୨୬ମଇ,୨୦୨୩ (ଓଡ଼ିଶା ତାଜାନ୍ୟୁଜ) ପାଟଣାଗଡ :- ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ବେଲପଡ଼ା ଥାନା ଅନ୍ତର୍ଗତ ମୁଣ୍ଡୋଦର ଗାଁ ର ବିଶ୍ବନାଥ ଜାଲ ଙ୍କ ଗୁହାଳ ରୁ ମେଣ୍ଢା ଚୋରି ହେଉ ଥିବା ନେଇ ବେଲପଡା ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଳଣା କରିଛି । ସୂଚନା ଅନୁଯାୟୀ ମଣ୍ଡୋଦର ଗାଁର ବିଶ୍ବ ନାଥ ଜାଲ ର ବାପ ଦେଖି ଚିତ୍କାର କରି ଥିଲେ। ପରେ ମେଣ୍ଢା ଚୋରି କରୁଥିବା ଚୋର ମାନଙ୍କୁ ପିଛା କରିଥିଲେ । ପରେ ପାଟଣାଗଡ ଥାନା ଅନ୍ତର୍ଗତ ବଗଲାବନ୍ଦ୍ ଓ ଗଡିଆଜୋର୍ । ମଝିରେ ମେଣ୍ଢା ଚୋର ଦ୍ଵୟ ଙ୍କୁ କବୁ କରିଥଲେ। ହେଲେ ଅନ୍ୟ ଏକ ଚୋର ପାଟଣାଗଡ ଥାନା ଅନ୍ତର୍ଗତ ଗୋଏଲମରା ଗା ର ରାହୁଲ ସାହୁ,(ଦେବରାଜ) ପାଟଣାଗଡ ଥାନା ଫେରାର ମରିଥିଲା । ଓ ପାଟଣାଗଡ ଥାନା ଅନ୍ତର୍ଗତ ବିନ୍ଧନ ପଥର ଗାଆଁର ଲାଲୁ ତାଣ୍ଡି ଙ୍କୁ ଅଟକ ରଖି ପାଟଣାଗଡ ଥାନା କୁ ଖବର ଦେଇ ଥିଲେ । ଘଟଣା ସ୍ଥଳକୁ ପାଟଣାଗଡ ପୋଲିସ ପହଞ୍ଚି ଲାଲୁ ତାଣ୍ଡି ଓ ବାଇକ ଓଆର ୦୩ ଜି ୪୨୭୦ କୁ ପାଟଣାଗଡ ଥାନା ରେ ଅଟକ ରଖିଥିଲେ । ପରେ ଫେରାର ମାରିଥିବା ରାହୁଲ ସାହୁ (ଦେବରାଜ) କୁ ମଧ୍ୟ ପାଟଣାଗଡ଼ ଥାନାରେ ଅଟକ ରଖିଥିଲେ ।

ଚୋରି କରିଥିବା ମେଣ୍ଢା ବେଲପଡା ଅଞ୍ଚଳ ର ହୋଇ ଥିବାରୁ ବେଲପଡ । ଥାନା ରେ ଏକ ଅଭିଯୋଗ କରିଥଲେ ମୁଣ୍ଡେଦର୍ହ ଗାଆର ବିଶ୍ବନାଥ ଜାଲ । ପରେ ପାଟଣାଗଡ଼ ପୋଲିସ ଉଭୟ ଚୋର ଦ୍ୱଜ ଲାଲୁ ଓ ରାହୁଲ ଙ୍କୁ ବେଳପଡ । ପୋଲିସ୍ ର ଅଟକ ରଖି ପଚାଉଚରା କରିଥିଲା । ବେଲପଡା ଥାନା କେଶ ନଂ ୧୨୫୭/୨୩ ଦଫା ୩୮୦ ରେ ଏକ ମାମଲା ରୁଜୁ କରି ଆଜି ଦୁଇ ଅଭିଯୁକ୍ତ ଙ୍କୁ ପାଟଣାଗଡ଼ କୋର୍ଟ ଚଳଣା କରିଥିବା ବେଳେ ସେଠାରେ ତାଙ୍କର ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗିୟ ହାଜତ ପଠାଇଥିବା ଯାଇଥିବା ଜଣାପଡିଛି ।