ଓଡିଶା ତାଜା ନ୍ୟୁଜ୍ / ରିପୋର୍ଟ -ସୋନାଲି ମହାରଣା (୨୧ ଜୁନ ୨୦୨୦ ରବିବାର) ଭୁବନେଶ୍ୱର :– ମୋ ବାପା ବାପା ! ଭାଗବତର ସାରାଂଶ ଧାଡିଏ ଈଶ୍ବରୀୟ ଶକ୍ତିର ପ୍ରଥମ ଅନୁଭବ ଯାହାର ବିକଳ୍ପ ନାହିଁ ଅପାଶୋରା ସ୍ବର୍ଗଟିଏ । ମୋ ବାପା ! ସମୟର କଷଟିରେ ବହୁ ଘାତପ୍ରତିଘାତ ସହି ତମାମ ବୟସକୁ ଲବଣାକ୍ତ କରି ସନ୍ତାନ ପାଇଁ ତୋଳନ୍ତି ଫୁଙ୍ଗୁଳା ଆକାଶରୁ ଜହ୍ନରାତିର ସୋହାଗ,ସ୍ନେହ ବର୍ଷ,ମାସ,ତିଥି,ତାରିଖ । ମୋ ବାପା ! ସରଗଠୁ ବଳି ମହାନ, ସାଗରଠୁ ଭାରି ଗଭୀର ଚନ୍ଦ୍ରମା ପ୍ରାୟ ଶୀତଳ ଯିଏ ମୋତେ ଶିଖାଇଥିଲେ ଆତ୍ମବିଶ୍ବାସ ମନରେଧୈର୍ଯ୍ଯରଖି ଚଢିବାକୁ ଶିଡିପାହାଚ କହିଥିଲେ‐ଜୀବନର ଚଲାପଥେ ଚାଲୁଥିବୁ,ଥକିପଡିବୁନି କେବେ ଯେତେଆସୁ ବାଧାବିଘ୍ନ ଚାଲିବାପଥରେ ଲଘିଂଯିବୁ କରି ଅତିକ୍ରାନ୍ତ ।
ମୋ ବାପା ! ବିଶ୍ବାସର ଭଣ୍ତାରଟିଏ ହଜାର ହଜାର ଆଶ୍ବାସନା ଶାନ୍ତି ଓ ମୁକ୍ତିର ମୁଖାଟିଏ ପିନ୍ଧି ଦାୟିତ୍ବରେ ନିଜକୁ ବନ୍ଦୀକରି ଦୁଃଖ,ଗଞ୍ଜଣାରେ ନିଜକୁ ଜୁଡୁସୁଡୁ ବତୁରାଇ ମଣିଷ ଚମଡାତଳେ ଏକ ଶକ୍ତପଥର ଦିବ୍ୟଦର୍ଶୀ ଆତ୍ମାଟିଏ । ମୋ ବାପା ! ଆଜିଯାଏ ବୁଝାପଡିନି ବାପା କେଉଁ ଉପାଦାନାରେ ଗଢା ନିଷ୍କପଟ ସହନଶୀଳତାର ଶକ୍ତ ଆଶାବାଡି ଦୁନିଆ ଚିହ୍ନେଇବାର ରକ୍ତମାଂସଧାରୀ ଏକ ଶାଶ୍ବତ ଶାଳଗ୍ରାମ ।