ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ କ୍ରୀଡା ଦ୍ଵାରା କିପରି ପରସ୍ପର ମଧ୍ୟରେ ଭାତୃଭାବ ସୃଷ୍ଟି ହୋଇଥାଏ ଏବଂ ସୁସ୍ଥ ଶରୀର ଗଠନରେ ସହାୟକ ହୋଇଥାଏ କହିଥିଲେ।ତତ୍ ସହିତ ଚାମ୍ପିଅନ ଦଳକୁ ଟ୍ରଫି ପ୍ରଦାନ କରିବା ସହ ପରାଜିତ ଦଳକୁ ରନର୍ସ କପ୍ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା,
ଜିଲ୍ଲା ବିଜେଡ଼ି ଉପ ସଭାପତି ଦିଲ୍ଲୀପ କୁମାର ଦଳବେହେରା, ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ବୁଲୁ ମଳିକ, ସମିତି ସଭ୍ୟା ପ୍ରଭାତୀ ମଳିକ, ନାଏବ ସରପଞ୍ଚ ପ୍ରହଲ୍ଲାଦ ମଳିକ, ନୂଆଗାଁ ସରପଞ୍ଚ ଙ୍କ ପ୍ରତିନିଧି ପଦ୍ମଲୋଚନ ପରିଡା, ଗୁମି ସମିତି ସଭ୍ୟ ସଞ୍ଜୀବ କୁମାର ଡାକୁଆ, ବ୍ଳକ ଛାତ୍ର ବିଜେଡ଼ି ସଭାପତି ସୁବ୍ରତ ପରିଡ଼ା, ପ୍ରକାଶ କୁମାର ନାୟକ, ଗ୍ରାମ ସଭାପତି ଲକ୍ଷ୍ମୀଧର ଜାନୀ, ତ୍ରିନାଥ ମଳିକ, ଅନୁରୋଧ ମଳିକ, ଅଇଁଠା ମଳିକ ପ୍ରମୁଖ ଉପସ୍ଥିତ ଥିଲେ।

© 2023 Odisha Taza News.