• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରାଜ୍ୟ ସ୍ତରୀୟ ଭାରତରତ୍ନ ଶ୍ରୀ ରାଜୀବ ଗାନ୍ଧୀଙ୍କ ୩୨ତମ ମହାପ୍ରୟାଣ ଦିବସ ଓ ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ପ୍ରତିଭା ପୁରଷ୍କାର ଉତ୍ସବ

Proprietor Abhimanyu Maharana by Proprietor Abhimanyu Maharana
May 24, 2023
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ରାଜ୍ୟ ସ୍ତରୀୟ ଭାରତରତ୍ନ ଶ୍ରୀ ରାଜୀବ ଗାନ୍ଧୀଙ୍କ ୩୨ତମ ମହାପ୍ରୟାଣ ଦିବସ ଓ ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ପ୍ରତିଭା ପୁରଷ୍କାର ଉତ୍ସବ
Share on FacebookShare on TwitterWhatsapp

୨୩ ମଇ,୨୦୨୩ (ଓଡ଼ିଶା ତାଜାନ୍ୟୁଜ) ଭୁବନେଶ୍ୱର :- ରାଜ୍ୟ ସ୍ତରୀୟ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଶ୍ରୀ ରାଜୀବ ଗାନ୍ଧୀଙ୍କ ୩୨ତମ ମହାପ୍ରୟାଣ ଦିବସ, ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ପ୍ରତିଭା ପୁରଷ୍କାର ଉତ୍ସବ ଓଡ଼ିଶା ରାଜୀବ ଗାନ୍ଧୀ ଛାତ୍ର ଫୋରମ୍ ଓ ରାଜୀବ ଗାନ୍ଧୀ ଷ୍ଟଡ଼ି ସର୍କଲ ମିଳିତ ଆନୁକୁଲ୍ୟରେ ଭୁବନେଶ୍ୱରସ୍ଥିତ ଜୟଦେବ ଭବନ ଠାରେ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ରାଜୀବ ଗାନ୍ଧୀ ଛାତ୍ର ଫୋରମ୍ ରାଜ୍ୟ ସଭାପତି ସତ୍ୟବ୍ରତ ନାୟକ ଅଧ୍ୟକ୍ଷତା କରିଥିଲେ । ଗ୍ରାମାଂଚଳରେ ବିକାଶ ହେଲେ ଦେଶର ପ୍ରକୃତ ବିକାଶ ହୋଇପାରିବ । ଗରିବୀ ଦେଶର ଏକ ମୁଖ୍ୟ ସମସ୍ୟା ହୋଇଥିବାରୁ ଏହା ନିରାକାରଣ ପାଇଁ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ସ୍ୱର୍ଗତ ରାଜୀବ ଗାନ୍ଧୀ ସର୍ବଦା ଚେଷ୍ଟା କରି ଆସୁଥିଲେ ।

ସମଗ୍ର ବିଶ୍ୱକୁ ଲକ୍ଷକଲେ ଆମ ଦେଶର ଗରୀବର ଚିତ୍ର ଅତି ସ୍ପଷ୍ଟ । ବିଂଶ ଶତାଦ୍ଦୀରେ ରାଜୀବ ଗାନ୍ଧୀ ସମଗ୍ର ଭାରତ ବର୍ଷକୁ ସୂଚନା ଓ ପ୍ରଯୁକ୍ତି କ୍ଷେତ୍ରରେ ସ୍ୱାବଲମ୍ବି କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରି ଯଥେଷ୍ଟ ସଫଳ ଲାଭ କରିଥିଲେ ହେଁ ଏକବିଂଶ ଶତାଦ୍ଧୀ ପାଇଁ ସେହି ଦିବଙ୍ଗତ ନେତାଙ୍କ ନେତୃତ୍ୱ ଦେଶ ଲାଭ କରିଥିଲେ ଭାରତ ବର୍ଷ ବିଶ୍ୱର ଅନ୍ୟତମ ଅଗ୍ରଣୀ ସୂଚନା ପ୍ରଯୁକ୍ତି ରାଷ୍ଟ୍ରଭାବେ ଦଣ୍ଡାୟମାନ ହୋଇପାରିଥାନ୍ତା । ୧୮ ବର୍ଷର ଭୋଟଦାନ ଅଧିକାର ଦେଶକୁ ବିକାଶ ପଥରେ ଆଗେଇ ନେବା କ୍ଷେତ୍ରରେ ଓ କ୍ଷମତାର ବିକନ୍ଦ୍ରିକରଣ ତାଙ୍କର ଭୂମିକାକୁ ଇତିହାସ ମନେରଖିବ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ତାଙ୍କ ବକ୍ତବ୍ୟରେ କହିଥିଲେ ।ସମ୍ମାନୀୟ ଅତିଥିଭାବେ ଯୋଗଦାନ କରି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ ଯେ, ଭାରତର ସ୍ୱାଭିମାନ ଓ ଅଖଣ୍ଡତା ପାଇଁ ରାଜୀବ ଗାନ୍ଧୀ ଜୀବନକୁ ବଳିଦାନ ଦେଇଥିଲେ । ଗରିବ ଚିହ୍ନଟ ଓ ସେମାନଙ୍କ ନିକଟରେ ଆବଶ୍ୟକ ସେବା ପହଂଚାଇବା ପାଇଁ ସ୍ୱର୍ଗତ ଗାନ୍ଧୀ ଯେଉଁ ଉପାୟ ଆପଣେଇଥିଲେ ତାହା ସ୍ୱାଗତଯୋଗ୍ୟ । ତଥାପି ସେ ଅନୁଭବ କରିଥିଲେ ୧ ଟଙ୍କାରୁ ୧୫ ପଇସା ଲୋକଙ୍କ ପାଖରେ ପହଂଚୁôଥିବା ଦୁଃଖର କଥା । ଜଣେ ମାନବଭାଦି ନେତାଭାବେ ସେ ସମଗ୍ର ଦେଶବାସୀଙ୍କ ହୃଦୟରେ ସ୍ମରଣୀୟ ହୋଇ ରହିବେ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।

ଏହି ଉତ୍ସବରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜାତୀୟ ଉପସଭାପତି, ରାଜ୍ୟ ସଭାପତି ତଥା ପୂର୍ବତନ ସାଂସଦ ଡଃ ରାମଚନ୍ଦ୍ର ଖୁଂଟିଆ ଯୋଗ ଦେଇ ରାଜୀବ ଗାନ୍ଧୀ ବିଶ୍ୱାସ କରୁଥିବା ଶାନ୍ତି, ଅହିଂସା ଓ ସତ୍ୟ ପ୍ରତି ଯୁବ ପିଢ଼ି ଅନୁପ୍ରାଣିତ ହେଲେ ମେରା ଭାରତ ମହାନ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ପ୍ରସାଦ ହରିଚନ୍ଦନ ଯୋଗ ଦେଇ ତାଙ୍କ ବକ୍ତବ୍ୟରେ କହିଥିଲେ ରାଜୀବ ଗାନ୍ଧୀ ତାଙ୍କ ଭାଷଣରେ କହୁଥିଲେ ମୁଁ ଜଣେ ଯୁବକ ଏ ଭାରତ ବର୍ଷ ହେଲା ଯୁବକ ମାନଙ୍କର ଦେଶ । ଯେତେ ପର୍ଯ୍ୟନ୍ତ ଭାରତ ବର୍ଷରେ ଯୁବକମାନଙ୍କର ବିକାଶ ହୋଇନାହିଁ । ସେତେପର୍ଯ୍ୟନ୍ତ ଏ ଦେଶରେ ବିକାଶ ହୋଇପାରିବ ନାହିଁ । ଦୈନିକ ଖବର କାଗଜ ପର୍ଯ୍ୟବେକ୍ଷକ ଓ କଳିଙ୍ଗ କ୍ରୋନିକିଲ୍ର ସଂପାଦକ ଡଃ ପବିତ୍ର ମୋହନ ସାମନ୍ତରାୟ, ସମାଜର ପୂର୍ବତନ ପରିଚାଳକ ଲୋକସେବକ ମଣ୍ଡଳ ସଦସ୍ୟ ପୂର୍ବତନ ପ୍ରଶାସକ ସୁରେଶ କୁମାର ମନ୍ତ୍ରୀ ପ୍ରମୁଖ ଯୋଗଦେଇ କହିଥିଲେ ଯେ ରାଜୀବ ଗାନ୍ଧୀ ୧୦୦ ବର୍ଷ ପୁର୍ବରୁ ଓ ୧୦୦ ବର୍ଷ ପରର ଭାରତ ବର୍ଷ ସଂପର୍କରେ ଚିନ୍ତା କରିଥିଲେ, ସ୍ୱପ୍ନ ଦେଖୁଥିଲେ ଏବଂ କାର୍ଯ୍ୟ କରୁଥିଲେ । ସେହିପରି ଭାବରେ ସଭାପତି ସତ୍ୟବ୍ରତ ନାୟକ କହିଥିଲେ ଯେ, ରାଜୀବ ଗାନ୍ଧୀଙ୍କ ଅମ୍ଳାନର ସ୍ମୃତିପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ସେତିକିବେଳେ ହେବ ଯେତେବେଳେ ଦେଶର ଯୁବପିଢ଼ି ରାଜୀବ ଗାନ୍ଧୀଙ୍କ ନିତୀ ଆଦର୍ଶ ଓ ଚିନ୍ତାଧାରାକୁ ଦେଶ ଗଠନ କରିବାରେ ବିନିଯୋଗ କରିବେ ।

ଆଜିର ଏହି ପ୍ରତିଭା ପୁରଷ୍କାରରେ ପୁରଷ୍କୃତ ଛାତ୍ରଛାତ୍ରୀମାନେ ସେବା ମନବୃତି ନେଇ ଭବିଷ୍ୟତରେ ସମାଜ ପାଇଁ ଓ ଦେଶ ପାଇଁ କାର୍ଯ୍ୟ କଲେ ଏହା ରାଜୀବ ଗାନ୍ଧୀଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ । ରାଜୀବ ଗାନ୍ଧୀ ଛାତ୍ର ଫୋରମ୍ର ସାଧାରଣ ସଂପାଦକ ପଦ୍ମାକର ଗୁରୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ପରିଶେଷରେ ରାଜ୍ୟ ଉପସଭାପତି କୃଷ୍ଣଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ୧୨୦ ଜଣଙ୍କୁ ସମ୍ମାନଜନକ ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ପ୍ରତିଭା ପୁରଷ୍କାର ସମ୍ଭର୍ଦ୍ଧିତ କରାଯାଇଥିଲା ।

ଯଥା ଶିକ୍ଷା କ୍ଷେତ୍ରରେ ଉଲ୍ଲେଖ୍ୟନୀୟ ଅବଦାନ ପାଇଁ ଶିକ୍ଷା ସମ୍ମାନ, ଏନ୍.ସି.ସି, ଏନ୍ଏସ୍ଏସ୍, ସ୍କାଉଡ଼୍ଗାଇଡ଼୍, ୟୁଥ ରେଡ଼କ୍ରସ, ସାହିତ୍ୟ, ଓଡ଼ିଶି, ସଂଗୀତ, କ୍ରିଡ଼ା ଏବଂ ଚିତ୍ରକଳା କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଯୋଗ୍ୟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପ୍ରିୟବ୍ରତ ନାୟକ, ବିପ୍ଳବ ଚୋଧୁରୀ, ବିମଳ ପ୍ରଧାନ, ସାଗର ପରିଡ଼ା, ଓମ୍ ପ୍ରକାଶ ଦାସ, ଦେବେନ୍ଦ୍ର ଦାସ, ବାନାମ୍ବର ବେହେରା ପ୍ରମୁଖ ରାଜ୍ୟକର୍ମକର୍ତାମାନେ ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Tamil Nadu CM Vijay Seeks Second AIIMS, NEET Exemption at NITI Aayog Meet

Tamil Nadu CM Vijay Seeks Second AIIMS, NEET Exemption at NITI Aayog Meet

June 14, 2026
 Pattamundai set to host Birth Anniversary of Baraha Samal 

 ପଟ୍ଟାମୁଣ୍ଡାଇରେ ବରାହ ସାମଲଙ୍କ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି 

June 14, 2026
 Pattamundai set to host Birth Anniversary of Baraha Samal 

 Pattamundai set to host Birth Anniversary of Baraha Samal 

June 14, 2026
ପୁରୀଜିଲ୍ଲା ଶିକ୍ଷକ ପଦନ୍ନୋତିରେ ମହାଘୋଟାଲା ଅଧିକାରୀଙ୍କ ପାଟିରୁ ଛାଡୁନି ପ୍ରମୋଶନ ରାବିଡି

ପୁରୀଜିଲ୍ଲା ଶିକ୍ଷକ ପଦନ୍ନୋତିରେ ମହାଘୋଟାଲା ଅଧିକାରୀଙ୍କ ପାଟିରୁ ଛାଡୁନି ପ୍ରମୋଶନ ରାବିଡି

June 14, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Tamil Nadu CM Vijay Seeks Second AIIMS, NEET Exemption at NITI Aayog Meet

Tamil Nadu CM Vijay Seeks Second AIIMS, NEET Exemption at NITI Aayog Meet

June 14, 2026
 Pattamundai set to host Birth Anniversary of Baraha Samal 

 ପଟ୍ଟାମୁଣ୍ଡାଇରେ ବରାହ ସାମଲଙ୍କ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି 

June 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version