ଆମ ପୋଲିସ ସମିତି ର ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

୦ ମଇ ,୨୦୨୩ (ଓଡ଼ିଶା ତାଜା ନ୍ୟୁଜ୍) ଆର, ଉଦୟଗିରି :- ଗଜପତି ଜ଼ିଲ୍ଲା ଅଡବା ଥାନା ର ଆମ ପୋଲିସ ସମିତି ପକ୍ଷରୁ ଗତ ଦୁଇ ଦିନ ଧରି ଆୟୋଜିତ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ସୋମବାର ଉଦଯାପିତ ହୋଇଯାଇଛି l ପୋଲିସ ଏବଂ ଜନସାଧାରଣ ଙ୍କ ମଧ୍ୟରେ ସମନ୍ଵୟ ରଖିବା ସହ ଲୋକ ଙ୍କ ମନରୁ ପୋଲିସ ର ଭୟ ଦୂର କରିବା ଏବଂ ଠିକ୍ ଭାବେ ସେବା ପାଇବା ଉଦ୍ଦେଶ୍ୟ ରେ ଗଜପତି ଜ଼ିଲ୍ଲା ପୋଲିସ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି l ଏହି ପରିପ୍ରେକ୍ଷୀରେ ଅଡବା ଥାନା ଗୁଲୁବା ପଞ୍ଚାୟତ ରେ ଗତ ଶନିବାର ଠାରୁ ଆରମ୍ଭ ହୋଇଥିଲା ଭଲିବଲ୍ ଟୁର୍ଣ୍ଣାମେଣ୍ଟ, ଏହି ଟୁର୍ଣ୍ଣାମେଣ୍ଟ ରେ ପଞ୍ଚାୟତ ର ବିଭିନ୍ନ ସ୍ଥାନରୁ 10 ଟି ଦଳ ଭାଗନେଇଥିଲେ l ତେଵେ ସୋମବାର କାଲାମା ଏବଂ ଡ଼ୁବୁରୀ ସାହି ଗ୍ରାମ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା l ଏଥିରେ କାଲାମା ଦଳ ଚମ୍ପିୟାନ ହୋଇଛି l ଗଜପତି ଆରକ୍ଷୀ ଅଧିକ୍ଷକ ସ୍ଵାତି ଏସ୍. କୁମାର ବିଜୟୀ ଦଳକୁ ଅର୍ଥ ଏବଂ ମାନପତ୍ର ଦେଇ ପୁରସ୍କୃତ କରିଛନ୍ତି l ଏହି କାର୍ଯ୍ୟକ୍ରମ କୁ ଅଡବା ଥାନା ପକ୍ଷରୁ ପରିଚାଳନା କରାଯାଇଥିଲା l