No Result
View All Result
୨୦ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କନ୍ଧମାଳ :- କନ୍ଧମାଳ ଜିଲ୍ଲା ବାଲିଗୁଡ଼ାକୁ ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା ଦେଖିବା ପାଇଁ ଭିଣୋଇ ଘରକୁ ଆସିଥିବା ବେଳେ ଜଣେ ଯୁବକ ନିଖୋଜ ହୋଇଥିବା ନେଇ ବାଲିଗୁଡା ଥାନାରେ ଅଭିଯୋଗ ହୋଇଛି । ଘଟଣା ରୁ ପ୍ରକାଶ ଯେ ରାଇକିଆ ଥାନା ଅନ୍ତର୍ଗତ ଗୁମାମାହା ଗ୍ରାମର ଭବାନୀ ଶଙ୍କର ପଣ୍ଡା ଓରଫ ଡିଲୁ ନିଜ ମାମୁଁ ପୁଅ ଭାଇ ସହ ମେ ୧୨ତାରିଖ ଦିନ ବାଲିଗୁଡ଼ା ଠାକୁରାଣୀ ଯାତ୍ରା ଦେଖିବାକୁ ଆସିଥିଲା ।
ପ୍ରଥମ ଦିନ ଯାତ୍ରା ଦେଖିବା ପରେ ପର ଦିନ ମଧ୍ୟ ଯାତ୍ରା ଦେଖିବାକୁ ଦୁଇ ଜଣ ଭାଇ ସନ୍ଧ୍ୟା ୪ଟା ସମୟ ରେ ବାହାରିଥିଲେ କିନ୍ତୁ ସନ୍ଧ୍ୟା ୬ଟା ବେଳେ ହଠାତ ଡ଼ିଲୁ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ସମ୍ମୁଖରୁ ନୂଆସାହି ଆଡ଼କୁ ଦୌଡ଼ି ପଳାଇଥିଲେ । ସେ ଏକ ଧଳା ସାର୍ଟ କୁ ବ୍ଲୁ କଲର ଏକ ପ୍ୟାଣ୍ଟ ପିନ୍ଧି ଥିବା ବେଳେ ଆଜକୁ ଏକ ସପ୍ତାହ ହୋଇଥିଲେ ମଧ୍ୟ ଡିଲୁ ର ପତ୍ତା ମିଳୁନାହିଁ ।
ଡିଲୁ ବେଳେ ବେଳେ ମାନସିକ ଭାରସାମ୍ୟ ହରାଇ ପାଗଳାମି ପରି ହେଉଥିବା ମଧ୍ଯ ଜଣାପଡ଼ିଛି । ଏ ନେଇ ବାଲିଗୁଡ଼ା ଥାନାରେ ପରିବାର ଲୋକେ ଏକ ଏତଲା ଦେଇଥିବା ବେଳେ ପୁଲିସ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଏ ନେଇ ଯଦି କୌଣସି ବ୍ୟକ୍ତି ଏହି ଯୁବକ ର ସନ୍ଧାନ ପାଆନ୍ତି, ତେବେ ନିକଟସ୍ଥ ଥାନାକୁ ଜଣାଇବା ପାଇଁ ଥାନା ଅଧିକାରୀ ବାବା ଶଙ୍କର ସରାଫ କହିଛନ୍ତି l

No Result
View All Result