No Result
View All Result
୨୦ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ସାବିତ୍ରୀରେ ଧୋକା ଦେଇଦେଲେ ସତ୍ୟବାନ। ସ୍ତ୍ରୀଙ୍କୁ ଛାଡ଼ି ଆଉ ଜଣେ ଯୁବତୀଙ୍କୁ ଦେଇଥିଲେ ମନ । ସାବିତ୍ରୀର ଦିନକ ପୂର୍ବରୁ ପର କରି ଚାଲି ଯିବାର ଉଦ୍ୟମ କରିଥିଲା ସତ୍ୟବାନ । ଏପରିକି ସେ ଅନ୍ୟ ଜଣେ ଯୁବତୀଙ୍କୁ ବାହା ହେବା ଲାଗି ନିର୍ବନ୍ଧ କରିବାକୁ ପ୍ରସ୍ତୁତ ହେଉଥିଲା ।
ଅଭିଯୁକ୍ତ ଯୁବକ ଅନ୍ୟତ୍ର ବିବାହ କରିବାକୁ ଯୋଜନା କରିଥିବା ଜାଣିପାରି ସ୍ତ୍ରୀ ଏନେଇ ପୁଲିସକୁ ସୂଚିତ କରିବା ପରେ ନିର୍ବନ୍ଧ ବେଳେ ପହଞ୍ଚିଗଲା ଭରତପୁର ଥାନା ପୁଲିସ । ସେଠାରୁ ଏହି ଘଟଣାରେ ବିଭୁ ନାୟକକୁ ଗିରଫ କରିଛି ପୁଲିସ । ସୂଚନା ଅନୁଯାୟୀ ପ୍ରାୟ ୩ ବର୍ଷ ତଳେ ମନ୍ଦିରରେ ପ୍ରେମ ବିବାହ କରିଥିଲେ ବିଭୁ ନାୟକ । ସେ ସ୍ତ୍ରୀଙ୍କ ସହ ପଣ୍ଡାକୁଦିଆ ବସ୍ତିରେ ରହୁଥିଲା ।
No Result
View All Result