୨୬ମଇ,୨୦୨୩ (ଓଡ଼ିଶା ତାଜାନ୍ୟୁଜ) ଆର,ଉଦୟଗିରି :- ବୁଧବାର ଆର,ଉଦୟଗିରିର ଉଦୟନାଥ ମନ୍ଦିର ପରିସରରେ ଭଗବାନ ଶିବ ଓ ପାର୍ବତୀଙ୍କ ବାହାଘର ରୀତିନୀତିରେ ସମ୍ପଦ କରାଯାଇଥିଲା । ଶିବଙ୍କ ପିତ ଭାବୋ ପ୍ରଦୀପ କୁମାର ପଣ୍ଡା ଏବଂ ପାର୍ବତୀଙ୍କ ପିତା ମାତା ମିମାଂଶା କୁମାର ସତପଥୀ ତାଙ୍କ ପତ୍ନୀ ମିନତୀ ମିଶ୍ର କାର୍ଯ୍ୟ ସମ୍ପାଦନା କରିଥିଲେ । ଶିବଙ୍କ ବରପାଟି ମହାଦେବ ମନ୍ଦିରରୁ ବଡ ପଟୁଆରରେ ବାହାରିଥିଲେ । ମନ୍ଦର ପରସୟ ଠାରେ ବାଟବରୁଣ କରାଯାଇଥିଲା । ଏଥର ନୀମନ୍ତେ କନ୍ୟା ଘର ତରଫରୁ ପଟୁଆରରେ ବରକୁ ଫୁଲଚନ୍ଦନ ଦେଇ ପୂଜାର୍ଚନା ଓ ଆଳତି କରି ବର ଓ ବରଯାତ୍ରୀଙ୍କୁ ପାଛୋଟି ଆଣିଥିଲେ । କଲ୍ୟାଣ ମଣ୍ଡପ ଠାରେ ପାଣିପଣା ସହ ଜଳଖିଆ ଦେଇ ବରଯାତ୍ରୀଙ୍କୁ ବାଟ ଚର୍ଚି କରିଥିଲେ । ଏହି ମନ୍ଦିର ପ୍ରାଙ୍ଗଣରେ ବିବାହ ବେଦୀରେ ବିବାହ କାର୍ଯ୍ୟ ରୀତିନୀତି ପ୍ରକାରେ ହୋଇଥିଲା । କାର୍ଯ୍ୟକ୍ରମରେ ପୁରୋହିତ ଗୋରଚନ୍ଦ୍ର ମିଶ୍ର, ମିହିରି ଦାସ ଶର୍ମା ଓ ନିତେଇ ମିଶ୍ର କାର୍ଯ୍ୟ ସମ୍ପାଦନ କରିଥିଲେ । ଗୁରୁବାର ଶିବପାର୍ବତୀଙ୍କ ନଗରପରିକ୍ରମାରେ ବିଭିନ୍ନ ସାହି ଶିବପାର୍ବତୀଙ୍କୁ ଫୁଲ ଚନ୍ଦନ ଦେଇ ପୂଜି ଅର୍ଚନା ହୋଇଥିଲା । ନଗରପରକ୍ରରେ ଦଶ ଅବତାର ନାଟକ ବୁଲୁଥିଲେ । କାର୍ଯ୍ୟକ୍ରମକୁ ଶିବ ଚତୁର୍ଘଶୀ କର୍ମକତ୍ତା,ଗ୍ରାମର ଯୁବଗୋଷ୍ଠୀ ଏବଂ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଗ୍ରାମବାସୀ ଆନନ୍ଦ ଉତ୍ସାହ ସହ ଉପଭୋଗ କରିଥିଲେ ।