାଳ ଗ୍ରାମ୍ୟ କମିଟି ପକ୍ଷରୁ , ଫୁଲନଖରା ଛକ ଠାରେ ତିନି ଦିନ ଧରି ଅପେରା ପରିବେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ପୂର୍ବତନ କ୍ରୀଡା ମନ୍ତ୍ରୀ ତଥା କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ୫୯ ନମ୍ବର ୱ।ର୍ଡ଼ର କର୍ପୋରେଟର ମମତା ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
ନୂଆ କାଚରାମାଳ ଗ୍ରାମରେ ଥିବା ସରକାରୀ ଜମିରେ ଏକ ସ୍ଥାୟୀ ଖେଳପଡିଆ କରାଗଲେ, ଲକ୍ଷେଶ୍ୱର ସରକାରୀ ହାଇସ୍କୁଲ, ଲକ୍ଷେଶ୍ୱର ମହିଳା ମହାବିଦ୍ୟାଳୟ ଏବଂ ଗ୍ରାମର ଯୁବକ ମାନେ ଖେଳକୁଦ କରିବାର ସୁଯୋଗ ପାଇବା ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଏଠାରେ ହୋଇପାରନ୍ତା ବୋଲି ଗ୍ରାମବାସୀ ଙ୍କ ପକ୍ଷରୁ କଟକ ସଦର ବିଧାୟକଙ୍କୁ ଅନୁରୋଧ କରିଥିଲେ । ବିଧାୟକ ଚନ୍ଦ୍ର ସାରଥୀ ବେହେରା ଗ୍ରାମ ବାସୀଙ୍କ ଅନୁରୋଧକୁ ରକ୍ଷା କରି କହିଲେ ଯେ, ଏନେଇ ଜିଲ୍ଲାପାଳ କଟକ ସଦର ଉପ ଜିଲ୍ଲାପାଳ , ତହସିଲଦାରଙ୍କ ସହିତ କଥା ହୋଇ ଜମିର କେ୍ସଚ ମ୍ୟାପ ପ୍ରଦାନ କରାଯିବ ।
ଏବିଷୟରେ ଜିଲ୍ଲା ପାଳ ଖେଳପଡିଆ ପାଇଁ ସିକୃତି ଦେଲେ , ଏଥିପାଇଁ ଅର୍ଥ ଯୋଗାଇ ଦେବାକୁ ଉପସ୍ଥିତ ଗ୍ରାମ ବାସୀଙ୍କୁ ପ୍ରତି ଶୃତି ଦେଇଥିଲେ । ଆୟୋଜିତ ଉତ୍ସବରେ ଗ୍ରାମବାସୀଙ୍କ ପକ୍ଷରୁ କର୍ପୋରେଟର ମମତା ମହାନ୍ତି, ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାନନ ବିହାରୀ ନାୟକ ସଭା କାର୍ଯ୍ୟ ପରିଚାଳନା କରିଥିଲେ । ଗ୍ରାମ୍ୟ କମିଟିର ସଭାପତି ଗୁଣନିଧି ପଟ୍ଟନାୟକ, ଠାକୁର ପ୍ରସାଦ ଦାସ , ବଜାର କମିଟିର ସଭାପତି ନିରୋଦ କୁମାର ପଟ୍ଟନାୟକ, ସଂପାଦକ ଶିବ ପ୍ରସାଦ ପଟ୍ଟନାୟକ, ପ୍ରଶାନ୍ତ ପଟ୍ଟନାୟକ, ପବିତ୍ର କୁମାର ବେହେରା, ଞାନରଞନ ସାହୁ ,ଧୃବ ଚରଣ ବେହେରା ଙ୍କ ସମେତ ଗ୍ରାମର ସମସ୍ତ ଯୁବକ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

© 2023 Odisha Taza News.