୧୫ ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ :- କଟକ, ସିଏମସି ୫୬ ନମ୍ବର ୱ।ର୍ଡ଼ ସୁଭଦ୍ରାପୁର ଗ୍ରାମର ସ୍ୱପ୍ନେଶ୍ୱର ମନ୍ଦିର ପରିସରରେ ନୂତନ ହନୁମାନ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ପାଇଁ ସୁନ୍ଦର ସାଜସଜ୍ଜା ରଙ୍ଗବେରଙ୍ଗର ଆଲୋକ ମାଳାରେ ସ୍ୱପ୍ନେଶ୍ୱର ମନ୍ଦିର ପରିସର ଝଲସୁଛି। ଏନେଇ ସୋମବାର ଦିନ ଅପରାହ୍ନରେ ନିକଟସ୍ଥ କାଠଯୋଡ଼ି ନଦୀ କୂଳରେ ପୂଜାପାଠ କରାଯାଇ କଳସ ବୁଡାଯାଇଥିଲା । ଗ୍ରାମର କେତେକ ଶ୍ରଦ୍ଧାଳୁ କାଠଯୋଡ଼ି ନଦୀରେ କଳସ ବୁଡାଇ ଏକ ଶୋଭାଯାତ୍ରାରେ ଆସି ଯଞ ମଣ୍ଡପରେ ପହଞ୍ଚିଥିଲେ ।
ଯଞ ମଣ୍ଡପରେ କଳସ ସ୍ଥାପନ କରାଯିବା ପରେ, ଅଙ୍କୁର ରୋପଣ କରାଯାଇ ଯଞର ଶୁଭାରମ୍ଭ କରାଯାଇଥିଲା । ମଙ୍ଗଳବାର ଦିନ ସୂର୍ଯ୍ୟ ପୂଜା, ଗୋପୂଜା, ଅଗ୍ନି ସଂଯୋଗ କରାଯାଇ ଯଞ କାର୍ଯ୍ୟ କରାଯିବ । ବୁଧବାର ସକାଳ ୯ ଘଟିକାରେ ବିଗ୍ରହଙ୍କ ଗ୍ରାମ ପରିକ୍ରମା କରାଯିବା ପରେ ନୂତନ ମନ୍ଦିରରେ ହନୁମାନଙ୍କ ବିଗ୍ରହ ସ୍ଥାପନ କରାଯିବ । ପରେ ପରେ ପୂର୍ଣ୍ଣ ଆହୁତି ଦିଆଯିବ । ଅପରାହ୍ନ ୧ ଘଟିକା ସମୟରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ଗ୍ରାମର ସମସ୍ତ ଯୁବକ ଏବଂ ବୟଜ୍ୟେଷ୍ଠ ବ୍ୟକ୍ତି ମାନେ ସକ୍ରୀୟ ହୋଇ ଉଠିଛନ୍ତି । ଗୁରୁବାର ଦିନ ସନ୍ଧ୍ୟାରେ ଓଡ଼ଶୀ ସଂକୀର୍ତ୍ତନ ପରିବେଷଣ କରାଯିବ । ଶୁକ୍ରବାର ଠାରୁ ରବିବାର ପର୍ଯ୍ୟନ୍ତ ତିନିଦିନ ଧରି ରାତି ୮ ଟାରେ ରାମଲୀଳା ପରିବେଷଣ କରାଯିବ । ଏହି କାର୍ଯ୍ୟକ୍ରମରେ ସୁଭଦ୍ରାପୁର ଏବଂ ଆଖପାଖ ଗ୍ରାମର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିବ ।

© 2023 Odisha Taza News.