ଭୁବନ ଗୋଷ୍ଟୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଡିଜିଟାଲ ଏକ୍ସ ରେ ଆରମ୍ଭ

୨୦ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନ :- ଢେ଼ଙ୍କାନାଳ ଜିଲ୍ଲା ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଆଜି ଡିଜିଟାଲ ଏକ୍ସ ରେ ମେସିନ କାର୍ଯ୍ୟକ୍ଷମ ହୋଇଛି । ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନଡ଼ିଆ ଭାଙ୍ଗି ଶୁଭ ଉଦଘାଟନ କରିଥିଲେ। ମେଡିକାଲ୍ ଅଫିସର ଡ ରମେଶ କୁମାର ସାହୁ, ଏକ୍ସ ରେ ଟେକ୍ନିଶିଆନ ନିରୁପମା ବେହେରା , ମେଲ ହେଲ୍ଥ ୱlର୍କର ଅଜିତ କୁମାର ଦାଶ,ୱାର୍ଡ ଆଟେନ୍ନାଣ୍ଟ ଶିବପ୍ରସାଦ ମିଶ୍ର ରେକର୍ଡ କିପର ଲିଜା ରଣା ଏବଂ ଆକାଉଣ୍ଟାଣ୍ଟ ଶୁଭକାନ୍ତ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଭୁବନ ବାସୀ ଙ୍କ ଦୀର୍ଘ ଦିନର ଦାବି ପୂରଣ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଆନନ୍ଦ ପ୍ରକାଶ ପାଇଛି । ଅର୍ଥୋପେଡିକ ରୋଗୀ ମାନେ ଏଥି ପାଇଁ ବହୁ ହିନସ୍ଥା ହେଉଥିଲେ ଓ ପରୀକ୍ଷା ପାଇଁ ଖର୍ଚ୍ଚାନ୍ତ ହୋଇ ଢେ଼ଙ୍କାନାଳ ,କଟକ ଯାଉଥିଲେ ।