ଓଡିଶା ତାଜା ନ୍ୟୁଜ୍ (୨୨ ଜୁନ୍ ସୋମବାର) ବରଗଡ଼ :– ବରଗଡ଼ ଜିଲ୍ଲା ଯୁବ ରାଷ୍ଟୀୟ ମଜଦୂର କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ଆଶିଷ ବେହେରାଙ୍କ ନେତୃତ୍ବ ରେ ଦିନ ମଜୁରିଆ,ଖଟିଖିଆ, ଶ୍ରମିକ ଓ ଖୁଚୁରା ବ୍ୟବସାୟୀ ମାନଙ୍କ ହିତ ପାଇଁ ସଦା ସର୍ବଦା ତାଙ୍କ ସହିତ ଛିଡାହୋଇ ରହିଛୁଁ,କରୋନା ଭାଇରସ୍ ମହାମାରୀ (କୋଭିଡ୍-୧୯) ଲକଡାଉନରେ ଏମାନଙ୍କ ର ଜୀବିକା ହରାଇଛନ୍ତି କାମଧନ୍ଦା ସଂପୂର୍ଣ୍ଣ ରୂପେ ବନ୍ଦ, ଦୋକାନ ବଜାର ଠପ୍ ଯୋଗୁଁ ଏମାନେ ଅନେକ ଅସୁବିଧା ତଥା ସମସ୍ୟା ଦେଇ ଜୀବନ କାଳାତିପାତ କରୁଛନ୍ତି।
ଏ ମାନେ ନିରିହ ଗରିବ ଶ୍ରେଣୀ ମହିଳା ଅଟନ୍ତି। ବିଭିନ୍ନ ପ୍ରାଇଭେଟ ମାଇକ୍ରୋ ଫାଇନାସ୍ ସଂସ୍ଥା ମାନଙ୍କଠାରୁ ଋଣ ନେଇ ଜୀବନ ଜୀବିକା ଅତିବାହିତ କରିଆସୁଥିଲେ ଏବଂ ସମସ୍ତ ଋଣ ପରିମାଣ ଓ ସୁଧ ମଧ୍ଯ ପଇଠ କରିଆସୁଥିଲେ।
ହେଲେ ଗତ ୨୪ମାର୍ଚ୍ଚ୨୦୨୦ ଦିନଠାରୁ ସରକାରଙ୍କ ଲକଡାଉନ ଘୋଷଣା ହେବାରୁ ଏମାନେ ତାଙ୍କର ଜୀବନ ଜୀବିକା ହରାଇ ବସି ରହିଛନ୍ତି। ଏହି ସମୟରେ ଉକ୍ତ ପ୍ରାଇଭେଟ ମାଇକ୍ରୋ ଫାଇନାସ୍ ସଂସ୍ଥା ମାନଙ୍କର ଅର୍ଥ ପଇଠ ନକରି ପାରିଥିବାରୁ ମାଇକ୍ରୋ ଫାଇନାସ୍ ସଂସ୍ଥା ମାନଙ୍କର ମେନେଜର/ଋଣ ଆଦାୟ କାରି ଅଫିସର ଆସି ଅନ୍ୟାୟ ଅତ୍ୟାଚାର ନିରିହ ଗରିବ ମହିଳା ମାନଙ୍କଉପରେ ଜୁଲମ କଲାଭଳି ନିଯ୍ୟାର୍ତନା ଦେଉଛନ୍ତି ଯେଉଁଥିପାଇଁ ଏ ମାନେ ମାନସିକ ତଥା ଶାରୀରିକ ସ୍ତରରେ ଦୁର୍ବଳ ହୋଇ ପଡିଛନ୍ତି ।
ଏଣୁ ବରଗଡ଼ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ମାଇକ୍ରୋ ଫାଇନାସ୍ ସଂସ୍ଥା ଓ ବ୍ୟାଙ୍କ୍ ରୁ ଋଣ ଆଣିଥିବା ଋଣସଂପୂର୍ଣ୍ଣ ଛାଡ କରିବାପାଇଁ ବରଗଡ଼ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲୁ। ଏହି ସମୟରେ ଗ୍ରାମାଞ୍ଚଳରୁ ଓ ପାଖଆଖଞ୍ଚଳରୁ ସହ ସହ ସଂଖ୍ଯା ରେ ମହିଳା ଶାମିଲ ହୋଇଥିଲେ ଓ ବରଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ପୂର୍ବତନ ବିଧାୟକ ନୀହାର ରଞ୍ଜନ ମହାନନ୍ଦ, ଯୁଗଳ ପ୍ରସାଦ ସିଂହ, ପ୍ରଦୀପ ଦେବତା, ବ୍ରହ୍ମା ମହାକୁଡ଼, ପ୍ରତାପ ଚନ୍ଦ୍ର ନାୟକ,ଅନନ୍ତ ତାଣ୍ଡି,ଜୋତି ନାଗ,ପଦ୍ମାଲୟା ଦିପ,ଟିକେଶ୍ବରୀ ଛତର,ସୁନୀତା ଛତ୍ରୀୟା,ମମତା ନାଗ, ରୋଜୀ ସୁନା,ପପୁ କୁମ୍ଭାର,ଗୋବିନ୍ଦ ମେହେର,ସୁବାସ ମେହେର,ବିରେନ୍ଦ୍ର ମେହେର,ଅସାଡୁ ସି୍କା,ନିମୁଇଲ୍ ସୁନା,ଜୀସିକ୍ ନାଗ ଓ ଅନ୍ୟମାନେ । (ବରଗଡ଼ ଜିଲ୍ଲା /ରିପୋର୍ଟ – ସତ୍ୟନାରାୟଣ ପ୍ରଧାନ)