୧୩ ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ଥାନା ୫୭ ନଂ ଜାତୀୟ ରାଜପଥ ଏକ କାର ଗାଡ଼ିକୁ ଲୁଟ କରିବା ଉଦ୍ୟମ ବିଫଳ ହେବା ସହ ଡ଼୍ରାଇଭର ଗୁରୁତର ହୋଇ ମେଡିକାଲ ରେ ଚିକିତ୍ସିତ ହେଉଥିବା ଜଣା ପଡିଛି । ସୂଚନା ଥାଉକି କଣ୍ଟିଲୋ ଗ୍ରାମ ର କାର୍ ଡ଼୍ରାଇଭର କୁଲକ୍ ସାହୁ କିଛି ଲୋକଙ୍କୁ ନେଇ ନୟାଗଡ ଦେଇ ଦଶପଲ୍ଲା ଯାଉଥିଲେ । ଦଶପଲ୍ଲା ଯାଉଥିବା ସମୟରେ ୫୭ ନଂ ଜାତୀୟ ରାଜପଥ ଲୁଣିସରା ଠାରେ ହଠାତ୍ ଏକ ଅଜଣା ବାଇକ୍ ଆସି ଗାଡ଼ି ଆଗରେ ରହି ଗାଡ଼ିଟିକୁ ଅଟକାଇଥିଲେ ।ଗାଡ଼ି ଅଟକାଇବା ପରେ ଗାଡ଼ି ରେ ବସିଥିବା ଲୋକ ଏବଂ ବାଇକ୍ ଚାଳକ( ଓଡି - ୦୨- ବିସି-୬୨୪୩ ) କାରର କାଚ ଭାଙ୍ଗିବା ସହ କାର ଡ଼୍ରାଇଭର କୁ ମରଣାତ୍ମକ ଆକ୍ରମଣ କରି ପର୍ଷ ଓ ଗାଡ଼ି ଚାବି ଛଡ଼ାଇ ନେବା ସମୟରେ ସ୍ଥାନୀୟ ଲୋକ ଆସି ପହଞ୍ଚିବା ପରେ ଦୁର୍ବୃତ୍ତ ମାନେ ଘଟଣାସ୍ଥଳରୁ ଚାଲିଯାଇଥିଲେ । ଗୁରୁତର ଅବସ୍ଥାରେ ଥିବା ଡ଼୍ରାଇଭର କୁ ସ୍ଥାନୀୟ ଲୋକ ଦଶପଲ୍ଲା ମେଡିକାଲ କୁ ନେଇଥିଲେ । ଘଟଣା ସ୍ଥଳରେ ନୂଆଗାଁ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଲୁଣିସରା ନିକଟସ୍ଥ ୫୭ ନଂ ଜାତୀୟ ରାଜପଥ ନିକଟରେ ଏଭଳି ଘଟଣା ଯାତାୟାତ କରୁଥିବା ଲୋକମାନଙ୍କୁ ଭୟଭୀତ କରିଛି ।