ଶ୍ୟାମସୁନ୍ଦରପୁର ନୂଆପାଟଣା ନାଇଟ କ୍ରୀକେଟ ଟୁର୍ଣ୍ଣାମେଣ୍ଟ ଚମ୍ପିୟାନ

ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ :- କଟକ ମହାନଗର ନିଗମ ୫୯ ନମ୍ବର ୱ।ର୍ଡ଼ ତେଲଙ୍ଗାପେଣ୍ଠ ନିକଟସ୍ଥ ନୂଆପାଟଣା ଗ୍ରାମର ମା କୋଚିଲାଇ କ୍ରୀକେଟ କ୍ଲବ ଏମସିସି ପକ୍ଷରୁ, ଆୟୋଜିତ ପ୍ରଥମ ବାର୍ଷିକ ଦୁଇ ଦିନିଆ ନୂଆପାଟଣା ନାଇଟ କ୍ରୀକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଶ୍ୟାମସୁନ୍ଦର ପୁର ଚଳିତ ବର୍ଷ ନୂଆସାହିକୁ ଏକ ରନରେ ହରାଇ ଚମ୍ପିୟାନ ହୋଇଛି । ଶନିବାର ଏବଂ ରବିବାର ଦୁଇ ଦିନ ଧରି ଅନୁଷ୍ଠିତ ରାତ୍ରି କାଳୀନ ଟୁର୍ଣ୍ଣାମେଣ୍ଟରେ ୪୮ ଗୋଟି ଟିମ ଅଂଶଗ୍ରହଣ କରିଥିଲେ ।ଆୟୋଜିତ ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନ ଉଦଘାଟନୀ ଉତ୍ସବରେ ସମାଜ ସେବୀ ସ୍ୱାଧୀନଚେତା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଫିତା କାଟି ମ୍ୟାଚକୁ ଉଦଘାଟନ କରିଥିଲେ । ଗ୍ରାମ୍ୟ କମିଟିର ସଭାପତି ଭରତ ଚନ୍ଦ୍ର ବେହେରା, ସଂପାଦକ ମଦନ ବେହେରା, ଉପସଭାପତି ପ୍ରଶାନ୍ତ କୁମାର ବେହେରା , ସୌମ୍ୟରଞନ ପତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଦ୍ୱିତୀୟ ଦିନ ମ୍ୟାଚକୁ ବିଶିଷ୍ଟ ବ୍ୟବସାୟୀ ସମାଜସେବୀ ଜଳେଶ୍ବର ମୋଟର୍ସର ମ୍ୟାନେଜିଙ୍ଗ ଡାଇରେକ୍ଟର ସନାତନ ମହାନ୍ତି ( ସନା ବାବୁ) ମୁଖ୍ୟ ଅତିଥି , ପାଣିକୋଇଲି ଅଞ୍ଚଳର ବିଶିଷ୍ଟ ସମାଜ ସେବୀ ଧନେଶ୍ୱର ନନ୍ଦ, ନୂଆପାଟଣା ଗ୍ରାମର ପୂର୍ବତନ ସଭାପତି ଲକ୍ଷଣ ବେହେରା, ପୂର୍ବତନ ଉପସଭାପତି ଫକୀର ଚରଣ ବେହେରା, ହୃଦାନନ୍ଦ ବେହେରା, ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ରବିବାର ଦିନ ଆୟୋଜିତ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଶ୍ୟାମସୁନ୍ଦର ପୁର କ୍ରିକେଟ ଟିମ ବନାମ ନୂଆସାହି କ୍ରୀକେଟ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଶ୍ୟାମସୁନ୍ଦର ପୁର କ୍ରିକେଟ ଟିମ ଏକ ରନରେ ନୂଆସାହି ଟିମକୁ ହରାଇ ଚଳିତ ବର୍ଷ ନୂଆପାଟଣା ଏମସିସି କ୍ରୀକେଟ ଟଫି ଚମ୍ପିୟାନ ହୋଇଥିଲା । ଅତିଥି ମାନେ ଚମ୍ପିୟାନ ଶ୍ୟାମସୁନ୍ଦର ପୁରକୁ ଚମ୍ପିୟାନ ଟ୍ରଫି ଏବଂ ରନର୍ସ ହୋଇଥିବା ନୂଆସାହି ଟିମକୁ ରନର୍ସ ଟ୍ରଫି ପ୍ରଦାନ କରିଥିଲେ । ଏଥିରେ ସହଯୋଗ କରିଥିଲେ କାଳିଆ, ଚିତ୍ତ, ଦିପୁ,ଶୁଭ,ଗୁଡୁ ,ହାପି, ସାଇ ଏବଂ ଗ୍ରାମର ସମସ୍ତ ଯୁବକ ମାନେ ।