• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପତିତପାବନ କଳା ନିକେତନର ୩୪ତମ ବାର୍ଷିକ ଉତ୍ସବ ପାଳନ

Proprietor Abhimanyu Maharana by Proprietor Abhimanyu Maharana
May 14, 2023
in ଓଡ଼ିଶା, ଦେଶ, ମନୋରଞ୍ଜନ, ହୋମ୍
0
ପତିତପାବନ କଳା ନିକେତନର ୩୪ତମ ବାର୍ଷିକ ଉତ୍ସବ ପାଳନ
Share on FacebookShare on TwitterWhatsapp

୧୪ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୂଆଦିଲ୍ଲୀ :- ଦିଲ୍ଲୀର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପତିତପାବନ କଳା ନିକେତନର ୩୪ତମ ବାର୍ଷିକ ଉତ୍ସବ ନିକଟରେ ମହାସମାରୋହରେ ପାଳନ କରାଯାଇଛି । ଏହି ଉପଲକ୍ଷେ ଉତ୍ସବସ୍ଥଳ ଇଷ୍ଟ ଅଫ କୈଳାସ ଅନ୍ତର୍ଗତ ଦେଶରାଜ କଲେଜ ପରିସରସ୍ଥିତ ଆର୍ଯ୍ୟ ପ୍ରେକ୍ଷାଳୟକୁ ଖୁବ ସୁନ୍ଦର ଭାବେ ସଜ୍ଜାଯାଇ ଥିବା ଦେଖାଯାଇଥିଲା । ମହୋତ୍ସବରେ ସଂସ୍ଥାର ସାନ ଓ ବଡ଼ଙ୍କୁ ମିଶାଇ ମୋଟ ୩୨ ଜଣ କଳାକାର ଅଂଶ ଗ୍ରହଣ କରିଥିଲେ । ବିଶିଷ୍ଟ ଓଡ଼ିଶୀ ଗୁରୁ ତଥା ଓଡ଼ିଶୀ ନୃତ୍ୟର ପ୍ରବାଦ ପୁରୁଷ ଗୁରୁ ଦେବପ୍ରସାଦ ଦାସଙ୍କର ବରିଷ୍ଠ ଶିଷ୍ୟ ସ୍ୱର୍ଗତଃ ପ୍ରଭାସ କୁମାର ମହାନ୍ତି, ପତିତପାବନ କଳା ନିକେତନକୁ ୧୯୮୭ ମସିହାରେ ପ୍ରତିଷ୍ଠା କରିଥିଲେ । ଦୀର୍ଘ ୩୪ ବର୍ଷ ହେଲା ନିକେତନ ଜାତୀୟ ରାଜଧାନୀ କ୍ଷେତ୍ରରେ ନୃତ୍ୟ, ସଙ୍ଗୀତ ତଥା ନାଟକକୁ ଲୋକପ୍ରିୟ କରିବାରେ ଲାଗିଛି । ଏବେ ଏହି ସଂସ୍ଥାନରେ ଦୁଇ ଶହ ଶିଷ୍ୟାଶିଷ୍ୟ ତାଲିମ ଲାଭ କରୁଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଏଠାରୁ ଶିକ୍ଷାପ୍ରାପ୍ତ କରିଥିବା ୫୦୦ କଳାକାର ଦେଶ ବିଦେଶରେ ବିଭିନ୍ନ ପ୍ରସିଦ୍ଧ ସାଂସ୍କୃତିକ ଉତ୍ସବରେ ଭାଗ ନେଇ ବହୁ ସୁନାମ ଅର୍ଜନ କରିଥିବା ଜଣାଯାଇଛି । ପ୍ରତିଷ୍ଠାନର ୫୦ ଜଣ ବିଦ୍ୟାର୍ଥୀ ବୃତ୍ତି ପ୍ରାପ୍ତ କରିଥିବା ବେଳେ ୨୦ ଜଣ ଦୂରଦର୍ଶନର ମାନ୍ୟତା ଅର୍ଜନ କରିଛନ୍ତି । ସଂପ୍ରତି ପତିତପାବନ କଳା ନିକେତନକୁ ଏହାର ପ୍ରିନ୍ସପାଲ ଗୁରୁ ପ୍ରକାଶ କୁମାର ମହାନ୍ତି, ନୃତ୍ୟ ନିର୍ଦ୍ଦେଶିକା ଶ୍ରୀମତୀ ସଙ୍ଗୀତା ମହାନ୍ତି, ସାଧାରଣ ସମ୍ପାଦକ ଶୟଦ୍ ଡାନିସ୍ ଏବଂ ଯୁଗ୍ମ ସମ୍ପାଦକ ରଜନୀକାନ୍ତ ମହାନ୍ତି କୁଶଳତାର ସହିତ ପରିଚାଳନା କରୁଛନ୍ତି । ବାର୍ଷିକ ଉତ୍ସବ ଆମନ୍ତ୍ରିତ ଅତିଥି ମାନଙ୍କ ଦ୍ଵାରା ପାରମ୍ପରିକ ପ୍ରଦୀପ ପ୍ରଜ୍ବଳନ ପରେ ଆରମ୍ଭ ହୋଇଥିଲା । ସମାବେଶକୁ ସମ୍ବୋଧନ କରି ମୁଖ୍ୟ ଅତିଥି ୱାର୍ଲଡ୍ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ ଶ୍ରୀ କିଶୋର ଦ୍ବିବେଦୀ, ଓଡ଼ିଶାର ଉତ୍କୃଷ୍ଟ କଳା, ଉତ୍ତୁଙ୍ଗ ଐତିହ୍ୟ ଏବଂ ଜାଜ୍ୱଲ୍ୟମାନ ଜଗନ୍ନାଥ ସଂସ୍କୃତିକୁ ଜାତୀୟ ରାଜଧାନୀରେ ପ୍ରଚାର ପ୍ରସାର କରିବାରେ ନିକେତନର ବଳିଷ୍ଠ ଯୋଗଦାନକୁ ଭୂୟସୀ ପ୍ରଶଂସା କରିଥିଲେ ।ସମ୍ମାନିତ ଅତିଥି ଭାବେ ଯୋଗଦେଇ ତ୍ୟାଗରାଜ ନଗରସ୍ଥିତ ଜଗନ୍ନାଥ ମନ୍ଦିରର ସମ୍ପାଦକ ଇଂ କାମଦେବ ବିଶ୍ଵାଳ, ଓଡ଼ିଶୀ ନୃତ୍ୟ ପଟ୍ଟୟସୀ ଡ଼ଃ ଚନ୍ଦନା ରାଉଳ, ଓଡ଼ିଶୀ ଗୁରୁ ଶ୍ରୀମତୀ ବାଣୀ ମାଧବ ଏବଂ ସେଣ୍ଟ ପାଉଲସ୍ ବିଦ୍ୟାଳୟର ପ୍ରିନ୍ସପାଲ ବର୍ଣ୍ଣାଡେଟ୍ ତିଳକା ବେଞ୍ଜାମିନ କୋଭିଡ ସଙ୍କଟ ପରେ ପ୍ରଥମ ଥର ପାଇଁ ନିକେତନ ଏଭଳି ଭବ୍ୟ ଉତ୍ସବ ଆୟୋଜନ କରିଥିବାରୁ ଉଦ୍ୟୋକ୍ତା ମାନଙ୍କୁ ହାର୍ଦ୍ଧିକ ବଧାଇ ଜଣାଇଥିଲେ। ନିକେତନର ବାଳୁତ କଳାକାର ମାନଙ୍କ ଦ୍ଵାରା ପ୍ରସ୍ତୁତ ଆବାହନୀ ସଂରଚନା, ” ଗୁରୁବ୍ରହ୍ମା” ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା । ମଞ୍ଚ ଉପରେ ପ୍ରଖର ପ୍ରତିଭାବାନ ଶିଶୁ ମାନଙ୍କର ଯାଦୁଗରି ପ୍ରଦର୍ଶନ ଦର୍ଶକମାନଙ୍କୁ ଅଭିଭୂତ କରିଦେଇଥିଲା । ଏହାପରେ ପାରଦର୍ଶୀ ନୃତ୍ୟଶିଳ୍ପୀମାନେ ବୈଦ୍ୟୁତିକ ପଦଚାଳନା ଓ ଆକର୍ଷଣୀୟ ଅଙ୍ଗଭଙ୍ଗୀ ମାଧ୍ୟମରେ ଚମତ୍କାର କଥକ ନୃତ୍ୟ ପରିବେଷଣ କରିଥିଲେ। ତାପରେ ଟ୍ୱିଙ୍କିଲ୍ ସୋନି “ନ ଯାରେ ଯମୁନା” ନୃତ୍ୟ ସଂଯୋଜନାକୁ ଖୁବ ନିଖୁଣ ଶରୀର ଚାଳନା ଓ ଜୀବନ୍ତ ମୁଖାଭିନୟ ମାଧ୍ୟମରେ ପ୍ରଦର୍ଶନ କରିଥିଲେ। ପରବର୍ତ୍ତୀ ସୋପାନରେ ନିକେତନର ଉଦୀୟମାନ କଳାକାରମାନେ ଓଡ଼ିଶୀ ଏବଂ କଥକ ଶୈଳୀରେ ସ୍ଥାୟୀ ଓ ବସନ୍ତ ପଲ୍ଲବୀ ଆଦି ନୃତ୍ୟ ରଚନା ପ୍ରଦର୍ଶନ କରି ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ଅନୁଷ୍ଠାନର ପ୍ରତିଷ୍ଠିତ ନୃତ୍ୟାଙ୍ଗନା ସାତଭିକା ଶ୍ରୀୟାଦର୍ଶନୀଙ୍କ ଦ୍ଵାରା ଏକାକୀ ମଞ୍ଚସ୍ଥ “ଶ୍ରିତ କମଳ” ସଂରଚନା ବେଶ ହୃଦୟସ୍ପର୍ଶୀ ଥିଲା । ସବାଶେଷରେ ଖୁବ ଜୋରଦାର ଓ ଜାକଜମକ ଢଙ୍ଗରେ ନିକେତନର କଳାକାର ମାନଙ୍କଦ୍ବାରା ପ୍ରଦର୍ଶିତ ରଙ୍ଗବତୀ ଗୋଷ୍ଠୀ ନୃତ୍ୟ, ଉତ୍ସବର ପ୍ରଧାନ ଆକର୍ଷଣ ଥିଲା ଏବଂ ସମଗ୍ର ସଭାଗାରକୁ ଅନନ୍ୟ ଆନନ୍ଦ, ଅପୂର୍ବ ଉଲ୍ଲାସ ଏବଂ ଅଫୁରନ୍ତ ଉନ୍ମାଦନାର ଉତ୍ସ୍ୱାସରେ ଭରି ଦେଇଥିଲା। ଏହି ଅବସରରେ ନିକେତନର ସର୍ବ ପୁରାତନ ଛାତ୍ରୀ ସିପିକା ନାର୍ଭେକରଙ୍କୁ ଅନୁଷ୍ଠାନର ସମୃଦ୍ଧି ପାଇଁ ତାଙ୍କର ବ୍ୟାପକ ଅବଦାନ ଯୋଗୁଁ ସ୍ବତନ୍ତ୍ର ଭାବେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଅତିଥିମାନେ ଅଂଶ ଗ୍ରହଣକାରୀ କଳାକାର, ସଂଗଠକ, ସ୍ବେଚ୍ଛାସେବୀ ଏବଂ ଅନୁଷ୍ଠାନର କର୍ମକର୍ତ୍ତା ତଥା ଶିକ୍ଷକ ମାନଙ୍କୁ ଫଳକ ଓ ମାନପତ୍ର ପ୍ରଦାନ କରି ଶଙ୍ଖୁଳି ଥିଲେ। ନିକେତନର ସାଧାରଣ ସମ୍ପାଦକ ଶୟଦ ଡାନିସ ସଂସ୍ଥାର ସାଫଲ୍ୟ ଓ ଭବିଷ୍ୟତ କାର୍ଯ୍ୟସୂଚୀକୁ ଉଲ୍ଲେଖକରି ବାର୍ଷିକ ବିବରଣୀ ପାଠ କରିଥିଲେ । ସମଗ୍ର ତିନି ଘଣ୍ଟାର ଅଧିବେଶନକୁ ଖୁବ ସହଜ, ସରସ ଏବଂ ସରଳ ଢଙ୍ଗରେ ସଞ୍ଜୟ ସୁବୁଦ୍ଧି ସଂଯୋଜନା ଓ ଉପସ୍ଥାପନା କରିଥିଲେ। ବାର୍ଷିକ ଉତ୍ସବର ପ୍ରତ୍ୟେକ ପ୍ରସ୍ତୁତି ବେଶ ଉନ୍ନତ ଧରଣର ଥିଲା ଏବଂ ଦର୍ଶକ ମାନଙ୍କ ଦ୍ଵାରା ଖୁବ ଆଦୃତ ହୋଇଥିଲା । ଉଭୟ କଳାପ୍ରେମୀ ଜନସାଧାରଣ ଓ ସଂସ୍କୃତି ସମୀକ୍ଷକ ମାନେ ସଂପୂର୍ଣ୍ଣ କାର୍ଯ୍ୟକ୍ରମକୁ ବେଶ୍ ମନଭରି ଉପଭୋଗ କରିବା ସହିତ ଖୁବ ପସନ୍ଦ କରିଥିଲେ। ଭାଗନେଇଥିବା ଅନ୍ୟାନ୍ୟ କଳାକାର ମାନଙ୍କ ମଧ୍ୟରେ ୟଶଭି ସେନ, ଆସ୍ଥିକା ମୌର୍ଯ୍ୟ, ଅନନ୍ୟା ଦାସ, ସୁହାନି ଲଭଲିନ, ଦେବଂଶୀ ଗାରବ୍ୟାୟାଲ, ଶୁଭାସିନି ଗୌଡ, ତନିଶାରାଣୀ ଲେଙ୍କା, ଆସଭି ଯୋଶୀ, ସଂସ୍କୃତି ସିଂହ, ଗୁଞ୍ଜନ ଚୌଧୁରୀ, ଆହାନା ଭଟ୍ଟ, ଶ୍ରିନିକା ମିଶ୍ର, ବିଦ୍ୟା ମାଥ୍ୟୁ ଭଗତ, ଇଶାନି ଯୋଶୀ, ବୈଷ୍ଣବି ଦାସ, ବିଦୁସ୍ମିତା ମନ୍ତ୍ରୀ, ଦେଲିନା ମହାନ୍ତି, ବୈଷ୍ଣବୀ ପଢ଼ିହାରୀ, ପ୍ରୀତି ଗୌତମ, ଇଷାନା ମହାନ୍ତି, ପ୍ରିୟଙ୍କା ସଜନୀ, ଅନୁଷ୍କା ନନ୍ଦୀ, ଚନ୍ଦ୍ରିକା ବାରିକ, ହିରାଲ ବୈଶୋୟା, ନିଶିକା ବୈଶୋୟା, ମିନାକ୍ଷୀ ବର୍ମା, ମାଧବୀ ସିଂହ, ଶିବାନୀ କୁମାରୀ, କେତକୀ ଚୌହାନ ଓ ବୈଭବ କୁମାର ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ ।ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ଏମ.ଏସ. ଜମାନ୍, ସଇଦା ତାଏବା, ସୁଶାନ୍ତ ଚାନ୍ଦ, ସରୋଜ ପାଣିଗ୍ରାହୀ, ପ୍ରଫୁଲ୍ଲ ମଙ୍ଗରାଜ, ପ୍ରଶାନ୍ତ ବେହେରା ଓ ନିଖିଳ ବେହେରା ପ୍ରମୁଖ ସାମିଲ ଥିଲେ । ସମାରୋହକୁ ବ୍ୟାପକ ଭାବେ ସଫଳ କରାଇବାରେ ସଂପୃକ୍ତ ଥିବା ସ୍ବେଚ୍ଛାସେବୀ ମାନଙ୍କ ମଧ୍ୟରେ ଅରୂପ ମିତ୍ର, ସାଗରିକା ସୁବୁଦ୍ଧି, ସାଗର ଦାସ, ବସୁମିତା ମିତ୍ର ଏବଂ ଶ୍ରାବଣୀ ସୌଗନ୍ଧିକା ପ୍ରମୁଖ ଅନ୍ୟତମ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବାରଖମାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ପଞ୍ଚାୟତ ବାସୀଙ୍କ ବିରୋଧ

ବାରଖମାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ପଞ୍ଚାୟତ ବାସୀଙ୍କ ବିରୋଧ

April 30, 2026
ସାମ୍ବାଦିକଙ୍କୁ ସୁରକ୍ଷା ଓ ସହାୟତା ଦାବି ନେଇ ତାତିଲେ ସାମ୍ବାଦିକ: ୬ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

ସାମ୍ବାଦିକଙ୍କୁ ସୁରକ୍ଷା ଓ ସହାୟତା ଦାବି ନେଇ ତାତିଲେ ସାମ୍ବାଦିକ: ୬ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

April 30, 2026
ଆଇପିଏଲ ବେଟିଂ ରାକେଟ ୪ ଗିରଫ ୫୭ ଲକ୍ଷ ଟଙ୍କା ଜବତ

ଆଇପିଏଲ ବେଟିଂ ରାକେଟ ୪ ଗିରଫ ୫୭ ଲକ୍ଷ ଟଙ୍କା ଜବତ

April 30, 2026
ସ୍ବଚ୍ଛ ପୁରୀ ଗର୍ବ ଆମରି ବଳଗଣ୍ଡି ଛକରେ ଅଳିଆ ପାହଡ

ସ୍ବଚ୍ଛ ପୁରୀ ଗର୍ବ ଆମରି ବଳଗଣ୍ଡି ଛକରେ ଅଳିଆ ପାହଡ

April 30, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବାରଖମାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ପଞ୍ଚାୟତ ବାସୀଙ୍କ ବିରୋଧ

ବାରଖମାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ପଞ୍ଚାୟତ ବାସୀଙ୍କ ବିରୋଧ

April 30, 2026
ସାମ୍ବାଦିକଙ୍କୁ ସୁରକ୍ଷା ଓ ସହାୟତା ଦାବି ନେଇ ତାତିଲେ ସାମ୍ବାଦିକ: ୬ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

ସାମ୍ବାଦିକଙ୍କୁ ସୁରକ୍ଷା ଓ ସହାୟତା ଦାବି ନେଇ ତାତିଲେ ସାମ୍ବାଦିକ: ୬ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

April 30, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version