• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଓଡ଼ିଶୀ ନୃତ୍ୟର ପରମ ପୂଜାରିଣୀ : ପୂର୍ଣ୍ଣଶ୍ରୀ ରାଉତ

Proprietor Abhimanyu Maharana by Proprietor Abhimanyu Maharana
May 26, 2023
in ଓଡ଼ିଶା, ମହାନଗର, ହୋମ୍
0
ଓଡ଼ିଶୀ ନୃତ୍ୟର ପରମ ପୂଜାରିଣୀ : ପୂର୍ଣ୍ଣଶ୍ରୀ ରାଉତ
Share on FacebookShare on TwitterWhatsapp

୨୫ ମଇ,୨୦୨୩ (ଓଡ଼ିଶା ତାଜାନ୍ୟୁଜ) ଭୁବନେଶ୍ୱର/ରାୟପୁର :- ପୂର୍ଣ୍ଣଶ୍ରୀ ରାଉତ ଓଡ଼ିଶୀ ନୃତ୍ୟର ଜଣେ ପ୍ରଖ୍ୟାତ ପଟ୍ଟୟସୀ ଭାବରେ ପରିଚିତ । ପୂଜାରିଣୀ ଭଳି ସେ ଓଡ଼ିଶୀର ଉତଥାନ ପାଇଁ ନିଜର ତନ, ମନ ଓ ଧନକୁ ସଂପୂର୍ଣ୍ଣ ଭାବେ ସମର୍ପଣ କରି ଦେଇଛନ୍ତି । ଦୀର୍ଘ ଚାରି ଦଶନ୍ଧି ଧରି ଓଡ଼ିଶା ବାହାରେ ଏହି ନୃତ୍ୟର ପ୍ରଚାର, ପ୍ରସାର କରିବାରେ ପୂର୍ଣ୍ଣଶ୍ରୀ ସଦାସର୍ବଦା ସାଧନାରତ ଅଛନ୍ତି । ପୂର୍ଣ୍ଣଶ୍ରୀ ଙ୍କର ଓଡ଼ିଶୀ ଯାତ୍ରା ମାତ୍ର ୬ ବର୍ଷ ବୟସରୁ ଆରମ୍ଭ ହୋଇଥିଲା ।ସେ ଓଡ଼ିଶାର ସାଂସ୍କୃତିକ ରାଜଧାନୀ କଟକର ସବୁଠୁ ପୁରୁଖା ଏବଂ ପ୍ରମୁଖ ପରିବେଷଣ କଳା ଅନୁଷ୍ଠାନ କଳା ବିକାଶ କେନ୍ଦ୍ରରେ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ । ଓଡ଼ିଶାର ଚାରିଜଣ ସୁନାମଧନ୍ୟ ନୃତ୍ୟଗୁରୁ ଯଥା ରମଣୀ ରଂଜନ ଜେନା, ରଘୁ ଦତ୍ତ, କେଳୁଚରଣ ମହାପାତ୍ର ଏବଂ ଶଙ୍କର ବେହେରା ତାଙ୍କର ଶିକ୍ଷକ ଥିଲେ । ତୁଳସୀ ଦୁଇ ପତ୍ରରୁ ବସିଲା ପରି ପୂର୍ଣ୍ଣଶ୍ରୀ ଖୁବ କମ ସମୟ ମଧ୍ୟରେ ନୃତ୍ୟ କ୍ଷେତ୍ରରେ ତାଙ୍କର ଅସାଧାରଣ ପ୍ରତିଭା ଏବଂ ଅଭୁତପୂର୍ବ ପାରଦର୍ଶିତାର ପରିଚୟ ପ୍ରଦାନ କରି ଗୁରୁ ମାନଙ୍କୁ ଚମତ୍କୃତ କରିଦେଇଥିଲେ ।ପୂର୍ଣ୍ଣଶ୍ରୀ ଏବେ ଛତିଶଗଡ଼ର ରାଜଧାନୀ ରାୟପୁର ଠାରେ ଅବସ୍ଥାପିତ। ୨୦୦୯ ମସିହାରେ ସେଠାରେ ସେ ଶ୍ରୀ ନୃତ୍ୟପ୍ରଜ୍ଞା ଓଡ଼ିଶୀ ନୃତ୍ୟ ଏକାଡେମୀ ନାମକ ସଂସ୍ଥା ସ୍ଥାପନ କରି, ଦେଶର ଏହି ସର୍ବାଧିକ ଲାସ୍ୟ ଓ ଲାଳିତ୍ୟପୂର୍ଣ୍ଣ ନୃତ୍ୟଶୈଳୀର ଗୁଢ଼ତତ୍ତ୍ଵକୁ ପିଲାମାନଙ୍କୁ ଶିକ୍ଷା ଦେଉଛନ୍ତି। ତାଙ୍କର ଅନୁଷ୍ଠାନ ରାୟପୁରଠାରେ ଆନ୍ତର୍ଜାତିକ ନୃତ୍ୟ ଉତ୍ସବ ଏବଂ ପ୍ରଭାସ ପ୍ରସଙ୍ଗ ସମାରୋହ ନାମକ ଦୁଇଟି ବିଶ୍ବସ୍ତରୀୟ ନୃତ୍ୟ ମହୋତ୍ସବ ସଫଳତାର ସହିତ ଆୟୋଜନ କରି ବହୁ ସୁନାମ ଅର୍ଜନ କରିଛି । ତୃଣମୂଳ ସ୍ତରରେ ଛୋଟ ପିଲା ମାନଙ୍କୁ ଓଡ଼ିଶୀ ନୃତ୍ୟର ଶାସ୍ତ୍ରୀୟତା ଓ ସୃଜନଶୀଳତା ସମ୍ପର୍କରେ ଶିଖାଇବା ଲକ୍ଷ୍ୟରେ ସେ ଛତିଶଗଡ଼ର ୪୫ ହଜାର ସରକାରୀ ପ୍ରାଥମିକ ବିଦ୍ୟାଳୟରେ, ତାଙ୍କ ରଚିତ ବହି ଓ ସେ ପ୍ରସ୍ତୁତ କରିଥିବା ଭିଡିଓ ବିତରଣ କରିଛନ୍ତି। ରାୟପୁର ଠାରେ ରାଜ୍ୟର ସାମାଜିକ ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ଅନ୍ଧ, ମୂକ, ବଧିର ବିଦ୍ୟାଳୟ ଗୁଡିକରେ ମଧ୍ୟ ସେ ଏହି ନୃତ୍ୟ ତାଲିମ ଦେଇ ଆସୁଛନ୍ତି।ପୂର୍ଣ୍ଣଶ୍ରୀଙ୍କର ଉତ୍କୃଷ୍ଟ ଉପଲବ୍ଧି ଉପରେ ଆଲୋକପାତ କଲେ ସେ ବହୁ ବିଶେଷ ଗୁଣର ଅଧିକାରିଣୀ ବୋଲି ଜଣାଯିବ। ଜଣେ ମେଧାବୀ ଛାତ୍ରୀ ଭାବରେ ସେ ମନୋବିଜ୍ଞାନରେ ସ୍ଵର୍ଣ୍ଣ ପଦକ ଏବଂ ଇଂରାଜୀ ସାହିତ୍ୟରେ ଲଣ୍ଡନରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଦୂରଦର୍ଶନରେ ଏ ଗ୍ରେଡ କଳାକାର ଭାବରେ ସ୍ବୀକୃତିପ୍ରାପ୍ତ ପୂର୍ଣ୍ଣଶ୍ରୀ, ରାୟପୁର, ଭୁବନେଶ୍ୱର ତଥା ଅନ୍ୟାନ୍ୟ ଦୂରଦର୍ଶନ କେନ୍ଦ୍ର ଗୁଡିକରେ ବହୁବାର ତାଙ୍କର ନୃତ୍ୟର ଅପୂର୍ବ ମାଧୂର୍ଯ୍ୟ ପ୍ରଦର୍ଶନ କରି ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଛନ୍ତି।ସେ ଭାରତ ଭିତରେ ଓ ବାହାରେ ବହୁ ଖ୍ୟାତି ସମ୍ପନ୍ନ ଜାତୀୟ ଓ ଅର୍ନ୍ତଜାତୀୟ ନୃତ୍ୟ ଉତ୍ସବ ମାନଙ୍କରେ ତାଙ୍କର ଅନନ୍ୟ କଳା ଚାତୁର୍ଯ୍ୟ ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ଖଇରାଗଡ଼ ବିଶ୍ଵ ବିଦ୍ୟାଳୟର ସହ ପ୍ରାଧ୍ୟାପକର ପଦ ମର୍ଯ୍ୟାଦା ତୁଲାଇବାର ଅଭିଜ୍ଞତା ମଧ୍ୟ ତାଙ୍କର ରହିଛି। ଓଡ଼ିଆ ସମ୍ପ୍ରଦାୟର ଜଣେ ତୁଙ୍ଗ ନେତ୍ରୀ ହୋଇଥିବା ଦୃଷ୍ଟିରୁ ନିକଟରେ, ପ୍ରବାସୀ ଓଡ଼ିଆ ମାନଙ୍କର ସର୍ବୋଚ୍ଚ ସଂଗଠନ ୱାର୍ଲଡ୍ ଓଡ଼ିଶା ସୋସାଇଟିର ଛତିଶଗଡ଼ ଶାଖାର ତାଙ୍କୁ ସଭାପତି ନିଯୁକ୍ତ କରାଯାଇଛି।ଜଣେ ଲବ୍ଧ ପ୍ରତିଷ୍ଠ କଳା ଲେଖକ ଭାବରେ ଖ୍ୟାତି ଅର୍ଜନ କରିଥିବା ପୂର୍ଣ୍ଣଶ୍ରୀ, ମୋଟ ୪ଟି ନୃତ୍ୟ ସମ୍ବନ୍ଧୀୟ ଉପାଦେୟ ପୁସ୍ତକ ରଚନା କରିଛନ୍ତି। ୨୦୨୧ ମସିହାରେ ତାଙ୍କ ଦ୍ଵାରା ଲିଖିତ, ” ନୃତ୍ୟ ଶାସ୍ତ୍ରର ପୌରାଣିକ ଆଧାର” ନାମକ ପୁସ୍ତକକୁ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଉନ୍ମୋଚନ କରିଥିଲେ। ଏହା ବ୍ୟତୀତ ସେ ପ୍ରାଥମିକସ୍ତରର ବିଦ୍ୟାର୍ଥୀ ମାନଂକ ପାଇଁ ଶ୍ରୀ ନୃତ୍ୟପ୍ରଜ୍ଞା ଓ ଦୃଷ୍ଟିହୀନ ଶିକ୍ଷାର୍ଥୀ ମାନଙ୍କ ଉଦ୍ଦେଶ୍ୟରେ ବ୍ରେଲ ଲିପିରେ ଲିଖିତ ଶ୍ରୀ ନୃତ୍ୟପ୍ରଜ୍ଞା ଆଦି ପୁସ୍ତକ ରଚନା କରିଛନ୍ତି। ଏବେ ସେ, “ନୃତ୍ୟର ରହସ୍ୟ” ଶୀର୍ଷକ ଏକ ପୁସ୍ତକ ରଚନା କରୁଛନ୍ତି। ସଂସ୍କୃତି ଓ କଳା କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ ଅବଦାନ ପାଇଁ ପୂର୍ଣ୍ଣଶ୍ରୀ ବହୁ ପ୍ରସିଦ୍ଧି ଓ ପୁରସ୍କାର ଲାଭ କରିଛନ୍ତି ।ସେ ମଧ୍ୟରେ କଳା ରତ୍ନ, କଳା ତପସ୍ୱିନୀ, ଉତ୍କଳ ଗୌରବ, ସ୍ତ୍ରୀ ଶକ୍ତି, ନାରୀ ପ୍ରତିଭା, ଛତିଶଗଡ଼ ପ୍ରତିଭା, ବିଶିଷ୍ଟ ପ୍ରତିଭା ଆଦି ସମ୍ମାନ ତଥା ଶ୍ରେଷ୍ଠ ଓଡ଼ିଆଣୀ, ଶୃଙ୍ଗାର ମଣି, ନୃତ୍ୟ ମଣି, ନୃତ୍ୟ ଭୂଷଣ ଭଳି ପୁରସ୍କାର, ସିଭିଲ ସର୍ଭିସ ଅଫିସର୍ସ ନୃତ୍ୟ ପ୍ରତିଯୋଗିତାରେ ରୋପ୍ୟ ପଦକ, ଜଗନ୍ନାଥ ଅର୍ଗାନାଇଜେଶନ ଅଫ ଗ୍ଲୋବାଲ ୱେଲଫେୟାର ସଂସ୍କୃତି ପୁରସ୍କାର ଓ ଆମେରିକାର କନେକ୍ଟିକଟରୁ ନାଟ୍ୟ ତରଙ୍ଗ ପୁରସ୍କାର ଆଦି ଅନ୍ୟତମ । ଏହା ବ୍ୟତୀତ ତାଙ୍କର ଅସାମାନ୍ୟ କଳା ନିପୁଣତା ପାଇଁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବହୁ ପ୍ରତିଷ୍ଠିତ ସାଂସ୍କୃତିକ ଅନୁଷ୍ଠାନ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି। ସେ ମଧ୍ୟରେ ଆମେରିକାର ହିନ୍ଦୁ ଏବଂ ଇସ୍କନ୍ ମନ୍ଦିର, ରାୱତପୁରା ସରକାର, ଗୁରୁ ପଙ୍କଜ ଚରଣ ପ୍ରତିଷ୍ଠାନ ଏବଂ କଳିଙ୍ଗ ଭାରତୀ ପ୍ରତିଷ୍ଠାନ ଆଦି ଅନ୍ତର୍ଭୁକ୍ତ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରାଜସୁନାଖଳା ସ୍ନାନ ମଣ୍ଡପରେ ଗଜାନନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି : ଶତାଧିକ ଭକ୍ତଙ୍କ ସମାଗମ

ରାଜସୁନାଖଳା ସ୍ନାନ ମଣ୍ଡପରେ ଗଜାନନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି : ଶତାଧିକ ଭକ୍ତଙ୍କ ସମାଗମ

June 30, 2026
ଶିକ୍ଷୟତ୍ରୀ ବସନ୍ତ ମଞ୍ଜରୀ ଦେବୀଙ୍କ ସେବା ନିବୃତ ସମ୍ବର୍ଦ୍ଧନା ସଭା

ଶିକ୍ଷୟତ୍ରୀ ବସନ୍ତ ମଞ୍ଜରୀ ଦେବୀଙ୍କ ସେବା ନିବୃତ ସମ୍ବର୍ଦ୍ଧନା ସଭା

June 30, 2026
ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

June 30, 2026
ରଥଖଳାରେ ରଥନିର୍ମାଣ ଶୈଳୀ ଦେଖିଲେ ମୂଖ୍ଯମନ୍ତ୍ରୀ

ରଥଖଳାରେ ରଥନିର୍ମାଣ ଶୈଳୀ ଦେଖିଲେ ମୂଖ୍ଯମନ୍ତ୍ରୀ

June 30, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରାଜସୁନାଖଳା ସ୍ନାନ ମଣ୍ଡପରେ ଗଜାନନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି : ଶତାଧିକ ଭକ୍ତଙ୍କ ସମାଗମ

ରାଜସୁନାଖଳା ସ୍ନାନ ମଣ୍ଡପରେ ଗଜାନନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି : ଶତାଧିକ ଭକ୍ତଙ୍କ ସମାଗମ

June 30, 2026
ଶିକ୍ଷୟତ୍ରୀ ବସନ୍ତ ମଞ୍ଜରୀ ଦେବୀଙ୍କ ସେବା ନିବୃତ ସମ୍ବର୍ଦ୍ଧନା ସଭା

ଶିକ୍ଷୟତ୍ରୀ ବସନ୍ତ ମଞ୍ଜରୀ ଦେବୀଙ୍କ ସେବା ନିବୃତ ସମ୍ବର୍ଦ୍ଧନା ସଭା

June 30, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version