No Result
View All Result
୧୫ ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ହିଞ୍ଜିଳିକାଟୁ :- ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ରୂପାନ୍ତରଣ କାର୍ଯ୍ୟକ୍ରମର ତ୍ୱରିତ ପଦକ୍ଷେପ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ପାଣ୍ଠିରୁ ଅର୍ଥ ମଞ୍ଜୁର ଓ ନିଶ୍ଚିତ ପ୍ରତିଶ୍ରୁତି ପୂରଣ ପାଇଁ ସୋମବାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କ ସମେତ ୨ ମହାବିଦ୍ୟାଳୟ ଅଧ୍ୟକ୍ଷ ଓ ୧ହଜାର ଛାତ୍ରଛାତ୍ରୀ ଆଭାସି ମାଧ୍ୟମରେ ଖୁସିବ୍ୟକ୍ତ କରି ଧନ୍ୟବାଦ ଅର୍ପଣ କରିଛନ୍ତି । ଚଳିତ ମାସ ୭ ତାରିଖରେ ୫-ଟି ସଚିବ ହିଞ୍ଜିଳି ଗସ୍ତ କରି କଞ୍ଚୁରୁ,ପୋଚିଲିମ୍ମା,ହିଞ୍ଜିଳି କାଟୁ ଓ ଗଣ୍ଡଳାରେ ଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟକ୍ଷଙ୍କ ସହ ବିଭିନ୍ନ ଅଭାବ ଅସୁବିଧା ନେଇ ଆଲୋଚନା କରିଥିଲେ ।
୫-ଟି ରୂପାନ୍ତରଣ ଅନୁସାରେ ସ୍ମାର୍ଟ କଲେଜର ପ୍ରତିଶ୍ରୁତି ଦେଇଥିଲେ । ଗସ୍ତର ଗୋଟିଏ ଦିନର ଅବଧି ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ପାଣ୍ଠିରୁ ସ୍ମାର୍ଟ ଶ୍ରେଣୀ ଗୃହ ନିର୍ମାଣ,ଇ- ପାଠାଗାର,ବିଜ୍ଞାନାଗାର,ପାନୀୟ ଜଳ ଓ ଶୌଚାଳୟ ନିର୍ମାଣ ସହ ଖେଳ ପଡିଆ ନବୀକରଣ,ପୁନରୁଦ୍ଧାର ସକାଶେ ୪କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା କରିଥିଲେ । ସେଥରୁ ବେଲେଶ୍ଵର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ୨୫ ଲକ୍ଷ ଓ ଡିଗ୍ରୀ କଲେଜ ପାଇଁ ୧.୨୫ଲକ୍ଷ, ପୋଚିଲିମ୍ମା ଖାମ୍ବେୟା ଦୋରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ୫୦ଲକ୍ଷ,ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ୨୫ ଲକ୍ଷ,ଓଡ଼ିଶା ଆଦର୍ଶ ବିଦ୍ୟାଳୟ,ଶାସନ ଆମ୍ବଗାଁ ପାଇଁ ୨୫ ଲକ୍ଷ,ହିଞ୍ଜିଳିକାଟୁ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ୧.୨୫ଲକ୍ଷ ଓ ବିଜ୍ଞାନ ମହାବିଦ୍ୟାଳୟ(ସ୍ୱୟଂ ଶାସିତ)ପାଇଁ୧.୨୫ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ ।
ଏହି ଅବସରରେ ହିଞ୍ଜିଳିକାଟୁ ବ୍ଲକ ପରିସରରେ ଆୟୋଜିତ ବହିଃ ଏବଂ ଅନ୍ତଃ ଭିଡ଼ିଓ କନଫେରେନ୍ସ ମାଧ୍ୟମରେ ୫-ଟି ସଚିବଙ୍କ ସହ ରୂପାନ୍ତରଣ କାର୍ଯ୍ୟ ଅଗ୍ରଗତିର ଭିଡିଓ,ମତାମତ ଓ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ନିଜ ବ୍ୟକ୍ତିଗତ ସୋସିଆଲ ମିଡ଼ିଆ ଆକାଉଣ୍ଟ ଓ ମୋବାଇଲ ନମ୍ବରରେ ପ୍ରେରଣ କରିବା ପାଇଁ ଛାତ୍ର ଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଅନ୍ତତଃ ୬ମାସ ମଧ୍ୟରେ ଉନ୍ନୟନ ପ୍ରକଳ୍ପ ଗୁଡିକ ସମ୍ପୂର୍ଣ୍ଣ କରିବା ପ୍ରତିଶ୍ରୁତି ଦେଇ ପୁଣି ଆସନ୍ତା ଗସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ପୂର୍ବ ସୂଚନା ଦେଇ ଶିକ୍ଷାରେ ନିଜ ନିଜ ଉତ୍କର୍ଷତା ପ୍ରତିପାଦନ କରିବା ପାଇଁ ଉତ୍ସାହିତ କରିଥିଲେ ।ବିଦ୍ୟାଳୟରେ ଅଧ୍ୟୟନ ବେଳେ ସେମାନଙ୍କ ଅଭାବ ଅସୁବିଧା ପ୍ରତି ସଚିବଙ୍କ ଏଭଳି ସମାୟାନୁବର୍ତ୍ତିତା ସହଯୋଗ,ନିର୍ଭର ପ୍ରତିଶ୍ରୁତି ପୂରଣ ପଦକ୍ଷେପ ପାଇଁ କୃତଜ୍ଞତା ଜଣାଇ ଧନ୍ୟବାଦ ପ୍ରଦାନ କରି ଖୁସି ଅନୁଭବ କରିଥିଲେ ।
କାର୍ଯ୍ୟକ୍ରମରେ ଓଡିଶା ରାଜ୍ୟ କୃଷି ବିପଣନ ମଣ୍ଡଳୀ ଉପଦେଷ୍ଟା ତଥା ପ୍ରମୁଖ ସଚିବ ସୁରେନ୍ଦ୍ର ନାଥ ପ୍ରଧାନ,ଛତ୍ରପୁର ଉପ ଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର,ଜିଲ୍ଲା ଯୋଜନା ମଣ୍ଡଳୀ ବିଶେଷଜ୍ଞ ସଦସ୍ୟ ଏନ. ରଘୁନାଥ,ତହସିଲଦାର ପ୍ରଭାତ କୁମାର ପରିଡା,ବିଡିଓ ସୁବ୍ରତ କୁମାର ଜେନା, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା, ଆଇଆଇସି ଅଭିମନ୍ୟୁ ଦାସ,ଏବିଡ଼ିଓ ଅରୁଣ କୁମାର ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା, କନିଷ୍ଠ ଯନ୍ତ୍ରୀ ଡଃ ହର୍ଷ ମାଧବ କର ଓ ମାନସ ରଞ୍ଜନ ଦାଶଙ୍କ ସମେତ ସରପଞ୍ଚ,ଅଧ୍ୟକ୍ଷ,ଅଧ୍ୟାପକ ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ।

No Result
View All Result