ଏହି ପ୍ରତି ଯୋଗୀତାରେ ଲକ୍ଷେଶ୍ୱର ହାଇସ୍କୁଲ ର ଛାତ୍ରଛାତ୍ରୀଙ୍କ ସମେତ କେତେ ସ୍କୁଲର ଛାତ୍ର ଛାତ୍ରୀ ଅଂଶଗ୍ରହଣ କରି ନୃତ୍ୟ ପରିବେଷଣ କରିଥିଲେ । ଉକ୍ତ ଛାତ୍ର ଛାତ୍ରୀଙ୍କୁ ଆଜି ଲକ୍ଷେଶ୍ୱର ହାଇସ୍କୁଲରେ ପୁରଷ୍କୃତ କରାଯିବା ପାଇଁ ଏକ ସଭା ଅନୁଷ୍ଠିତ ହୋଇଥିଲା । ପୁରାତନ ଛାତ୍ର ବିଶ୍ୱଜିତ୍ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରଷ୍କାର ବିତରଣୀ ଉତ୍ସବରେ ସିଏମସି ୫୯ ନମ୍ବର ୱ।ର୍ଡ଼ର କର୍ପୋରେଟର ମମତା ମହାନ୍ତି ମୁଖ୍ୟ ଅତିଥି,
ଲକ୍ଷେଶ୍ୱର ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରମୋଥ ନାଥ ଦେ , ଇନ୍ ଚାର୍ଜ ପ୍ରଧାନ ଶିକ୍ଷୟିତ୍ରୀ ବନ୍ଦନା ସାହୁ, ସମାଜସେବୀ ସ୍ୱାଧୀନଚେତା ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅତିଥି ମାନେ ବିଭିନ୍ନ ନୃତ୍ୟ ପରିବେଷଣ କରି ସଫଳ ହୋଇଥିବା ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ ।
ଏଥିରେ ବିରଞ୍ଚି ନାରାୟଣ ପଲେଇ ( ସୁକାନ୍ତ), ସ୍ମୃତି ରଞ୍ଜନ ମଲ୍ଲିକ ( ଚିକୁ ), ଅଶୋକ ସାହୁ, ଅନୁପ ମହାରଣା ,କାହ୍ନୁ ଚରଣ ପରିଡ଼।, ନାରାୟଣ ବେହେରା, ପ୍ରମୁଖ ୧୯୯୯ ମସିହା ବ୍ୟାଚର ଛାତ୍ର ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


© 2023 Odisha Taza News.