ଓଡିଶା ତାଜା ନ୍ୟୁଜ୍ /ରିପୋର୍ଟ ସୋନାଲି ମହାରଣା (୨୨ ଜୁନ୍ ସୋମବାର) ରଣପୁର :– ସୁପ୍ରିମକୋର୍ଟ ରାୟପରେ ଗଡିବନି କାଳିଆ ରଥ ମନ୍ଦିର ରେ ହେବନି ରଥ ର ନିତି କାନ୍ତି ରଣପୁର. ୨୨/୬ (ଆପ୍ର) ; ଖବର ନେବାରେ ଜଣାଯାଏ ମହାମାରୀ କରୋନା ଯୋଗୁ ଏବେ ସମଗ୍ର ଦେଶରେ ଲକଡାଉନ ହୋଇଥିବାରୁ ଚଳିତ ବର୍ଷ ଓଡିଶାରେ ରଥ ଯାତ୍ରା ହେବ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଯାହାଫଳରେ ଓଡିଶା ର ଦି୍ୱତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ରଣପୁର ରଥ ନିର୍ମାଣ ଗୁରୁବାର ଠାରୁ ବନ୍ଦ ହୋଇଯାଇଥିଲା । କେବଳ ମନ୍ଦିର ପରିସର ରେ ବିଧି ଅନୁଯାଇ ନୀତି କରାଯିବ ବୋଲି ନିଷ୍ପତି ଗ୍ରହଣ କରାଯାଇଥିଲା ।
ପରେ ସୁପ୍ରିମକୋର୍ଟରେ ଅନେକ ପିଟିସନ ଦାଖଲ ପରେ ପୁରୀ ପରେ ଓଡିଶାର ଦ୍ୱିତୀୟ ଜଗନ୍ନାଥ ମନ୍ଦିର ହୋଇଥିବାରୁ ଏଠାରେ ମଧ୍ୟ ରଥ ଯାତ୍ରା ହୋଇପାରେ ବୋଲି ଆଶା ପ୍ରକାଶ କରିଥିଲା । କିନ୍ତୁ ଆଜି ସୁପ୍ରିମକୋର୍ଟ କେବଳ ପୁରୀ ରେ ରଥଯାତ୍ରା ହେବା ପାଇଁ ନିଷ୍ପତି ନେଇଥିବାରୁ ଏହି ରାୟ କୁ ସମ୍ମାନ ଜଣାଇ ରଣପୁର ରେ ରଥ ଯାତ୍ରା ହେବ ନାହିଁ ବୋଲି ପ୍ରଶାସନ ନିଷ୍ପତି ନେଇଛି । କିନ୍ତୁ ଅନେକ ଜଗନ୍ନାଥ ଭକ୍ତ ଙ୍କୁ ରଥ ଟଣା ହେବ ନାହିଁ ବୋଲି ଜାଣିବାପରେ ଦୁଃଖ ପ୍ରକାଶ କରିଛନ୍ତି ।
ପୁରୀ ର ସମସ୍ତ ନିତି କାନ୍ତି ଏଠାରେ ପାଳନ ହେଉଥିବାରୁ ରଣପୁର ରେ ରଥ ବନ୍ଦ ସେବାୟତ ମାନେ ବି ଅସନ୍ତୋଷ ପ୍ରକାଶ କରିଛନ୍ତି । ସଂନ୍ଦ୍ୟରେ ଜଗନ୍ନାଥ ମନ୍ଦିର ପରିସର ରେ ସେବାୟତ ଓ ପ୍ରଶାସନ ଏକ ବୈଠକ ବସିଥିଲା । ଯେହେତୁ ଠାକୁର ରଥାରୁଢ ହେବେନି , ରଥ ଗଡିବନି ସେଥିପାଇଁ ମନ୍ଦିର ପରିଷର ରେ କୌଣସି ରଥ ନିତି ହେବ ନିାହିଁ ବୋଲି ସେବାୟତ ସଂଘ ନିଷ୍ପତି ନେଇଛି । କେବଳ ମନ୍ଦିର ପରିଷର ରେ ଠାକୁର ଙ୍କର ଦୈନଦିନ ନିତି କରାଜିବ ବୋଲି ଜଣାଯାଇଛି ।