ରଣପୁର ବି.ସି. ହାଇସ୍କୁଲର ଆଦର୍ଶ ଖେଳ ଶିକ୍ଷକଙ୍କ ଅକାଳ ବିୟୋଗ

ଟାଙ୍କୋଳ ଗ୍ରାମର ଭବତୋଷ ପରମାଣିକ ରଣପୁର ବି.ସି. ହାଇସ୍କୁଲରେ ୨୦୨୧ ମସିହା ଡିସେମ୍ବର ମାସରେ ଖେଳ ଶିକ୍ଷକ ଭାବେ ନିଯୁକ୍ତି ପାଇଥିଲେ ସେ ଅତ୍ୟନ୍ତ କର୍ମ ନିଷ୍ଠାପର, ଛାତ୍ର ବତ୍ସଳ, ପରୋପକାରୀ, ସାହାଯ୍ୟକାରୀ ଥିଲେ

୨୦ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରଣପୁର :- ନୟାଗଡ ଜିଲ୍ଲା ରଣପୁର ବି.ସି. ହାଇସ୍କୁଲର ଖେଳ ଶିକ୍ଷକଙ୍କ ଅକାଳ ବିୟୋଗ ହୋଇ ଯାଇଥିବା ଜଣା ପଡିଛି ସେ ନିଜ ଗ୍ରାମ ଶେଷ ମୁଣ୍ଡରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଭାରସାମ୍ୟ ହରାଇ ପୋଖରୀରେ ବୁଡି ମୃତ୍ୟୁ ହୋଇ ଯାଇଥିବା ଜଣା ପଡିଛି ସୂଚନା ଅନୁଯାୟୀ ଟାଙ୍କୋଳ ଗ୍ରାମର ଭବତୋଷ ପରମାଣିକ ରଣପୁର ବି.ସି. ହାଇସ୍କୁଲରେ ୨୦୨୧ ମସିହା ଡିସେମ୍ବର ମାସରେ ଖେଳ ଶିକ୍ଷକ ଭାବେ ନିଯୁକ୍ତି ପାଇଥିଲେ ସେ ଅତ୍ୟନ୍ତ କର୍ମ ନିଷ୍ଠାପର, ଛାତ୍ର ବତ୍ସଳ, ପରୋପକାରୀ, ସାହାଯ୍ୟକାରୀ ଥିଲେ ଖୋର୍ଦ୍ଧା ଡାକ୍ତରଖାନାରେ ଶଵ ବ୍ୟବଚ୍ଛେଦ ପରେ ଗ୍ରାମକୁ ଅଣା ଯିବା ପରେ ପୁରୀରେ ଶବ ସତ୍କାର କରାଯିବ