୧୭ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :- ଦୀର୍ଘ ବର୍ଷ ଧରି ଜଟଣୀ ଜଗନ୍ନାଥ ଜମି,ଖାସମଲ ଓ ରେଳବାଇ ଅଞ୍ଚଳରୁ ଉଛେଦ ଝୂପୁଡ଼ି ବାସିନ୍ଦାଙ୍କ ଦାବୀ କୁ ନେଇ ଅହରହ ଆନ୍ଦୋଳନ କରି ଆସୁଥିବା ଜଟଣୀ ନାଗରିକ କମିଟିକୁ ଆଜୀ ମୁଖ୍ୟ ଶାସନ ସଚିବଙ୍କ ଠାରୁ ଥଇଥାନ ଓ ସମାଧାନର ଆଶ୍ଵାସନା ମିଳିଥିବା ଜଣାଯାଇଛି । ଜଟଣୀ ନାଗରିକ କମିଟିର ଅନୁରୋଧ କ୍ରମେ କ୍ରମାଗତ ଭାବେ ଦୁଇ ଦୁଇ ଥର ରାଜ୍ୟ ସରକାରଙ୍କ ରାଜସ୍ୱ, ଓ ଆଇନ ବିଭାଗ ପକ୍ଷ୍ୟରୁ ଆଜି ମଙ୍ଗଳବାର ପୁନର୍ବାର ଫୋନ ଯୋଗେ ଜଟଣୀ ନାଗରିକ କମିଟିର ସଭାପତି କ୍ୟାପଟେନ ମନ୍ମଥ ରାଉତରାୟଙ୍କୁ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନା ମହୋଦୟଙ୍କ କାର୍ଯାଳୟରୁ ଜଟଣୀ ଜଗନ୍ନାଥ ଜମି, ଖାସମଲ ଜମି ଓ ରେଳବାଇ ଅଞ୍ଚଳରୁ ଉଛେଦ ହୋଇଥିବା ଝୁପୁଡି ବାସିନ୍ଦାଙ୍କ ଥଇଥାନ ଓ ସମାଧାନ ପାଇଁ ଯୋଗାଯୋଗ ହୋଇଥିଲା.
ମାତ୍ର ମନ୍ମଥ ରାଉତରାୟ ଭାରତ ବାହାରେ ଥିବାରୁ ମାନ୍ୟବର ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଙ୍କ ନେତୃତ୍ୱରେ ଜଟଣୀ ନାଗରିକ କମିଟିର ଏକ ଟିମ ଦିବା ଏଗାର ଘଟିକା ସମୟରେ ମୁଖ୍ୟ ଶାସନ ସଚିବଙ୍କୁ ତାଙ୍କ ସଚିବାଳୟ ସ୍ଥିତ କାର୍ଯ୍ୟାଳୟରେ ଭେଟିଥିଲେ.ଜଟଣୀର ଅନେକ ସମସ୍ୟା ଉପରେ ବିଧାୟକ ଆଲୋଚନା କରିଥିଲେ ତନ୍ମଧ୍ୟରୁ ଏଖରାଜତ ମାହାଲ ସ୍ତିତିବାନ ସମ୍ପତ୍ତି,ଟାଉନ ଖସ୍ମାହଲ ଓ ଜଟଣୀ ଉଡ଼ନ୍ତା ପୋଲ ଓ ରେଳବାଇ ବସ୍ତି ବାସିନ୍ଦା ଙ୍କ ଥଇଥାନ ଉପରେ ଆଲୋକପାତ କରାଯାଇଥିଲା.ମୁଖ୍ୟ ସମସ୍ୟା ଏଖାରାଜତ ମାହାଲ ସ୍ତିତିବାନ ସମ୍ପତ୍ତି ଉପରେ ପାଖାପାଖି ଏକ ଘଣ୍ଟା ଧରି ରାଜସ୍ୱ ଓ ଆଇନ ବିଭାଗ ର ଅଧିକାରୀ ମାନଙ୍କ ସହିତ ପୁ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା.
ଶହେ ଛପନ ମୌଜା ଭିତରୁ ଶହେ କୋଡିଏ ମୌଜା ଭୁଲ ବା ତୃଟି ସଂଶୋଧନ ହୋଇପାରିଲା କିନ୍ତୁ ଆଉ ଛତିଶ ଗୋଟି କିପରି ରହିଲା ଓ କାହିଁକି ରହିଲା ଓ ମାନ୍ୟବର ନା୍ୟାଳୟ ଙ୍କ ସମ୍ପୃକ୍ତି ଉପରେ ମଧ୍ୟ ଆଲୋଚନା ହୋଇଥିଲା. ଏଥି ସହିତ ରାଜସ୍ୱ ଓ ଆଇନ ବିଭାଗର ତୁରନ୍ତ ମତାମତ ଛତିଶ ଗୋଟି ମୌଜା ଉପରେ ଦେବା ପାଈଁ ଶ୍ରୀ ଜେନା ପରାମର୍ଶ ଦେଇଥିଲେ.ଦୀର୍ଘ ସମୟ ଆଲୋଚନା ଭିତରେ ମୁଖ୍ୟ ଶାସନ ସଚିବ ମହୋଦୟ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଫୋନ ଯୋଗେ ଯୋଗାଯୋଗ କରି ଜଟଣୀ ଟାଉନ ଖସମାହାଲ ଓ ରାଜ୍ୟ ସରକାରଙ୍କ ଜାଗା ମିଶନ ଜରିଆରେ ରେଳବାଇ ଝୁମ୍ପୁଡି ବସ୍ତି ବାସିନ୍ଦା ମାନଙ୍କ ଥଇଥାନ ପାଈଁ ପ୍ରସ୍ତାବ ଦେଇଥିଲେ. ଆଜିର ଏହି ଆଲୋଚନାରେ ଜଟଣୀ ନାଗରିକ କମିଟି, ଗାନ୍ଧୀ ଓ ଆମ୍ୱେଦକର ଏଖରାଜତ ସୁରକ୍ଷା କମିଟିର ସଦସ୍ୟ ହଟ କିଶୋର ପ୍ରଧାନ,ବୃନ୍ଦାବନ ସାହୁ, ଲୁସେନ ରାୟ, ସୁନୀଲ କୁମାର ରାଉତରାୟ,କୋଇଲି ସୁବୁଦ୍ଧି,ବିବେକାନନ୍ଦ ବଡ଼ଜେନା,ଓ ବିଧାୟକଙ୍କ ରାଜନୈତିକ ସଚିବ କଳିଙ୍ଗ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।














