ଏହାଯୋଗୁଁ ଆଦିବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଆଉ ଏହାକୁ ନେଇ ପୋଲିସରେ ଅଭିଯୋଗ କରାଯାଇଛି । ବାଲାଘାଟର ପୂର୍ବତନ ବିଧାୟକ ଦରବୁ ସିଂହ ପୋଲିସ ଏଫଆଇଆର ରୁଜୁ କରିବା ପାଇଁ ଦାବି କରିଛନ୍ତି । ଏହି ବୟାନ ବିରୋଧରେ ଆଦିବାସୀ ସମାଜର ଲୋକେ ପୂର୍ବତନ ବିଧାୟକ ଦରବୁ ସିଂହଙ୍କ ନେତୃତ୍ୱରେ ଥାନା ଘେରାଉ କରିଥିଲେ ଏବଂ ପୋଲିସ୍କୁ ଅଭିଯୋଗ ରୁଜୁ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ବାଲାଘାଟ ପରସୱାଡ଼ା ଥାନାରେ ଦିଆଯାଇଥିବା ଅଭିଯୋଗରେ ଆଦିବାସୀ ଅଭିଯୋଗ କରିଛନ୍ତି ଯେ, ବାଗେଶ୍ୱର ମହାରାଜ କେବଳ ପ୍ରଚାର ପାଇଁ ବିବାଦୀୟ ବୟାନ ଦିଅନ୍ତି ଏବଂ ବିବାଦ ବଢ଼ିଲେ କ୍ଷମା ମାଗିନିଅନ୍ତି । ପ୍ରକୃତରେ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଏଭଳି କହିବାର ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ସେ ବାଲାଘାଟ ଯାଇ ସେଠାରେ ଜଙ୍ଗଲରେ ରହୁଥିବା ଆଦିବାସୀଙ୍କ ମଧ୍ୟରେ ପ୍ରବଚନ କରିବେ ବୋଲି କହୁଛନ୍ତି । ଯାହାକୁ ନେଇ ଏହି ବିବାଦ ହୋଇଛି । ଏଭଳି ଶବ୍ଦ ଆଦିବାସୀ ସମାଜକୁ କଷ୍ଟ ପହଞ୍ଚାଇଛି । ଏହା ଅପମାନ ବୋଲି କହିଛନ୍ତି ବିଧାୟକ ।

© 2023 Odisha Taza News.