ମାତ୍ର ଏହି ସମୟରେ ଉକ୍ତ ଡାକ୍ତରଖାନାରେ ଏହି ବ୍ଲଡ ଗ୍ରୁପର ରକ୍ତ ଉପଲବ୍ଧ ନଥିଲା । ସମାନ ସମୟରେ ଅନ୍ୟ ଜଣେ ରୋଗୀଙ୍କୁ ନେଇ ସେହି ଡାକ୍ତରଖାନାକୁ ଆସିଥିବା ୧୦୮ ଆମ୍ବୁଲାନ୍ସ ଚାଳକ ଅମିତ ସିଂଙ୍କୁ ଦେଖି ରୋଗୀଙ୍କ ବାପା ଗୋଟିଏ ୟୁନିଟ ବି’ପଜିଟିଭ ବ୍ଲଡ ଗ୍ରୁପର ରକ୍ତ ଯୋଗାଡ଼ କରିବା ପାଇଁ ଅନୁରୋଧ କରିଥିଲେ ।
ସୌଭାଗ୍ୟବସତଃ ଆମ୍ବୁଲାନ୍ସ ଚାଳକ ଅମିତଙ୍କ ବ୍ଲଡଗ୍ରୁପ ମଧ୍ୟ ସମାନ ଥିଲା । ତେଣୁ ସେ ବିନା କୌଣସି ଦ୍ୱିଧାରେ ରୋଗୀଙ୍କୁ ରକ୍ତଦାନ କରିବା ପାଇଁ ଆଗେଇ ଆସିଥିଲେ ଏବଂ ତୁରନ୍ତ ଯାଇ ସେହି ରୋଗୀଙ୍କୁ ରକ୍ତଦାନ କରିଥିଲେ । ଏହା ହେଉଛି ପଂଚମ ଥର ଯେତେବେଳେ କି ସେ ରକ୍ତଦାନ କରି ଜଣେ ରୋଗୀଙ୍କୁ ନୂଆ ଜୀବନ ଦେଇଛନ୍ତି । ବାସ୍ତବରେ ତାଙ୍କର ଏହି ମହାନତା ସମାଜରେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ।

© 2023 Odisha Taza News.