ଏହି ଅବସରରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ପଟୁଆର ଢୋଲ, ଚାଙ୍ଗୁ ବାଦ୍ୟର ତାଳେ ତାଳେ ନାଚି ଶ୍ରଦ୍ଧାଳୁ ବହୁ ଆଡ଼ମ୍ବରରେ ମାଁଙ୍କୁ ବରଣ କରି ଆଣି ପ୍ରତ୍ୟେକ ଘର ମାନଙ୍କରେ ବନ୍ଦାପନା କରି ପାତ୍ର ସାହି ସ୍ଥିତ ଅସ୍ଥାୟୀ ପୁଜାମଣ୍ଡପରେ ସ୍ଥାପନା କରଯାଇଥିଲା । ଏହି ଶୋଭାଯାତ୍ରାରେ ଅଞ୍ଚଳର ବିଭିନ୍ନ ଗ୍ରାମରୁ ଶତାଧିକ ଭକ୍ତ ଶାମିଲ ହେଇଥିଲେ । ଯାତ୍ରା କମିଟିର ସଭାପତି ଅଭିମନ୍ୟୁ ଦଳାଇ, ଉପ ସଭାପତି ସୋମନାଥ ପ୍ରଧାନ, ସମ୍ପାଦକ ଜିତୁ ପାଇକ,
କୋଷାଧ୍ୟକ୍ଷ ଗୋପାଳ ମାଝି, ଗ୍ରାମର ପାତ୍ର(ମୁଖିଆ) ସାଗର ଚନ୍ଦ୍ର ପାତ୍ର ଏବଂ ସଂଘର ସମସ୍ତ ସଭ୍ୟମାନଙ୍କ ସମେତ ଆଖ ପାଖ ଅଞ୍ଚଳର ଶତାଧିକ ଭକ୍ତ କନକଦୂର୍ଗା ମନ୍ଦିରକୁ ଯାଇ ମାଁ ଠାକୁରାଣୀଙ୍କୁ ବରଣ କରି ଆଣିଥିଲେ । ପ୍ରତ୍ୟେକ ଦିନ ମନୋରଞ୍ଜନ ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରଖାଯାଇଥିବା ଜଣାପଡିଛି । ଏହି ଯାତ୍ରାରେ ମୁଖ୍ୟ ଆକର୍ଷଣ ରହିବ ୧୪ ତରିଖରେ ମଞ୍ଚସ୍ଥ ହେବାକୁ ଥିବା ସାମାଜିକନାଟକ “ସାତ ସୁରେ ବନ୍ଧା ଏ ଜୀବନ”। ଶେଷଥର ପାଇଁ ୨୦୧୭ ରେ ଏହି ଯାତ୍ରା ହୋଇଥିବା ବେଳେ ଚଳିତ ବର୍ଷ ବହୁ ଆଡମ୍ବର ସହକାରେ ଶୁଭାରମ୍ଭ ହୋଇଛି ।

© 2023 Odisha Taza News.