No Result
View All Result
୧୩ ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ହିଞ୍ଜିଳିକାଟୁ :- କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ପରୀକ୍ଷାଫଳ ଶୁକ୍ରବାର ପ୍ରକାଶିତ ହୋଇଛି । ହିଞ୍ଜିଳିକାଟୁ ବ୍ଲକ ଶାସନ ଆମ୍ବଗାଁ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀରେ ସମୁଦାୟ ୮୨ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୮୦ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ୨ଜଣ ପରୀକ୍ଷାର୍ଥୀ କମ୍ପାର୍ଟମେଣ୍ଟରେ ଅଛନ୍ତି । ସେହିପରି ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୬୮ଜଣ ପରୀକ୍ଷାର୍ଥୀ ଙ୍କ ମଧ୍ୟରୁ ୫୭ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି ।ଅବଶିଷ୍ଟ ୫ଜଣ ଅକୃତକାର୍ଯ୍ୟ ଓ ୬ଜଣ ପରୀକ୍ଷାର୍ଥୀଙ୍କ କମ୍ପାର୍ଟମେଣ୍ଟ ରହିଛି ।
ଦଶମ ଶ୍ରେଣୀ ଛାତ୍ର ଚନ୍ଦନ ସେଠୀ ସର୍ବୋଚ୍ଚ ୯୧.୪%,ରୁଦ୍ର ନାରାୟଣ ଦଳାଇ ୯୦.୬% ଓ ଗାୟତ୍ରୀ ବେହେରା ୮୯.୮%ନମ୍ବର ରଖି ବିଦ୍ୟାଳୟରେ ଯଥାକ୍ରମେ ପ୍ରଥମ,ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରିଛନ୍ତି । ସେହିପରି ଦ୍ୱାଦଶ ଶ୍ରେଣୀର ଛାତ୍ର ଆୟୁଷ ପ୍ରଧାନ ସର୍ବୋଚ୍ଚ ୯୧.୪୦%,ସ୍ନେହା ବେହେରା ୮୭% ଓ ଜଗନ୍ନାଥ ସ୍ବାଇଁ ୮୫.୪% ନମ୍ବର ରଖି ବିଦ୍ୟାଳୟରେ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରିଛନ୍ତି । ଦଶମ ଶ୍ରେଣୀର ପାସ ହାର ୯୭.୫୬% ହୋଇଥିଲା ବେଳେ ଦ୍ୱାଦଶ ଶ୍ରେଣୀର ପାସ ହାର ୮୩.୮୨% ରହିଛି।ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ଅରୁଣ କୁମାର ପଟେଲ ସଫଳ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।

No Result
View All Result