No Result
View All Result

୨୮ମଇ , ୨୦୨୩( ଓଡ଼ିଶା ତାଜା ନ୍ୟୁଜ୍) ବଲାଙ୍ଗିର ଜିଲା :- ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ଅନ୍ତର୍ଗତ ବିଚ୍ଛୁବାହାଲି ଠାରେ ବ୍ଲକ ସ୍ତରୀୟ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ମେଳାରେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ମୁଖ୍ୟ ଅତିଥିଭାବେ ଯୋଗଦେଇ ମେଳା କୁ ଉଦ୍ଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଟିନା କୁମ୍ଭାର ଉପାଧ୍ୟକ୍ଷା ଦୁର୍ଯ୍ଯୋଧନ କୁମ୍ଭାର ୨୫ ନମ୍ବରଜୋନ ଜିଲ୍ଲାପରିଷଦ ସଭ୍ଯା ଶ୍ରୀମତୀ ସବ୍ଦ ମିର୍ଦ୍ଧା ,ପଣ୍ଡରି ଜୋର୍ ସରପଞ୍ଚ ସୁଶିଳା ମେହେର, ପଣ୍ଡରିଜୋର୍ ସମିତି ସଭ୍ୟ ପୂର୍ଣ ଚନ୍ଦ୍ର ବନଛୋର ଯୋଗଦେଇ ମଞ୍ଚାସିନ ଥିଲେ।
ଅତିଥି ମାନଙ୍କୁ ଉପଢ଼ୌକନ ଦେଇ ସ୍ୱାଗତ୍ ସମର୍ଦ୍ଧିତ କରି ଥିଲେ । ଉକ୍ତ ମେଳା ରେ ମୁଖ୍ୟ ମୁଖ୍ୟ ଅତିଥି ଙ୍କ ଦ୍ଵାରା ଶୁଭ ଉଦ୍ଘାଟନ ଓ ଗୋ ପୂଜନ କରି ଅତିଥି ଙ୍କ ଦ୍ୱାରା ସଫଳ ଗୋ ଚାଷୀ ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ପ୍ରାଣୀ ସମ୍ପଦ ବିଭାଗର ଡ ସନ୍ତୋଷ କୁମାର କୁମାର ପଣ୍ଡା ସିଡିଭିଓ ବଲାଙ୍ଗୀର, ଡକ୍ଟର ଗଣେଶ ଜେନା ଏସ୍ଡିଭିଓ ପାଟଣାଗଡ, ଡକ୍ଟର ସମିର କୁମାର ନନ୍ଦ ବିଭିଓ ବେଲପଡ଼ା,
ଡକ୍ଟର ଆନନ୍ଦ ସାଗର ସେଠ ଭିଏସ୍ ବେଲପଡ଼ା, ଡକ୍ଟର ଅମିତ କୁମାର ଆଚାର୍ଯ୍ଯ ଭିଏସ୍ ବେଲପଡ଼ା, ଶଙ୍କର ମେହେର ପ୍ରାଣୀଧନ ନିରୀକ୍ଷକ ସୁଲେକେଲା, ଉମେଶ ଚନ୍ଦ୍ର ଭୋଇ ପ୍ରାଣୀଧନ ନିରୀକ୍ଷକ କପାଣି, ଜଶୁଲାଲ କୁମ୍ଭାର ପ୍ରାଣୀଧନ ନିରୀକ୍ଷକ କାନୁଟ, ଅମିତ କୁମାର ବାରିକ ପ୍ରାଣୀଧନ ନିରୀକ୍ଷକ ଗମ୍ଭାରୀ, ରୌପ୍ୟମୟୀ ବିଶ୍ବାଳ ପ୍ରାଣୀଧନ ନିରୀକ୍ଷକ ମଣ୍ଡଳ , କୃଷ୍ଣ ସାହୁ ,ବିପିନ ବରିହା, ଜସ୍ମିନଜୌତି ସାହୁ,ରୋହିତ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ।


No Result
View All Result