୨୨ ମଇ,୨୦୨୩ (ଓଡ଼ିଶା ତାଜାନ୍ୟୁଜ) ଦେଓଗଡ଼ :- ସିକଲ୍ ସେଲ୍ ରୋଗୀଙ୍କୁ ରକ୍ତ ଦାନ କରି ପୁଣି ନିଜର ମହାନତା ଦେଖାଇଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଘଟଣାନୁଯାୟୀ ଗୋବିନ୍ଦ ମହାକୁଦ ନାମକ ଜଣେ ୧୩ ବର୍ଷିୀୟ ବାଳକ ସିକଲ୍ ସେଲ ରୋଗରେ ପୀଡ଼ିତ ହୋଇ ଦେଓଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ଏଠାରେ ଉକ୍ତ ରୋଗୀଙ୍କ ଅବସ୍ଥା ହଠାତ ଖରାପ ହେବା କାରଣରୁ ଡାକ୍ତର ତୁରନ୍ତ ରୋଗୀଙ୍କ ବାପାଙ୍କୁ ବି’ ପଜିଟିଭ ବ୍ଲଡଗ୍ରୁପର ରକ୍ତ ଯୋଗାଡ଼ କରିବାକୁ ପରାମର୍ଶ ଦେଇଥିଲେ ।ମାତ୍ର ଏହି ସମୟରେ ଉକ୍ତ ଡାକ୍ତରଖାନାରେ ଏହି ବ୍ଲଡ ଗ୍ରୁପର ରକ୍ତ ଉପଲବ୍ଧ ନଥିଲା । ସମାନ ସମୟରେ ଅନ୍ୟ ଜଣେ ରୋଗୀଙ୍କୁ ନେଇ ସେହି ଡାକ୍ତରଖାନାକୁ ଆସିଥିବା ୧୦୮ ଆମ୍ବୁଲାନ୍ସ ଚାଳକ ଅମିତ ସିଂଙ୍କୁ ଦେଖି ରୋଗୀଙ୍କ ବାପା ଗୋଟିଏ ୟୁନିଟ ବି’ପଜିଟିଭ ବ୍ଲଡ ଗ୍ରୁପର ରକ୍ତ ଯୋଗାଡ଼ କରିବା ପାଇଁ ଅନୁରୋଧ କରିଥିଲେ ।ସୌଭାଗ୍ୟବସତଃ ଆମ୍ବୁଲାନ୍ସ ଚାଳକ ଅମିତଙ୍କ ବ୍ଲଡଗ୍ରୁପ ମଧ୍ୟ ସମାନ ଥିଲା । ତେଣୁ ସେ ବିନା କୌଣସି ଦ୍ୱିଧାରେ ରୋଗୀଙ୍କୁ ରକ୍ତଦାନ କରିବା ପାଇଁ ଆଗେଇ ଆସିଥିଲେ ଏବଂ ତୁରନ୍ତ ଯାଇ ସେହି ରୋଗୀଙ୍କୁ ରକ୍ତଦାନ କରିଥିଲେ । ଏହା ହେଉଛି ପଂଚମ ଥର ଯେତେବେଳେ କି ସେ ରକ୍ତଦାନ କରି ଜଣେ ରୋଗୀଙ୍କୁ ନୂଆ ଜୀବନ ଦେଇଛନ୍ତି । ବାସ୍ତବରେ ତାଙ୍କର ଏହି ମହାନତା ସମାଜରେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ।