ଅପରାହ୍ନ ୪ ଘଟିକା ସମୟ ରେ ବାଟ ବରଣି କରାଯାଇଥିଲା ଓ ସନ୍ଧ୍ୟା ୭ ଘଟିକରେ ବ୍ରାହ୍ମଣୀ ଦେବୀ ଛକରୁ ମହେଦେବ ଙ୍କ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ମନ୍ଦିର ପରିଚାଳନା କମିଟି ସଭାପତି ସନାତନ ସାହୁ ଓ ନଗରପାଳ ଶୁଭେନ୍ଦୁ ସାହୁ ଙ୍କ ତତ୍ତ୍ଵାବଧାନରେ ପ୍ରାୟ ୨ ହଜାର ରୁ ଉର୍ଦ୍ଧ୍ବ ଶୈବ ଭକ୍ତ ବରଯାତ୍ରୀ ସାଜିଥିଲେ । ପ୍ରଥମ ଥର ପାଇଁ ଆକର୍ଷଣୀୟ ବାଈ ନାଚ ଆୟୋଜନ କରାଯାଇଥିଲା ,ଯାହାକି ଅତ୍ୟନ୍ତ ମନମୁଗ୍ଧକର ହୋଇଥିଲା । ବାଈ ନାଚ ସାଙ୍ଗକୁ ବାଜା ,ବାଣ , ଡିଜେ ସାଉଣ୍ଡ ,ମହିଳା, ପୁରୁଷ ସଙ୍କୀର୍ତ୍ତନ ରେ ସହର ଦୁଲୁକିଥିଲା ।
ରାତ୍ର ୧୧ ଘଟିକା ରେ ବରଯାତ୍ରୀ ସହ ବୂଦ୍ଧେଶ୍ୱର୍ ମହାଦେବ ମନ୍ଦିର ରେ ପହଞ୍ଚିବା ପରେ ବିବାହ କାର୍ଯ୍ୟ ଅନୁଷ୍ଟିତ ହୋଇଥିଲା । ଭୁବନ ର ଅନ୍ୟତମ ପ୍ରାଚୀନ ଶୈବ ପୀଠ ବାବା କାଶୀ ବିଶ୍ଵନାଥ ଙ୍କ ମନ୍ଦିର ( ଛତା ମଠ) ରେ ମଧ୍ୟ ଶିବ ବିବାହ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଢେ଼ଙ୍କାନାଳ ଜିଲ୍ଲା ମହିଳା ବିଜେଡି ସଭାପତି ସାଗରିକା ମିଶ୍ର , ଇଞ୍ଜିନିୟର ମନୋରଞ୍ଜନ ପତି ବର ମାତା ପିତା ଓ ବନିତା ପୃଷ୍ଟି ସରୋଜ ପୃଷ୍ଟି କନ୍ୟା ମାତା ପିତା ସାଜି ବିବାହ କରାଇଥିଲେ। କାଶୀ ବିଶ୍ଵନାଥ ଚାରିଟେବୁଲ ଟ୍ରଷ୍ଟ ସଭାପତି ହରିହର ସାହୁ ଙ୍କ ତତ୍ତ୍ଵାବଧାନରେ ସନ୍ଧ୍ୟା ରେ ଦେବ ଦମ୍ପତି ଙ୍କ ସହର ପରିକ୍ରମା କରାଯାଇଥିଲା ।

© 2023 Odisha Taza News.