No Result
View All Result
୨୧ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ) ଭୁବନେଶ୍ୱର :- ଆସନ୍ତାକାଲି ସକାଳ ୯ଟା ୫୦ରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଶପଥ ନେବେ ନୂଆ ମନ୍ତ୍ରୀ । ଏନେଇ ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ ସୂଚନା ଜାରି ହୋଇଛି । ତେବେ ନୂଆ ମନ୍ତ୍ରୀମାନଙ୍କ ନାମ ଏଯାଏ ସ୍ପଷ୍ଟ ହୋଇନାହିଁ । ଆସନ୍ତା ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିବେ । ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଲୋକସେବା ଭବନ ସମ୍ମିଳନୀ କକ୍ଷରେ ନୂଆ ମନ୍ତ୍ରୀ ଶପଥ ନେବେ ବୋଲି ଜଣାପଡ଼ିଛି ।
ଏପର୍ଯ୍ୟନ୍ତ କାହାକୁ ବି ମୁଖ୍ୟମନ୍ତ୍ରୀଙ୍କ ଫୋନ୍ ଯାଇନଥିବା ଜଣାପଡ଼ିଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଦିନକ ପୂର୍ବରୁ ଅର୍ଥାତ୍ ରବିବାର ରାତି ୮ଟାରେ ହରିଆନାରୁ ଫେରୁଛନ୍ତି । ସୋମବାର ପୂର୍ବାହ୍ନରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ ବୋଲି ସଂସଦୀୟ ବ୍ୟାପାର ବିଭାଗ ସୂତ୍ରରୁ ଜଣାପଡ଼ିଛି । କିଛି ମନ୍ତ୍ରୀଙ୍କ ବିଭାଗରେ ଅଦଳବଦଳ ମଧ୍ୟ ହୋଇପାରେ ।
ସୂଚନାଯୋଗ୍ୟ ଯେ ଗତ ସପ୍ତାହରେ ବାଚସ୍ପତି ଓ ଦୁଇ ମନ୍ତ୍ରୀ ଇସ୍ତଫା ଦେଇଥିବା ବେଳେ ପୂର୍ବରୁ ମନ୍ତ୍ରୀ ନବ ଦାସଙ୍କ ପରଲୋକ ଘଟିଛି । ତେଣୁ ୩ଜଣ ମନ୍ତ୍ରିମଣ୍ଡଳରେ ସାମିଲ୍ ହୋଇପାରିବେ । ପରବର୍ତ୍ତୀ ସମୟରେ ନୂଆ ବାଚସ୍ପତି ଚୟନ ହେବେ । କାହା ଉପରେ ମୁଖ୍ୟମନ୍ତ୍ରୀ ସୁନା କଳସ ଢାଳିବେ, ତାହାକୁ ନେଇ ଜୋର୍ଦାର ଅଙ୍କକଷା ଚାଲିଛି । ମନ୍ତ୍ରୀ ପଦ ଏକ ବର୍ଷରୁ କମ୍ ସମୟ ପାଇଁ ମିଳୁଥିଲେ ବି ସମସ୍ତଙ୍କ ନଜର ତାହା ଉପରେ ରହିଛି । ସୋମବାର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଖବର ଶୁଣି କିଛି ବିଧାୟକ ଦୁବାଇ ଗସ୍ତକୁ କାଣ୍ଟ ଛାଣ୍ଟ କରିଛନ୍ତି । ରବିବାର ଦୁବାଇରୁ ଭୁବନେଶ୍ୱରକୁ ସିଧା ବିମାନ ନଥିଲେ ବି ଭାୟା ମୁମ୍ବାଇ, ଦିଲ୍ଲୀ ହୋଇ ଓଡ଼ିଶା ଫେରିବାକୁ ଟିକେଟ୍ କରିଥିବା ଜଣାପଡ଼ିଛି ।

No Result
View All Result