No Result
View All Result
୧୩ ମଇ ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବାଣପୁର :- ଚିଲିକା ନିର୍ବାଚନ ମଣ୍ଡଳୀ ବାଣପୁର ବ୍ଲକ ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଗ୍ରାମ ପଞ୍ଚାୟତ ର କରଡ଼ା ପଲ୍ଲୀ ଗ୍ରାମ ରେ ଜଗତ ଜନନୀ ମା ବ୍ରାହ୍ମଣୀ ଦେଇ ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସଵ ପାଳନ କରାଯାଇଛି ତିନିଦିନ ବ୍ୟାପି ଗ୍ରାମରେ ହୋମ ଯଜ୍ଞ ପ୍ରସାଦ ସେବନ କର୍ଯ୍ୟ କ୍ରମ କରାଯାଇଥିଲା, ଏଥିରେ ଚାର ଟି ଗ୍ରାମ ର କାଠି ଠାକୁରାଣୀ ଙ୍କୁ ନିମନ୍ତ୍ରଣ କରାଯାଇଥିଲା ଯଥା
୧. ପଙ୍କାଳ ମା ଖିଲାମୁଣ୍ଡା
୨. ବିଝଳା ମା ଉତ୍ତରାୟଣୀ
୩. ଝରିଆ ଟାଙ୍ଗୀ ମା ବ୍ରାହ୍ମଣୀ ଦେଇ
୪. ରାହଣ ପଲ୍ଲୀ ମା ବୁଢୀମା
ନିଜ ଗ୍ରାମ ଦେବତୀ ମା ବ୍ରାହ୍ମଣୀ ଦେବୀ କାଠି ମିଶି ପାଞ୍ଚ କାଠି ମେଲଣ ଉତ୍ସବ ଅନୁଷ୍ଠିତ ହୋଇଥିଲା ଏଥିରେ ଯୋଗଦେଇ ମା ଙ୍କ ଆଶ୍ରୀବାର୍ଦ ଭିକ୍ଷା କରିଥିଲେ ଚିଲିକା ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦ୍ଦେବ ଙ୍କ ଧର୍ମ ପତ୍ନୀ ସୁସଂଘଠୀକା ନାରୀନେତ୍ରୀ ଶ୍ରୀମତୀ ସ୍ୱାଗତିକା ଜଗଦ୍ଦେବ, ଖୋର୍ଦ୍ଧା ଜିଲ୍ଲା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ତଥା ବାଣପୁର ବ୍ଲକ ବିଧାୟକ ପ୍ରତିନିଧି ଶ୍ରୀଯୁକ୍ତ ମନୋଜ କୁମାର ପ୍ରଧାନ,
ରାଜ୍ୟ ବିଜୁ ଜନତା ଦଳର ଖୋର୍ଦ୍ଧା ଯୁବ ସାଧାରଣ ସମ୍ପାଦକ ତଥା ତୋର ସିଂହ ସମିତି ସଭ୍ୟ ଶ୍ରୀଯୁକ୍ତ ଜଗତ ବଲ୍ଲଭ ମହରଥା, ବାଣପୁର ବ୍ଲକ ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ଯଦୁ ପ୍ରଧାନ,ଚିଲିକା ବ୍ଲକ ବରିଷ୍ଠ ସଙ୍ଘଠକ ଶ୍ରୀଯୁକ୍ତ ଉତ୍କଳ ପାଇକରାୟ, ବାଣପୁର ବ୍ଲକ ଯୁବ ସଭାପତି ଶ୍ରୀଯୁକ୍ତ ରାକେଶ କୁମାର ସେଣ, ଗମ୍ଭାରୀ ମୁଣ୍ଡା ସରପଞ୍ଚ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଚିନ୍ମୟ ପଟ୍ଟନାୟକ ଆଦି ଯୋଗ ଦେଇ ଆନନ୍ଦ ବଜାରରେ ପ୍ରସାଦ ସେବନ କରିଥିଲେ,
ଗ୍ରାମର ହୋମ ଯଜ୍ଞ ରେ କର୍ତ୍ତା ଥିଲେ ଭାଗିରଥି ମହାରଥା ଏବଂ ଲକ୍ଷ୍ମୀପ୍ରିୟା ମହାରଥା , ଗ୍ରାମର ବରିଷ୍ଠ ନାଗରିକ ମାନେ ଦାୟିତ୍ଵ ଗ୍ରହଣ କରି କାର୍ଯ୍ୟକ୍ରମ କରିଥିଲେ ସୁଦର୍ଶନ ମହାରଥା,ଦାଶରଥି ମହାରଥା,ମର୍ତୁଞ୍ଜୟ ମହାରଥା,ରବୀନ୍ଦ୍ର ପ୍ରଧାନ,ଦଣ୍ଡପାଣି ବାବୁ, ସତ୍ୟବାଦୀ ବାବୁ,କୈଳାସ ବାବୁ,ନବଘନ ବାବୁ ଏବଂ ସମ୍ପୂର୍ଣ ସହୋଯୋଗ କରିଥିଲେ ମା ବ୍ରାହ୍ମଣୀ ଦେଇ ଯୁବକ ସଂଘ ଯୁବକ ମାନେ ବିଭିନ୍ନ ପ୍ରକାର ଦାୟିତ୍ଵ ନିର୍ବାହ କରିଥିଲେ, ପରି ଶେଷରେ ଗ୍ରାମ ବାସୀ ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ,

No Result
View All Result