ବ୍ୟାଙ୍କରୁ ଋଣ ନେଇ ଋଣ ପରିଶୋଧ କରିନଥିବା ୭୮ ଜଣ ଋଣ ଗ୍ରହିତାଙ୍କଠାରୁ Rs. ୩୪,୪୧,୧୯୨.୦୦ ଟଙ୍କା ଦେବା ପାଇଁ ରାଜିନାମା ସ୍ୱାକ୍ଷରିତ କରାଯାଇଥିଲା । ୧୫୨୫ ଟି ରାଜସ୍ୱ ମାମଲା ଫଇସଲା କରାଯାଇ ୮,୦୬,୬୪୮,୦୦ ଟଙ୍କା ଆଦାୟ କରାଯାଇଥିଲା । ଅନ୍ୟାନ୍ୟ ଫୌଜଦାରୀ ୯୯ମାମଲା ଫଇସଲା କରାଯାଇ ୧୮୦୦ ଟଙ୍କା ଆଦାୟ କରଯାଇଥିଲା । ଏହି ଲୋକ ଅଦାଲତରେ ଜିଲ୍ଲା ଓ ଦୌରା ଜଜ ରୂପଶ୍ରୀ ଚୌଧୁରୀ, ପରିବାର ଅଦାଲତ ବିଚାରପତି ସୁବ୍ରତ କୁମାର ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଲିଲି ସେନାପତି, ବରିଷ୍ଠ ଦେୱାନି ଅଦାଲତ ବିଚାରପତି ଅମିତାଭ ପଣ୍ଡା, ବରିଷ୍ଠ ଦେୱାନି ବିଚାରପତି (ଏଲ. ଆର. ଆଣ୍ଡ ଏଲ. ଟି. ଭି.) ପବିତ୍ରାନନ୍ଦ ପ୍ରଧାନ,
ଉପଖଣ୍ଡ ଫୌଜଦାରୀ ବିଚାରପତି ସୌଭାଗ୍ୟ ରଞ୍ଜନ ପ୍ରଧାନ, ଜେ.ଏମ. ଏଫ.ସି ସାବିତ୍ରୀ ଦାସ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ଅଦାଲତ ପରିଚାଳନା କରିଥିବା ବେଳେ, ଜିଲ୍ଲା ଆଇନ ସେବା ପ୍ରାଧ୍ୟାକରଣ ସଚିବ ବିଶେଷ କୁମାର ସାହୁ, ବରିଷ୍ଠ ଦେୱାନି ବିଚାରପତି ତଥା ସହକାରୀ ଦୌରାଜଜ ( ମହିଳା ଅଦାଲତ) ଡଃ ରୀନତି ମିଶ୍ର ଉପସ୍ଥିତ ଥିଲେ । ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା ୦୯.୦୯.୨୦୨୩ ରିଖ ଦ୍ଵିତୀୟ ଶନିବାର ପୁନଶ୍ଚ ଅନୁଷ୍ଠିତ ହେବାକୁ ଯାଉଅଛି ବୋଲି ପ୍ରାଧ୍ଵକରଣ ର ସଚିବ ଶ୍ରୀ ବିଶେଷ କୁମାର ସାହୁ ଜନ ସାଧାରଣଙ୍କୁ ସୂଚନା ଦେବା ସହ ଏହାର ସୁଫଳ ନେବାକୁ ପରାମର୍ଶ ଦେଇଛନ୍ତି.

© 2023 Odisha Taza News.