
ଅନ୍ୟ କୌଣସି ମନ୍ତ୍ରୀଙ୍କ ବିଭାଗ ବଦଳି ନାହିଁ । ନିରଞ୍ଜନ ପୂଜାରୀଙ୍କ ହାତରେ ଅର୍ଥ ଓ ସଂସଦୀୟ ବ୍ୟାପାର ଦାୟିତ୍ୱ ଥିଲା । ନବ ଦାସଙ୍କ ମୃତ୍ୟୁ ପରେ ତାଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା । ଏବେ ତାଙ୍କ ହାତରୁ ଅର୍ଥ ବିଭାଗ କାଢ଼ି ବିକ୍ରମ ଆରୁଖଙ୍କୁ ଦିଆଯାଇଛି ।
ସେହିଭଳି ସ୍କୁଲ ଓ ଗଣଶିକ୍ଷା ବିଭାଗ ଦାୟିତ୍ୱ ସମୀର ଦାଶ ଏବଂ ଶ୍ରମ ବିଭାଗର ଦାୟିତ୍ୱ ଶ୍ରୀକାନ୍ତ ସାହୁଙ୍କ ପାଖରେ ଥିଲା । ସେମାନଙ୍କ ଇସ୍ତଫା ପରେ ଏହି ଦୁଇ ବିଭାଗର ମନ୍ତ୍ରୀ ପଦ ଖାଲି ପଡ଼ିଥିଲା । ଏବେ ସୁଦାମ ମାର୍ଣ୍ଡି ଓ ସାରଦା ନାୟକଙ୍କ ମଧ୍ୟରେ ଏହା ବାଣ୍ଟି ଦିଆଯାଇଛି ।

© 2023 Odisha Taza News.